
ବଡଚଣା କଂଗ୍ରେସ ପକ୍ଷରୁ ରାଜିବ ଗାନ୍ଧୀ ଜୟନ୍ତୀ ପାଳିତ.
ବଡଚଣା କଂଗ୍ରେସ ପକ୍ଷରୁ ରାଜିବ ଗାନ୍ଧୀ ଜୟନ୍ତୀ ପାଳିତ ବାଲିଚନ୍ଦ୍ରପୁର ୨୦/୮=ଭାରତବର୍ଷର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ରାଜିବ ଗାନ୍ଧୀ ଙ୍କ ୮୦ତମ ଜୟନ୍ତୀ ଆଜି ବାଲିଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରୁକୁଟିପାଟ ଠାରେ ପାଳିତ

ବଡଚଣା କଂଗ୍ରେସ ପକ୍ଷରୁ ରାଜିବ ଗାନ୍ଧୀ ଜୟନ୍ତୀ ପାଳିତ ବାଲିଚନ୍ଦ୍ରପୁର ୨୦/୮=ଭାରତବର୍ଷର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ରାଜିବ ଗାନ୍ଧୀ ଙ୍କ ୮୦ତମ ଜୟନ୍ତୀ ଆଜି ବାଲିଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରୁକୁଟିପାଟ ଠାରେ ପାଳିତ

ବଡ଼ଚଣା ପ୍ରଖଣ୍ଡ ସଂଯୋଜକ ଭାବେ ଶ୍ରୀଯୁକ୍ତ ଅନନ୍ତ କିଶୋର ଦାସ ଙ୍କୁ ଦାୟିତ୍ୱ ପ୍ରଦାନ କରାଗଲା

ନୂଆଦିଲ୍ଲୀ : ନୂତନ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି l ପୂର୍ବରୁ ପଞ୍ଜାବ ରାଜ୍ୟପାଳ ଓ ଚଣ୍ଡୀଗଡ଼ ପ୍ରଶାସକ ଥିବା ବନୱରିଲାଲ ପୁରୋହିତଙ୍କ ଇସ୍ତଫାକୁ ରାଷ୍ଟ୍ରପତି ଗ୍ରହଣ କରାଯାଇଛି ବୋଲି ସୂଚାନା ମିଳିଛି l ୯ ରାଜ୍ୟରେ ରାଜ୍ୟପାଳଙ୍କୁ ବଦଳି କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୬ ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି। ଏଥିସହ ୩ ରାଜ୍ୟପାଳଙ୍କୁ ବଦଳି କରିଛନ୍ତି । ରାଜସ୍ଥାନର ରାଜ୍ୟପାଳ ଭାବେ ହରିଭାଉ କିଶନରାଓ ବାଗ୍ଡେଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଜିଷ୍ଣୁଦେବ ବର୍ମାଙ୍କୁ ତେଲଙ୍ଗାନା,ଓମ୍ପ୍ରକାଶ ମାଥୁରଙ୍କୁ ସିକ୍କିମ୍, ସନ୍ତୋଷ କୁମାର ଗଙ୍ଗୱାରଙ୍କୁ ଝାଡ଼ଖଣ୍ଡ, ରମେଣ ଡେକାଙ୍କୁ ଛତିଶଗଡ଼ ଓ ସି.ଏଚ୍ ବିଜୟଶଙ୍କରଙ୍କୁ ମେଘାଳୟ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ଅନ୍ୟପକ୍ଷରେ ତେଲଙ୍ଗାନା ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ବରେ ଥିବା ଝାଡ଼ଖଣ୍ଡ ରାଜ୍ୟପାଳ ସି.ପି ରାଧାକ୍ରିଷ୍ଣନଙ୍କୁ ମହାରାଷ୍ଟ୍ର ରାଜ୍ୟପାଳ ଭାବେ ବଦଳି କରାଯାଇଛି। ସିକ୍କିମ୍ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ଆସାମର ରାଜ୍ୟପାଳ ଭାବେ ବଦଳି କରାଯାଇଛି। ସେ ମଧ୍ୟ ମଣିପୁର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ। ଆସାମ ରାଜ୍ୟପାଳ ଗୁଲାବ ଚନ୍ଦ୍ର କାଟାରିଆଙ୍କୁ ପଞ୍ଜାବ ରାଜ୍ୟପାଳ ଭାବେ ବଦଳି କରାଯାଇଛି। ଏଥିସହିତ ସେ ଚଣ୍ଡୀଗଡ଼ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସକ ଦାୟିତ୍ବ ତୁଲାଇବେ। ପୂର୍ବରୁ ପଞ୍ଜାବ ରାଜ୍ୟପାଳ ଓ ଚଣ୍ଡୀଗଡ଼ ପ୍ରଶାସକ ଥିବା ବନୱରିଲାଲ ପୁରୋହିତଙ୍କ ଇସ୍ତଫାକୁ ରାଷ୍ଟ୍ରପତି ଗ୍ରହଣ କରିଛନ୍ତି। ସେହିପରି ପୂର୍ବତନ ଆଇଏଏସ୍ ଅଫିସର କେ କୈଳାଶନାଥଙ୍କୁ ପୁଡୁଚେରିର ଉପ-ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ସେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ମୁଖ୍ୟ ପ୍ରଧାନ ସଚିବ ଭାବେ କାର୍ଯ୍ୟ କରୁଥିଲେ ବୋଲି ସୂଚନା ମିଳିଛି ।

*ଅଷ୍ଟ୍ରେଲିଆର ରାଜଧାନୀ କାନବେରାଠାରେ ରଥଯାତ୍ରା ଆୟୋଜନ* କାନବେରା ତା୦୯/୦୭/୨୦୨୪ରିଖ ଅଷ୍ଟ୍ରେଲିଆର ରାଜଧାନୀ କାନବେରାଠାରେ ଶ୍ରୀ ଜଗନ୍ନାଥଙ୍କର ଚତୁର୍ଦ୍ଦଶତମ ପବିତ୍ର ରଥଯାତ୍ରା ପର୍ବ ଭକ୍ତିପୂତ ବାତାବରଣ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳନ କରାଯାଇଛି।ଏହି ମହୋତ୍ସବ

ମୂଖ୍ୟମନ୍ତ୍ରୀ କହିଲେ ପିଏମ କିଷାନ ଯୋଜନାରେ ସାମିଲ ହେବେ ଯୋଗ୍ୟ କାଳିଆ ହିତାଧିକାରୀ l

ରତ୍ନ ଭଣ୍ଡାର କମିଟି ଭାଙ୍ଗିଯିବା ନେଇ ତେଜିଲା ଉତ୍ତେଜନା

ଜେଲରୁ ବାହାରିବା ପରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ
ରାଞ୍ଚି : ତୃତୀୟ ଥର ପାଇଁ ପୁଣି ହେଲେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଲେ ସୋରେନ l
ସୂଚନାନୁସାରେ , ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର କାର୍ଯ୍ୟକାରୀ ସଭାପତି ହେମନ୍ତ ସୋରେନ୍ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଝାଡଖଣ୍ଡର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ୍ ରାଜ ଭବନରେ ହେମନ୍ତ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରାଇଛନ୍ତି। ଏହା ସହିତ ତୃତୀୟ ଥର ପାଇଁ ହେମନ୍ତ ସୋରେନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି। ବୁଧବାର ଦିନ ଚମ୍ପଇ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ହେମନ୍ତ ସୋରେନ୍ ଆଜି ଶପଥ ଗ୍ରହଣ କରିଥିବା ଜଣାପଡ଼ିଛି। ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜୁନ ୨୯ରେ ଜେଲ୍ରୁ ମୁକୁଳିଥିଲେ। ଜମି ଦୁର୍ନୀତି ମାମଲା ସହ ଜଡ଼ିତ ଏକ ମନି ଲଣ୍ଡରିଂ ମାମଲାରେ ସୋରେନ ଦୀର୍ଘ ୫ ମାସ ହେବ ଜେଲ୍ରେ ଥିଲେ। ଝାଡ଼ଖଣ୍ଡ ହାଇକୋର୍ଟ ହେମନ୍ତ ସୋରେନଙ୍କୁ ଜାମିନ ମଂଜୁର କରିବାପରେ ସେ ଜେଲ୍ରୁ ବାହାରିଥିଲେ। ଗତ ଜାନୁଆରି ୩୧ ତାରିଖରେ ମନି ଲଣ୍ଡରିଂ ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଦ୍ବାରା ଗିରଫ ହୋଇଥିଲେ। ଗିରଫ ହେବା ସମୟରେ ସୋରେନ ତାଙ୍କ ବିରୋଧରେ ଥିବା ଜମି ଦୁର୍ନୀତି ଅଭିଯୋଗକୁ ଖଣ୍ଡନ କରିଥିଲେ। ସୋରେନ କହିଥିଲେ, ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଦ୍ବାରା ଏହା ତାଙ୍କ ବିରୋଧରେ ଏକ ପ୍ରତିଶୋଧମୂଳକ ରାଜନୀତି। ତେବେ ହାଇକୋର୍ଟ ଗତ ଜୁନ୍ ୧୩ ତାରିଖରେ ସୋରେନଙ୍କ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଥିବା ବେଳେ ଜୁନ ୨୯ରେ ଜାମିନ ମଂଜୁର କରିଥିଲେ। ଜଷ୍ଟିସ ରଙ୍ଗନ ମୁଖୋପାଧ୍ୟାୟଙ୍କ ଜଣିକିଆ ଖଣ୍ଡପୀଠ ଏହି ରାୟ ଦେଇଥିଲେ ବୋଲି ସୂଚନା ମିଳିଛି ।

ୱାର୍ଲଡ଼ ଓଡ଼ିଶା ସୋସାଇଟି ପକ୍ଷରୁ ସାଂସଦ ଅନନ୍ତ ନାୟକ ଓ ବଳଭଦ୍ର ମାଝୀଙ୍କୁ ସମ୍ୱର୍ଦ୍ଧନା ନୂଆଦିଲ୍ଲୀ ୪/୭: ଦିଲ୍ଲୀ ସ୍ଥିତ ୱାର୍ଲଡ଼ ଓଡ଼ିଶା ସୋସାଇଟି ପକ୍ଷରୁ ନବ ନିର୍ବାଚିତ କେଉଁଝରର ସାଂସଦ ଅନନ୍ତ ନାୟକ

ଓଡ଼ିଆ ଭାଷାରେ ହେବ ସମସ୍ତ ସରକାରୀ କାର୍ଯ୍ୟ l ଭୁବନେଶ୍ବର : ଆମ ଭାଷା ଆମ ଗୌରବ ବୋଲି ଆଜି ଏହି ଭାଷା କୁ ମାନ୍ୟତା ଦିଆଯାଇଛି l ଓଡ଼ିଆ ଭାଷାରେ ହେବ ସମସ୍ତ

କାର୍ କୁ ଧକ୍କା ଦେଲା ଟ୍ରକ୍ , ଦମ୍ପତି ମୃତ ୩ ଗୁରୁତର ଆହତ l ଯାଜପୁର: ଟ୍ରକ୍ ଧକ୍କା ଦେଲା କାରକୁ ଜଣେ ଦମ୍ପତି ମୃତ ହେବା ସହ ୩ଗୁରୁତର ଆହାତ ହୋଇଥିବା

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ। ବାପାକୁ ଜୀବନରୁ ମାରିଦେଲା ପୁଅ ଭୁବନେଶ୍ବର : ଯାହାକୁ ଜନ୍ମ ଦେଇ ଛୋଟରୁ ବଡ଼ କରି ପାଠ ସାଠ ପଢେଇ ଭଲ ମଣିଷ ଟିଏ ଗଢିଥିଲା l ବାପା ଭାବିଥିଲେ

ରାଜଧାନୀରେ ରଣକ୍ଷେତ୍ର ପାଲଟିଛି ମାଷ୍ଟର କ୍ୟାଣ୍ଟିନ୍ ଛକ l ଭୁବନେଶ୍ଵର : ରାଜଧାନୀ ନୁହଁ ଯୁଦ୍ଧ କ୍ଷେତ୍ର ସ୍ଥାନ ପାଲଟିଛି ରାଜଧାନୀର ମାଷ୍ଟର କ୍ୟାଣ୍ଟିନ୍ ଛକ l ମୁହାଁ ମୁହିଁ ଯାଇଛନ୍ତି ଦୁଇ ଦଳ

ଚାନ୍ଦବାଲିଠାରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ତଥା ଏଠାକାର ଦଳୀୟ ପ୍ରାର୍ଥୀ ମନମୋହନ ସାମଲ ଏବଂ ଛତିଶଗଡ଼ ରାଜ୍ୟ ବିଜେପି ପକ୍ଷରୁ ଓଡ଼ିଶା ନିର୍ବାଚନ ପାଇଁ ନିଯୁକ୍ତ ସହ-ପ୍ରଭାରୀ ଓ ରାୟପୁର ନଗର

ଭୁବନେଶ୍ୱର ତା ୨୯.୦୫ ; ଯାଜପୁର ଲୋକସଭା ଆସନ ପାଇଁ ନିର୍ବାଚନ ଲଢ଼ୁଥିବା ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଡ଼ଃ ରବି ନାରାୟଣ ବେହେରା ତାଙ୍କର ଭୋଟଦାତା ମାନଙ୍କ ଉଦ୍ଦେଶ୍ୟରେ ଏକ ଭାବାବେଗ ଭରା

ଟିକାବାଲି ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଆଗରେ ଆଜି ବୁର୍ବିନାଜୁ ଗ୍ରାମ ପଂଚାୟତ ଅନ୍ତର୍ଗତ ପେନାଗୋବେରୀ ଗ୍ରାମ ଅଡୁକୁଟିନାଜୁ ୱାର୍ଡ ନମ୍ବର 01 ର ଶତାଧିକ ମହିଳା ଓ ପୁରୁଷ ମାନେ ଆସି ହାତରେ

ଭୁବନେଶ୍ୱର ତା୨୨/୦୫ ଛତିଶଗଡ଼ ରାଜ୍ୟ ଭାରତୀୟ ଜନତା ପାର୍ଟି ତରଫରୁ ଓଡ଼ିଶାର ନିର୍ବାଚନ ପାଇଁ ନିଯୁକ୍ତ ସହ-ପ୍ରଭାରୀ ଏବଂ ରାୟପୁର ନଗର ଉତ୍ତରର ବିଧାୟକ ପୁରନ୍ଦର ମିଶ୍ର ଚିଲିକା ନିର୍ବାଚନ ମଣ୍ଡଳୀରେ ଘମାଘୋଟ ପ୍ରଚାର

ଭୁବନେଶ୍ୱର ତା ୧୯/୦୫ ଛତିଶଗଡ଼ ରାଜ୍ୟ ଭାରତୀୟ ଜନତା ପାର୍ଟି ତରଫରୁ ଓଡ଼ିଶା ନିର୍ବାଚନ ପାଇଁ ନିଯୁକ୍ତ ସହ-ପ୍ରଭାରୀ ଏବଂ ରାୟପୁର ନଗର ଉତ୍ତରର ବିଧାୟକ ପୁରନ୍ଦର ମିଶ୍ର ଝାରସୁଗୁଡାର ବନ୍ଦବାହାଲ ଠାରେ ଏକ

ରାଇରଙ୍ଗପୁର ସହରସ୍ତ ସ୍ଥାନୀୟ ପିସିଏମ କଲ୍ୟାଣ ମଣ୍ଡପ ପରିସରରେ ଭାରତୀୟ ଜନତା ପାର୍ଟି ତରଫରୁ ରାଇରଙ୍ଗପୁର ବ୍ଲକ ସମାବେଶ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ମଧ୍ୟପ୍ରଦେଶ ରାଜ୍ୟର ଖଣ୍ଡୱା ଜିଲ୍ଲାର

ଆଜି ରାଇରଙ୍ଗପୁର ସହରରେ ଭାରତୀୟ ଜନତା ପାର୍ଟି ତରଫରୁ ରାଇରଙ୍ଗପୁର ବିଧାନସଭା ମଣ୍ଡଳୀ ପ୍ରାର୍ଥୀ ଜଲେନ ବାର୍ଦ୍ଦା ଓ ସାରସକଣା ବିଧାନସଭା ମଣ୍ଡଳୀ ପ୍ରାର୍ଥୀ ଭାଦବ ହାଁସଦାଃ ତଥା ମୟୂରଭଞ୍ଜ ସାଂସଦ ପ୍ରାର୍ଥୀ ନବଚରଣ

ନିର୍ବାଚନୀ ବିଗୁଲ ବାଜିଲାଣି | ତା ସହିତ ସାଧାରଣ ନିର୍ବାଚନ ତାରିଖ ପାଖେଇ ଆସିଲାଣି | ଏହି ପରିପ୍ରେକ୍ଷୀରେ ସବୁ ଦଳ ପ୍ରଚାର ପ୍ରସାର ଜୋରଦାର ଆରମ୍ଭ କଲେଣି | ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ଶ୍ରୀମତୀ ଅଞ୍ଜନୀ ସୋରେନ ଏବର୍ଷ ନିର୍ବାଚନରେ ସାରସକଣା ବିଧାୟିକା ପ୍ରାର୍ଥୀ ସହିତ ମୟୂରଭଞ୍ଜ ସାଂସଦ ଭାବେ ପ୍ରତିଦ୍ବନ୍ଦିତା କରୁଛନ୍ତି | ଏ ନେଇ ବାମନଘାଟୀ ଉପଖଣ୍ଡ ର ବିଶୋଇ ବ୍ଲକର ବିଶୋଇ ଠାରେ ଏକ କର୍ମୀ ସମ୍ମିଳନୀରେ ଯୋଗ ଦେଇଥିଲେ | ସେ ମୟୂରଭଞ୍ଜ ଜିଲ୍ଲା ର ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ବେରୋଜଗାର ତଥା ମୟୂରଭଞ୍ଜ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଉଦ୍ୟମ କରିବେ ବୋଲି ଜୋର ଦେଇ କହିଥିଲେ | ଏହି ଭବ୍ୟ କାର୍ଯ୍ୟକ୍ରମରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ର ରାଜ୍ୟ ସାଧାରଣ ସଂପାଦକ ଦୁବରାଜ ନାଗ, ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି ସନାତନ ମୁଣ୍ଡା, ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ମୁଖପାତ୍ର ସନ୍ତୋଷ କୁମାର ମୁର୍ମୁ, ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ଯୁବ ସଭାପତି ମଧୁସୂଧନ ସାହୁ ତଥା ଦଳୀୟ କର୍ମୀ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ | ରାଇରଙ୍ଗପୁର ରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ

,Kishore Dwibedi: ଛତିଶଗଡ଼ ବିଧାୟକ ପୁରନ୍ଦର ମିଶ୍ରଙ୍କର ଘମାଘୋଟ ନିର୍ବାଚନ ପ୍ରଚାର ରାୟପୁର/ ଭୁବନେଶ୍ୱର ତା ୧୦/୦୫ ଛତିଶଗଡ଼ ପ୍ରଦେଶର ସମଗ୍ର ଓଡିଆ ସମାଜର ଅଧ୍ୟକ୍ଷ ତଥା ରାୟପୁର ନଗର ଉତ୍ତରର ବିଧାୟକ ପୁରନ୍ଦର

ଦେବାଶିଷ ନାୟକ ଏବଂ ତାଙ୍କ ପରିବାର ବରୀ ଅଞ୍ଚଳରେ ଖୁବ୍ ପରିଚିତ। ତାଙ୍କ ବାପା ଚିତ୍ତରଞ୍ଜନ ନାୟକ କଂଗ୍ରେସରୁ ୧୯୬୧ ମସିହାରେ ବରୀ ଯାହାକି ସେତେବେଳେ ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀର ଅଂଶ ଥିଲା ରୁ ବିଜୟୀ ହୋଇ ଓଡ଼ିଶା ବିଧାନସଭାକୁ ଯାଇଥିଲେ। ସେତେବେଳେ ସେ ବିଜୁବାବୁଙ୍କ ଏକାନ୍ତ ସହଯୋଗୀ ଥିଲେ।୧୯୬୧ ନିର୍ବାଚନରେ ବିଜୁ ବାବୁଙ୍କ ନେତୃତ୍ଵରେ ପ୍ରଥମ ଥର ଏକକ ସଂଖ୍ୟାଗରିଷ୍ଠତା ହାସଲ କରି କଂଗ୍ରେସ(୮୨/୧୪୦) ଓଡ଼ିଶାରେ ସରକାର ଗଠନ କରିଥିଲା ଏବଂ ବିଜୁ ବାବୁ ପ୍ରଥମ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଚିତ୍ତରଞ୍ଜନ ନାୟକଙ୍କ ସମୟରେ ଚିର ବନ୍ୟା ପ୍ରପୀଡ଼ିତ ବରୀ-ବିଞ୍ଝାରପୁର ଅଞ୍ଚଳର ସୁରକ୍ଷା ପାଇଁ ବିଭିନ୍ନ ନଦୀରେ ନଦୀବନ୍ଧ ଯୋଜନା ପାଇଁ ମୁଳଦୁଆ ପଡ଼ିଥିଲା।
୨୦୦୦ ମସିହାରେ ଦେବାଶିଷ ନାୟକଙ୍କୁ ବିଜୁ ଜନତା ଦଳ ବରୀ(ଯାହାକି ସେତେବେଳେ ବରୀ-ଡେରାବିସ ନିର୍ବାଚନ ମଣ୍ଡଳୀ ଥିଲା)ରୁ ଟିକେଟ ଦେଇଥିଲା।ସେ ଲଗାତାର ୪ ଥର ୨୦୦୦,୨୦୦୪,୨୦୦୯ ଏବଂ ୨୦୧୪ ରେ ବରୀରୁ ବିଜେଡିରୁ ନିର୍ବାଚିତ ହୋଇଥିଲେ।ବିଜୁ ପଟ୍ଟନାୟକ ଏବଂ ତାଙ୍କ ପରେ ବହୁ ଦିନ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସହାୟକ ଥିବା ଦେବାଶିଷ ନାୟକଙ୍କ ରାଜ୍ୟ ରାଜନୀତିରେ ଦବଦବା ଯୋଗୁଁ ୨୦୦୦ ରୁ ୨୦୧୯ ମସିହା ମଧ୍ୟରେ ବରୀରେ ଉନ୍ନତ ମୂଳକ କାର୍ଯ୍ୟର ସେ ବିଶ୍ୱକର୍ମା ସାଜିଥିଲେ। ତାଙ୍କ ପାଇଁ ଶିକ୍ଷା, ଗମନାଗମନ, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ଦୂରସଂଚାର, ସଂସ୍କୃତି, ବନ୍ୟା ବାତ୍ୟା ମରୁଡି ପରି ପ୍ରାକୃତିକ ଦୁର୍ବିପାକରୁ ସୁରକ୍ଷା ଇତ୍ୟାଦି ବହୁ କ୍ଷେତ୍ରରେ ବରୀ ବହୁ ଉନ୍ନତି କରିଥିଲା। କିନ୍ତୁ ୨୦୧୯ ନିର୍ବାଚନରେ ବିଜେଡ଼ିରୁ ତାଙ୍କୁ ଟିକେଟ ମିଳିଲା ନାହିଁ। କିନ୍ତୁ ସେ ଗତ ୨ ବର୍ଷ ତଳୁ ଏ କଥା ଘୋଷଣା କରିଥିଲେ କି ମୁଁ ୨୦୨୪ ରେ ବରୀରୁ ପ୍ରାର୍ଥୀ ହେବା ନିଶ୍ଚିତ ଏବଂ ମୁଁ ବରୀର ପ୍ରତ୍ୟେକ ଜନସାଧାରଣଙ୍କ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବି। ଏହା ପରେ ବିଜେଡିରେ କୋଣଠେସା ହେବାରୁ କିଛିଦିନ ତଳେ ସେ ବିଜେପିରେ ଯୋଗ ଦେଇଥିଲେ କିନ୍ତୁ ସେଠାରୁ ଟିକେଟ ନପାଇବାରୁ ସେ କଂଗ୍ରେସରେ ଯୋଗଦେଇଥିଲେ। କଂଗ୍ରେସ ତାଙ୍କ ଉପରେ ଭରସା କରି ଆରତୀ ଦେଓଙ୍କୁ ପରିବର୍ତ୍ତନ କରି ତାଙ୍କୁ ବରୀରୁ ପ୍ରାର୍ଥୀ କରିଛି। ତାଙ୍କ ସାମ୍ନା ରେ ଅଛନ୍ତି ବିଜେଡିର ବିଶ୍ୱରଂଜନ ମଲ୍ଲିକ ଯିଏକି ବରୀରେ ଏକ ବ୍ରାଣ୍ଡ ଭୋଟ୍ ବ୍ୟାଙ୍କ୍ ର ଅଧିକାରୀ ତଥା ୨୦୧୨ ରେ କଂଗ୍ରେସ ତଥା ପରେ ନିର୍ବାଚନରେ ୨୦୧୪ ରେ ସ୍ୱାଧୀନ,୨୦୧୯ ରେ ବିଜେପି ଟିକେଟରେ ଲଢିଥିବା ପ୍ରାର୍ଥୀ। ପୁଣି ବିଜେପିର ପ୍ରାର୍ଥୀ ହେଉଛନ୍ତି ଉମେଶ ଚନ୍ଦ୍ର ଜେନା ଯିଏକି ୨୦୧୯ରେ କଂଗ୍ରେସରୁ ନିର୍ବାଚନ ଲଢ଼ିଥିଲେ। ଏହାର ଅର୍ଥ ବରୀର ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ମାନେ ୨ ରୁ ୩ ଥରର ଦଳ ବଦଳ ପ୍ରାର୍ଥୀ।
ଏବେ ଦେଖିବାକୁ ବାକି ରହିଲା ୧୯ ବର୍ଷ ଧରି ବରୀ ପାଇଁ ବିଶ୍ୱକର୍ମା ସାଜିଥିବା ଦେବାଶିଷ ନାୟକ,ବରୀରେ କିଛି ବ୍ରାଣ୍ଡ ଭୋଟ୍ ର ଅଧିକାରୀ ବିଶ୍ୱରଂଜନ ଏବଂ ମୋଦି ହାୱା ରେ ଡବଲ ଇଞ୍ଜିନ୍ ସରକାର ପାଇଁ ନାରା ଦେଉଥିବା ଥିବା ଉମେଶ ତିନି ଜଣଙ୍କ ପ୍ରତି ୨୦୨୪ ନିର୍ବାଚନରେ କେମିତି ରହିବ ବରୀ ବାସୀଙ୍କର ସମର୍ଥନ।

କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫୁଲବାଣୀ ସହରକୁ ମାନ୍ୟବର ପ୍ରଧାନ ମନ୍ତ୍ରୀ ମୋଦିଜିଙ୍କ ଗ୍ରସ୍ଥ ଥିବା ଜାଣିବା ପରେ କନ୍ଧମାଳ ଜିଲ୍ଲାର କୋଣ ଅନୁକୋଣରୁ ଜନତାଙ୍କ ବିପୁଳ ପରିମାଣରେ ସୁଅ ଫିଟିଥିବା ଜଣାପଡିଛି। ଆଶା ଠାରୁ

ଟିକାବାଲି -କନ୍ଧମାଳ ଜ଼ିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ପଡ଼ାଙ୍ଗି ଗ୍ରାମପଞ୍ଚାୟତ ନିବାସୀ ଶ୍ରୀ ଯୁକ୍ତ ପ୍ରଫୁଲ ଚନ୍ଦ୍ର ପ୍ରଧାନ ଏକଦା ନିଜର ସୁନାମ ଧନ୍ୟ ସେବା ପାଇଁ ଟିକାବାଲି ବ୍ଲକ ଚେୟାରମ୍ୟାନ ପଦବୀରେ ଭୂଷିତ

ସାଧାରଣ ନିର୍ବାଚନ ପାଖେଇ ଆସୁଥିଲା ବେଳେ ନିର୍ବାଚନରେ ବାଜିମାତ କରିବା ପାଇଁ ବିଭିନ୍ନ ଦଳ ମଧ୍ୟରେ ଆରମ୍ଭ ହୋଇଛି କସରତ | ତେବେ ଆଜି ପ୍ରାୟ ୧୨ଟା ବେଳେ ରାଇରଙ୍ଗପୁର ସହରସ୍ତ ସ୍ଥାନୀୟ ଶ୍ରୀ

ନୂଆପଡା/ଭୁବନେଶ୍ୱର ତା୧୩/୦୫ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଗତିଶୀଳ ନୀତି ଗୁଡ଼ିକ ପ୍ରତି ଓଡ଼ିଶାବାସୀଙ୍କର ସମ୍ପୂର୍ଣ୍ଣ ଆସ୍ଥା ଓ ସମର୍ଥନ ରହିଥିବା, ରାୟପୁର ନଗର ଉତ୍ତରର ବିଧାୟକ ଓ ଓଡିଶା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର

ରାଇରଙ୍ଗପୁର ସହରରେ ଭାରତୀୟ ଜନତା ପାର୍ଟି ତରଫରୁ ରାଇରଙ୍ଗପୁର ବିଧାନସଭା ମଣ୍ଡଳୀ ପ୍ରାର୍ଥୀ ଜଲେନ ବାର୍ଦ୍ଦା ଓ ସାରସକଣା ବିଧାନସଭା ମଣ୍ଡଳୀ ପ୍ରାର୍ଥୀ ଭାଦବ ହାଁସଦାଃ ତଥା ମୟୂରଭଞ୍ଜ ସାଂସଦ ପ୍ରାର୍ଥୀ ନବଚରଣ ମାଝୀ

ରାୟପୁର/ ଭୁବନେଶ୍ୱର ତା ୧୦/୦୫ ଛତିଶଗଡ଼ ପ୍ରଦେଶର ସମଗ୍ର ଓଡିଆ ସମାଜର ଅଧ୍ୟକ୍ଷ ତଥା ରାୟପୁର ନଗର ଉତ୍ତରର ବିଧାୟକ ପୁରନ୍ଦର ମିଶ୍ର ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ପାଇଁ ଘମାଘୋଟ ନିର୍ବାଚନ ପ୍ରଚାର

ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜାମଦା ବ୍ଲକର ଜାରକାଣି ଗ୍ରାମପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ରାଇସେନ୍ ମୁର୍ମୁ ଯୋଗ ଦେଇ ଆମ ପ୍ରିୟ

ରାଇରଙ୍ଗପୁର ସହରସ୍ତ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା କାର୍ଯ୍ୟାଳୟ ପରିସରରେ ଦଳୀୟ କର୍ମକର୍ତ୍ତାଗଣ ଲୋକସଭା ଓ ବିଧାନସଭା ପାର୍ଥୀ ଓ ପାର୍ଥିନୀଙ୍କୁ ସ୍ବାଗତ ଓ ସମ୍ଭନ୍ଧନା ଜଣାଇଥିଲେ | ସେମାନଙ୍କ ମଧ୍ୟରେ ମୟୂରଭଞ୍ଜ ଲୋକସଭା ଓ

ରାଇରଙ୍ଗପୁର ସହରସ୍ତ ସ୍ଥାନୀୟ ଯଶୋଦା ପେଟ୍ରୋଲ ପମ୍ପ ନିକଟରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଶହ ଶହ ସଂଖ୍ୟାରେ ଅନ୍ୟ ଦଳ ଅର୍ଥାତ୍ ଭାରତୀୟ ଜନତା ପାର୍ଟି

ଭୁବନେଶ୍ୱର/ବାଲିକୁଦା – ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ସତ୍ୟ ସାରଥୀ ମହାନ୍ତିଙ୍କ ସପକ୍ଷରେ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ବିପୁଳ ସମର୍ଥନ ଓ ବ୍ୟାପକ ସମବେଦନାର ସୁଅ ଛୁଟୁଥିବା ଲକ୍ଷ୍ୟ କରାଯାଉଛି। ନିର୍ବାଚନୀ ରାଜନୀତିରେ ନୂତନ

ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ଗ୍ରାମରେ ଦେଖିବାକୁ ମିଳୁଛି ବିଶ୍ୱଙ୍କ ସମର୍ଥନ ବିଜେଡି ସୁପ୍ରିମୋ ସପ୍ତମ ପର୍ଯ୍ୟାୟ ପ୍ରାର୍ଥି ତାଲିକା ପ୍ରଦାନ କରିଛନ୍ତି । ଏଥିରେ ବରୀ ବିଧାନସଭା ଆସନରୁ ବିଶ୍ୱ

ଭୁବନେଶ୍ୱର ତା ୧୯.୦୪ .2024 ଯାଜପୁର ନିର୍ବାଚନ ମଣ୍ଡଳୀ ପାଇଁ ଭାରତୀୟ ଜନତା ପାର୍ଟିର ଲୋକସଭା ପାର୍ଥୀ ଡ଼ଃ ରବୀନ୍ଦ୍ର ନାରାୟଣ ବେହେରାଙ୍କର ସପକ୍ଷରେ ଜନସାଧାରଣଙ୍କ ମଧ୍ୟରେ ବିପୁଳ ସମର୍ଥନ ଏବଂ ବ୍ୟାପକ ସମବେଦନା
ଭୁବନେଶ୍ୱର : ଆସନ୍ତା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ବୁଧବାର ଏହି ଘୋଷଣା କରି ସେ ବାଲାସୋର ଲୋକସଭା ନିର୍ବାଚନମଣ୍ଡଳୀ ତଥା ଓଡ଼ିଶାର ପଶ୍ଚିମ ଭାଗରେ ଥିବା ଭଣ୍ଡାରିପୋଖରୀ ବିଧାନସଭା ବିଭାଗରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଜର ଇଚ୍ଛା ପ୍ରକାଶ କରିଛନ୍ତି,ଉଭୟ ନିର୍ବାଚନମଣ୍ଡଳୀରୁ ଦଳର କର୍ମୀଙ୍କୁ ନିୟୋଜିତ କରିବା ଏବଂ ଏହି ଅଞ୍ଚଳର ଭୋଟରଙ୍କ ସହ ମେଣ୍ଟ କରିବା,ଏହି ଦିଗରେ ବିଜେପିର ପ୍ରଭାବ ଧାରଣ କରିବାର ରଣନୀତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦୁଇଟି ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବାର ନିଷ୍ପତ୍ତି ନବୀନଙ୍କ ପାଇଁ କିଛି ନୂଆ ନୁହେଁ, ଯିଏକି ପୂର୍ବରୁ 2019 ରେ ଉଭୟ ହିଞ୍ଜିଲିକଟ ଏବଂ ବିଜପୁରରୁ ଜିତିଥିଲେ। 2019 ନିର୍ବାଚନରେ ଆଂଶିକ ସଫଳ ହୋଇଥିଲେ ମଧ୍ୟ ବିଜପୁର ଆସନ ଖାଲି ରହିଲେ ଏବଂ ଉଭୟଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ। 2019 ରଣନୀତି ଆଂଶିକ ସଫଳ ହୋଇ ରହିଲା, ବିଶେଷକରି ଲୋକସଭା ନିର୍ବାଚନ ସହିତ ଏକକାଳୀନ ଅନୁଷ୍ଠିତ ହୋଇ ବିଜେଡି ପକ୍ଷରୁ ଦୃଷ୍ଟିକୋଣକୁ ଗୁରୁତ୍ୱ ଦେଇ। ବିଧାନସଭା ନିର୍ବାଚନରେ ଏକ ବିଫଳତା ସତ୍ତ୍ୱେ ବିଶେଷ କରି ପଶ୍ଚିମ ଓଡ଼ିଶାରେ ବିଧାନସଭା ଏବଂ ସଂସଦ ନିର୍ବାଚନରେ ସାମଗ୍ରିକ ପ୍ରଦର୍ଶନ ଏକ ସମୟରେ ବିଜେଡିର ଉପସ୍ଥାପନା ପ୍ରଦର୍ଶନ କରିଥିଲା। ଓଡ଼ିଶା ବିଧାନସଭା ନିର୍ବାଚନରେ ଯଦି ବରଗଡ ଏବଂ ସୋନପୁର ନିର୍ବାଚନମଣ୍ଡଳୀ ପରାଜୟର ସମ୍ମୁଖୀନ ହୁଏ, ତେବେ ପାଚେଭାରାମରେ ଥିବା ଗଡ଼କ କରିବା ପାଇଁ ଧ୍ୟାନ ଦିଆଯାଇଥିଲା l
ସୂଚନାନୁସାରେ , ନିର୍ବାଚନ ପ୍ରଚାରର ପ୍ରଥମ ପର୍ଯ୍ୟାୟର ଶେଷ ଦିନରେ ଆଜି ସାହାରନପୁରରେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଏକ ରୋଡ୍ ସୋ କରିଥିଲେ। ଏହି ସମୟରେ ସେ ଅଜ ଟକ ଏବଂ କେନ୍ଦ୍ର ସହିତ ଏକ ବିଶେଷ ବାର୍ତ୍ତାଳାପ କରିଥିଲେ l କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଆଜି ସାହାରନପୁର, ୟୁପିରେ ଏକ ରୋଡ୍ ସୋ ଆୟୋଜନ କରିକଂଗ୍ରେସ ପ୍ରାର୍ଥୀ ପାଇଁ ଭୋଟ୍ ମାଗିଥିଲେ। ଏହି ସମୟରେ, ଅଜ ଟାକଙ୍କ ସହ କଥାବାର୍ତ୍ତା ବେଳେ ସେ କେନ୍ଦ୍ର ସରକାରଙ୍କୁ କ୍ଷମତାର ଉପାସକ ବୋଲି ବର୍ଣ୍ଣନା କରି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ‘ଆମେ ଶକ୍ତି ପୂଜା କରୁନାହୁଁ, ବରଂ ଶକ୍ତି ଏବଂ ସତ୍ୟକୁ ପୂଜା କରୁ। ଯେଉଁମାନେ ଆଜି କ୍ଷମତାରେ ଅଛନ୍ତି ସେମାନେ ହେଲେ ସତ୍ୟ ବାଦି ବୋଲି କହିଛନ୍ତି l


ସୂଚନାନୁସାରେ, ଘୋଷଣା ହେବ ଆଜି ପାର୍ଥି ତାଲିକା l ଆଜି ଦ୍ୱିତୀୟ ପର୍ଯ୍ୟାୟରେ ୨୫ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ। ବିଜେପି ଦୁଇଟି ପର୍ଯ୍ୟାୟରେ ରାଜ୍ୟର ସମସ୍ତ ୨୧ଟି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରି ସାରିଥିଲା ବେଳେ, ପ୍ରଥମ ପର୍ଯ୍ୟାୟରେ ୧୧୨ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି। ଆଜି ଆସିପାରେ ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା। ବରଗଡ଼ ଲୋକସଭା କ୍ଷେତ୍ରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର ବେଳେ ଏଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ୍ ସିଂ ତୋମାର। ତୋମାର କହିଛନ୍ତି ଆସନ୍ତା ୨୦ ତାରିଖ ସୁଦ୍ଧା ସମସ୍ତ ୧୪୭ ଆସନରେ ଦଳର ପ୍ରାର୍ଥୀ ଘୋଷଣା ସରିଯିବ। ଏହିକ୍ରମରେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ୨୫ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ। ବିଜେପି ଦୁଇଟି ପର୍ଯ୍ୟାୟରେ ରାଜ୍ୟର ସମସ୍ତ ୨୧ଟି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରି ସାରିଥିଲା ବେଳେ, ପ୍ରଥମ ପର୍ଯ୍ୟାୟରେ ୧୧୨ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି। ତେଣୁ ଆଉ ୩୫ ଆସନରେ ଦଳର ପ୍ରାର୍ଥୀ ଘୋଷଣା ବାକି ରହିଛି। ତିନି ଦଳର କେତେ ଟିକେଟ୍ ଆହୁରି ଘୋଷଣା ହେବାକୁ ବାକି ରହିଛି। ଯଦି ବିଧାନସଭା ଉପରେ ନଜର ପକାଇବା ତାହେଲେ ଶାସକ ବିଜେଡି ଏବେ ଯାଏଁ ୧୧୭ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି, ଆହୁରି ୩୦ ବିଧାନସଭା ଆସନରେ କିଏ ପ୍ରାର୍ଥୀ ହେବ ତାକୁ ନେଇ ଜାରି ରହିଛି କଳ୍ପନାଜଳ୍ପନା। ବିଜେଡି ସମସ୍ତ ୨୧ ଲୋକସଭା କ୍ଷେତ୍ରରେ ନିଜ ଯୋଦ୍ଧାଙ୍କୁ ଓହ୍ଲାଇ ସାରିଛି। ସେହିପରି ବିଜେପି ସମସ୍ତ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ୧୧୨ ବିଧାନସଭାରେ ନିଜ ଯୋଦ୍ଧାଙ୍କ ନାଁ ଘୋଷଣା ହୋଇଛି। ଏବେ ବି ବିଜେପିର ୩୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଛି। ସବୁଠୁ ପଛରେ ରହିଛି କଂଗ୍ରେସ। ଏବେ ବି ୧୦୦ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିନି ହାତ, ଏପରିକି ମାତ୍ର ୮ଟି ଲୋକସଭା କ୍ଷେତ୍ର ପାଇଁ ହିଁ ପ୍ରାର୍ଥୀ ନାଁ ଘୋଷଣା କରିଛି ଦଳ ବୋଇଲି ସୂଚନା ମିଳିଛି
।


୩୩% ପ୍ରାର୍ଥୀ ମହିଳା ହେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେଖଶ୍ରୀ ସାମନ୍ତସିଂହରଙ୍କୁ ବାଲାସୋର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ଦୁଇ ଦିନ ପୂର୍ବେ ବିଜେଡିରେ ଯୋଗ ଦେଇଥିବା ଭାରତୀୟ ଜନତା ପାର୍ଟିର ଓଡିଶା ୟୁନିଟର ପୂର୍ବତନ ଉପସଭାପତି ସାମନ୍ତସିଂହର ଲୋକସଭା ନିର୍ବାଚନରେ ନାମିତ ସପ୍ତମ ମହିଳା ପ୍ରାର୍ଥୀ ଥିଲେ। ବିଜେଡି ଏହା ପୂର୍ବରୁ ମହିଳାମାନଙ୍କୁ ବରଗଡ, ଭଦ୍ରାକ, ଜଗତ୍ସିଂହପୁର, ଜଜପୁର, କୋରାପୁଟ ଏବଂ ଆସ୍କା ଠାରୁ ପ୍ରାର୍ଥୀ କରିଥିଲା। 2019 ରେ ବିଜେଡି ସାତୋଟି ଲୋକସଭା ଆସନ ମଧ୍ୟରୁ ପାଞ୍ଚଟି ଜିତିଛି ଯେଉଁଠାରେ ମହିଳା ପ୍ରାର୍ଥୀ ରଖିଛନ୍ତି। ମୋଟ ଉପରେ ବିଜେପି 21 ଟି ଆସନ ମଧ୍ୟରୁ 12 ଟି ଜିତିଥିବାବେଳେ ବିଜେପି ଆଠଟି ଆସନ ଏବଂ କଂଗ୍ରେସ ଗୋଟିଏ ଆସନ ଜିତିଛି। ବିଜେପି କିମ୍ବା କଂଗ୍ରେସର ଟର୍ନକୋଟ୍ 21 ଟି ବିଜେଡି ପ୍ରାର୍ଥୀଙ୍କ ମଧ୍ୟରୁ ପାଞ୍ଚଜଣଙ୍କ ପାଇଁ ରହିଛି। ପାରିନୀତା ମିଶ୍ର (ବରଗଡ),ଲେଖଶ୍ରୀ ସାମନ୍ତସିଂହର (ବାଲାସୋର) ଏବଂ ଭ୍ରୁଗୁ ବକ୍ସିପାଟ୍ରା (ବରହମପୁର) ପୂର୍ବରୁ ବିଜେପିରେ ଥିବାବେଳେ ଅନସୁମାନ ମହାନ୍ତି (କେନ୍ଦ୍ରାପଡା) ଏବଂ ସୁରେନ୍ଦ୍ର ସିଂ ଭୋଇ (ବୋଲାଙ୍ଗୀର) କଂଗ୍ରେସରୁ ଆସିଥିଲେ।ଜାତୀୟ ନିର୍ବାଚନ ସହିତ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଜେଡି 117 ଜଣ ପ୍ରାର୍ଥୀ ଘୋଷଣା କରିସାରିଛି ଏବଂ ଏପର୍ଯ୍ୟନ୍ତ ଆଉ 30 ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ରଖିବ ନାହିଁ।ବିଧାନସଭା ନିର୍ବାଚନ ପାଇଁ 117 ବିଜେଡି ପ୍ରାର୍ଥୀଙ୍କ ମଧ୍ୟରୁ କେବଳ 19 ଜଣ ମହିଳା। 2019 ବିଧାନସଭା ନିର୍ବାଚନରେ ମଧ୍ୟ ବିଜେଡି ମୋଟ 147 ଟି ଆସନ ମଧ୍ୟରୁ 21 ଜଣ ମହିଳାଙ୍କୁ ଦଳ ଟିକେଟ ଦେଇଛି। ବିଜେଡିର ପ୍ରତିଦ୍ୱନ୍ଦ୍ୱୀ ବିଜେପି ଦ୍ୱାରା ନାମିତ 112 ପ୍ରାର୍ଥୀଙ୍କ ମଧ୍ୟରୁ କେବଳ ଆଠ ଜଣ ମହିଳା। ଭବାନୀପାଟଣା ବିଧାନସଭା ବିଭାଗରେ, 2019 ରେ ବିଜେଡି ଟିକେଟ୍ ରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଦୁସ୍ମନ୍ତ ନାୟକଙ୍କ ପତ୍ନୀ ଲଟିକା ନାୟକଙ୍କୁ ବିଜେଡି ଟିକେଟ୍ ଦେଇଥିଲା। ସେହିପରି ପାରାଦୀପରେ ମଧ୍ୟ ବସିଥିବା ବିଜେଡି ବିଧାୟକ ସମ୍ବିଟ୍ ରାଉତଙ୍କ ପତ୍ନୀ ଗୀତାଞ୍ଜଳି ରାଉତଙ୍କୁ ଟିକେଟ୍ ଦେଇଥିଲେ। ମୋରାଡା ଆସନରେ ବସିଥିବା ବିଧାୟକ ରାଜକିଶୋର ଦାସଙ୍କ ପତ୍ନୀ ପ୍ରୀତିନ୍ଦା କାନୁନଗୋ ଟିକେଟ ପାଇଥିବାବେଳେ ଗଞ୍ଜାମର ସୁରଡା ବିଧାନସଭା ନିର୍ବାଚନମଣ୍ଡଳୀରେ ବସିଥିବା ବିଧାୟକ ପୂର୍ଣ୍ଣଚନ୍ଦ୍ରଙ୍କ ପତ୍ନୀ ସାଙ୍ଗମିତ୍ରାଙ୍କୁ ଟିକେଟ ପ୍ରଦାନ କରାଯାଇଥିଲା। ଦ୍ୱିତୀୟ ଥର ପାଇଁ ଆସ୍କା ବିଧାନସଭା ଆସନରୁ ଟିକେଟ ଦିଆଯାଇଥିବା ମଞ୍ଜୁଲା ହେଉଛନ୍ତି ପୂର୍ବତନ ବିଜେଡି ସାଂସଦ ଲଡୁ କିଶୋରଙ୍କ ବିଧବା। ବିଜେପୁର ବିଧାନସଭା ଆସନରୁ ପ୍ରାର୍ଥୀ ରୀତା ସାହୁ ପୂର୍ବତନ କଂଗ୍ରେସ ବିଧାୟକ ସୁବଲ ସାହୁଙ୍କ ବିଧବା ହୋଇଥିବାବେଳେ ଟାଇଟଲାଗଡ ଆସନରୁ ଦଳର ପ୍ରାର୍ଥୀ ଟୁକୁନି ସାହୁ ନିହତ ବିଜେଡି ନେତା ଅଭିମନ୍ୟୁ ସାହୁଙ୍କ ବିଧବା। ବ୍ରଜରାଜନଗର ବିଧାନସଭା ଆସନରୁ ଆଲାକା ମହାନ୍ତି ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ବିଧବା ହୋଇଥିବାବେଳେ ବିଜେଡି ପ୍ରାର୍ଥୀ ଦିପାଲୀ ଦାସ ହେଉଛନ୍ତି ପୂର୍ବତନ ବିଜେଡି ନେତା ନାବା ଦାସଙ୍କ ଓଡିଶାର ଲୋକସଭା ଆସନ ପାଇଁ ଲଢ଼ିବେ ବୋଲି କହିଛନ୍ତି

ସୂଚନାନୁସାରେ : ଟିକେ ଭୁଲୁ ପାଇଁ ଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ୫ ଲକ୍ଷ ତାଙ୍କ ଜୋରିନାମା କଲେ ହାଇକୋର୍ଟ l ଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମନମୁଖି କାର୍ଯ୍ୟ ଅବହେଳପାଇଁ ଜଣେ ଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର ହୋଇଯାଇଛି। ପରୀକ୍ଷା ଦେଇଥିଲେ ସୁଦ୍ଧା ଅନୁପସ୍ଥିତ ଦର୍ଶାଇ ଫେଲ୍ କରିଦେଲେ କର୍ତ୍ତୃପକ୍ଷ। ତେବେ ଏହି ତ୍ରୁଟି ବିଷୟରେ ଜାଣି ଏହାକୁ ସୁଧାରିବା ବେଳକୁ ୧୦ବର୍ଷ ବିତିଯାଇଥିଲା। ଫଳରେ ଛାତ୍ରଙ୍କ କ୍ୟାରିୟର ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏଭଳି କାର୍ଯ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଛାତ୍ରଙ୍କୁ କ୍ଷତିପୂରଣ ବାବଦକୁ ୫ ଲକ୍ଷ ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ l ୧୯୯୯ମସିହାରେ ବିଭୁତି ଭୂଷଣ ବାରିକ ବାଣିଜ୍ୟ ବିଭାଗରେ ଯୁକ୍ତ ତିନି ପରୀକ୍ଷା ଦେଇଥିଲେ। ଇଂରାଜୀରେ ୨୫ ମାର୍କ ରଖିଥିବାରୁ ତାଙ୍କ ଫେଲ୍ ଘୋଷଣା କରାଯାଇଥିଲା । କିନ୍ତୁ କମର୍ସିଆଲ ଲ’ରେ ଉପସ୍ଥିତ ଥିଲେ ସୁଦ୍ଧା ତାଙ୍କୁ ଅନୁପସ୍ଥିତ ଦର୍ଶାଯାଇ ସେଥିରେ ମଧ୍ୟ ଫେଲ୍ କରି ଦିଆଗଲା । ପୁନର୍ବାର ସେ ଇଂରାଜୀ ପରୀକ୍ଷା ଦେଇଥିଲେ । ସେଥିରେ ମଧ୍ୟ ସେ ଉପସ୍ଥିତ ଥାଇ ତାଙ୍କୁ ଅନୁପସ୍ଥିତ ଦର୍ଶାଯାଇ ଫେଲ୍ କରି ଦିଆଗଲା । ଏହିଭଳି ତ୍ରୁଟିପୂର୍ଣ୍ଣ ପରୀକ୍ଷା ଫଳକୁ ନେଇ ଆବେଦନକାରୀ ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ୨୦୦୧ରୁ ୨୦୧୧ ଏହି ୧୦ବର୍ଷ ମଧ୍ୟରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇ ନଥିଲେ । ଶେଷରେ ୨୦୧୨ରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଜର ତ୍ରୁଟିକୁ ଜାଣିପାରି ଆବେଦନକାରୀଙ୍କୁ ପାସ୍ କରିଥିଲେ । କିନ୍ତୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତ୍ରୁଟି ପାଇଁ ତାଙ୍କ ଭବିଷ୍ୟତ ନଷ୍ଟ ହୋଇଯାଇଥିବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମନମୁଖି କାର୍ଯ୍ୟ ପାଇଁ ଜଣେ ଛାତ୍ରଙ୍କ ଭବିଷ୍ୟତ ଏକପ୍ରକାର ନଷ୍ଟ ହୋଇଗଲା । ଗୋଟିଏ ବିଷୟରେ ପରୀକ୍ଷା ଦେଇ ମଧ୍ୟ ତାଙ୍କୁ ଅନୁପସ୍ଥିତ ଦର୍ଶାଇ ଫେଲ୍ କରିଦିଆଯାଇଥିଲା । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଜ ତ୍ରୁଟିକୁ ଜାଣି ସୁଧାରିବା ବେଳକୁ ୧୦ ବର୍ଷ ବିତି ଯାଇଥିଲା । ହାଇକୋର୍ଟ ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏଭଳି କାର୍ଯ୍ୟକୁ ନେଇ ଭୀଷଣ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହି ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି, ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ପାଇଁ ଜଣେ ଛାତ୍ରଙ୍କ କ୍ୟାରିଅର୍ ଖରାପ ହୋଇଛି । ସମୟ ଅନୁସାରେ ପରୀକ୍ଷାଫଳ ପ୍ରକାଶ କରିବା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ । ଯଦି ଫଳ ପ୍ରକାଶରେ ବିଳମ୍ବ ଘଟେ ତାହେଲେ ଏହା ଛାତ୍ରଛାତ୍ରୀଙ୍କ କ୍ୟାରିୟର ଉପରେ ପ୍ରଭାବ ପକାଇଥାଏ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଜ ଦାୟିତ୍ୱ ତୁଲାଇବାରେ ତ୍ରୁଟି କରିଛନ୍ତି। ଏଥିପାଇଁ ସମ୍ପୃକ୍ତ ଛାତ୍ରଙ୍କୁ କ୍ଷତିପୂରଣ ଦେବାକୁ ବାଧ୍ୟ । କ୍ଷତିପୂରଣ ବାବଦକୁ ୫ ଲକ୍ଷ ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଭବିଷ୍ୟତରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆଉ ଯେପରି ଏଭଳି ତ୍ରୁଟି ନକରନ୍ତି ସେଥିପାଇଁ ହାଇକୋର୍ଟ ତାଗିଦ୍ ମଧ୍ୟ କରିଛନ୍ତି । କ୍ଷତିପୂରଣ ଅର୍ଥ ରାଶି କୋର୍ଟ ଆଦେଶ ପାଇବାର ତିନି ମାସ ମଧ୍ୟରେ ପ୍ରଦାନ କରାଯିବ ।


୧୯୮୯ରୁ ୧୯୯୧ ଯାଏ ସେ ଦେବଗଡ଼ରୁ ଜନତା ଦଳ ସାଂସଦ ଥିଲେ। ୨୦୦୯ରେ ବିଜେଡି ଟିକଟରେ ପାଲଲହଡ଼ାରୁ ବିଧାୟକ ହୋଇଥିଲେ। ଏପରିକି ଦଳର ମୁଖ୍ୟ ସଚେତକ ହୋଇଥିଲେ। ୨୦୧୯ରେ ବିଜେଡି ବିଧାୟକ ଟିକଟ ନ ମିଳିବାରୁ ବିଜେପିରେ ସାମିଲ ହୋଇଥିଲେ ରବି ପାଣି। ବିଜେପି ଛାଡ଼ିଲେ ପୂର୍ବତନ ସାଂସଦ,ପୂର୍ବତନ ବିଧାୟକ ରବି ନାରାୟଣ ପାଣି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଲେଖିଥିବା ଇସ୍ତଫା ପତ୍ରରେ ରବି ନାରାୟଣ ପାଣି ଲେକିଛନ୍ତି, ବର୍ତ୍ତମାନର ରାଜନୀତିରେ ନୀତି ଆଦର୍ଶର ଆଉ ସ୍ଥାନ ନାହିଁ। କ୍ଷମତା ପାଇଁ ଯେକୌଣସି ବ୍ୟକ୍ତିକୁ ଆଣି ଦଳରେ ସାମିଲ କରାଯାଉଛି। ଆମ ପରି ବରିଷ୍ଠ ଓ ସଚ୍ଚୋଟ ନେତାଙ୍କୁ ଅଣଦେଖା କରାଯାଇ ଅନ୍ୟମାନଙ୍କୁ ପଦ ପଦବୀ ଦିଆଯାଉଛି। ଆମେ କେବଳ ମୁକ ହୋଇ ବସି ରହୁୁଛୁ। ତେଣୁ ତୁରନ୍ତ ଦଳରୁ ଇସ୍ତଫା ଦେଉଥିବା ଉଲ୍ଲେଖ କରିଛନ୍ତି ରବି ପାଣି l ୧୯୮୯ ରୁ ୧୯୯୧ ଯାଏ ସେ ଦେବଗଡ଼ରୁ ଜନତା ଦଳ ସାଂସଦ ଥିଲେ। ୨୦୦୯ରେ ବିଜେଡି ଟିକଟରେ ପାଲଲହଡ଼ାରୁ ବିଧାୟକ ହୋଇଥିଲେ। ଏପରିକି ଦଳର ମୁଖ୍ୟ ସଚେତକ ହୋଇଥିଲେ। ୨୦୧୯ରେ ବିଜେଡି ବିଧାୟକ ଟିକଟ ନ ମିଳିବାରୁ ବିଜେପିରେ ସାମିଲ ହୋଇଥିଲେ ରବି ପାଣି ବୋଲି ସୂଚନା ମିଳିଛି ।
ସୂଚନlନୁସାରେ : ଆଗକୁ ଭୋଟ ଆସୁଛି ହେଲେ କଂଗ୍ରେସ ଘୋଷଣା କଲା ନିର୍ବାଚନୀ ଇସ୍ତାହାର । ଦେଲା ୨୫ ଗ୍ୟାରେଣ୍ଟି, ୫ ନ୍ୟାୟ ପ୍ରତିଶ୍ରୁତି । ୨୦୨୪ ସାଧାରଣ ନିର୍ବାଚନ ପାଇଁ ‘ନ୍ୟାୟ ପତ୍ର’

ଭୁବନେଶ୍ୱର :ସୂଚନାନୁସାରେ , ପ୍ରତେକ ଦିନ ବିଭିନ୍ନ ଦଳରୁ ବହୁ ନେତା ମାନେ ଇସ୍ତଫା ଦେଉଥିବାବେଳେ ଆଜି ବରିଷ୍ଠ ନେତା ରଘୁନାଥ ମହାନ୍ତି ଇସ୍ତଫା ଦେଇଛନ୍ତି l ବିଜେପି ଛାଡ଼ିଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି। ଇସ୍ତଫା ପତ୍ର ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଥିବା କହିଲେ। ବସ୍ତା ବିଧାନସଭା କ୍ଷେତ୍ରରୁ ସେ ୫ଥର ପ୍ରତିନିଧିତ୍ୱ କରିଥିଲେ । ସରକାରୀ ଦଳ ମୁଖ୍ୟ ସଚେତକ ଓ ମନ୍ତ୍ରୀ ଥିଲେ ରଘୁ। ଏକଦା ସେ ବଧୂ ନିର୍ଯାତନା ମାମଲାରେ ଗିରଫ ହୋଇଥିଲେ। ଗିରଫ କରାଯିବା ପରେ ରଘୁଙ୍କୁ ବିଜେଡି ନିଲମ୍ବିତ କରିଥିଲା। ପରବର୍ତ୍ତୀ ଅବସ୍ଥାରେ ରଘୁ ବିଜେପିରେ ଯୋଗଦେଇଥିଲେ। ଅନ୍ୟପଟେ ବିଜେପିରେ ସାମିଲ ହୋଇଛନ୍ତି ଆଠମଲ୍ଲିକ ବିଧାୟକ ରମେଶ ସାଏ। ଗତକାଲି ବିଜୁ ଜନତା ଦଳ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ରମେଶ ସାଏ। ନଳିନୀ ପ୍ରଧାନଙ୍କୁ ଦଳ ଟିକେଟ ଦେବାରୁ ବିଜେଡି ଛାଡ଼ିଥିଲେ ରମେଶ।୨୦୧୯ରେ ରମେଶ ଚନ୍ଦ୍ର ସାଏ ବିଜେପି ପ୍ରାର୍ଥୀ ଭାଗିରଥୀ ପ୍ରଧାନଙ୍କୁ ୪୭ ହଜାରରୁ ଅଧିକ ଭୋଟ୍ରେ ପରାସ୍ତ କରି ବିଜୟୀ ହୋଇଥିଲେ। ବିଜେପି ଏଥର ଆଠମଲ୍ଲିକରୁ ପୂର୍ବତନ ବିଧାୟକ ସଞ୍ଜୀବ ସାହୁଙ୍କୁ ଟିକେଟ୍ ଦେଇଛି। ଟିକେଟ୍ ନମିଳିବା ପରେ ଦଳ ଛାଡ଼ିଛନ୍ତି ଅନେକ ଦୃଢ଼ ସଂଗଠକ। ଦଳ ସେମାନଙ୍କୁ ଅଣଦେଖା କରିଥିବା ନେଇ ଖୋଲା ଖୋଲି ବୟାନ ବାଜି କରିବା ସହ ସିଧାସଳଖ ନେତୃତ୍ୱଙ୍କ ଉପରେ ଝାଡ଼ିଛନ୍ତି ଅସନ୍ତୋଷ।
ସୂଚନାନୁସାରେ : ସୋସିଆଲ ମିଡ଼ିଆରେ ଏକ ଭୀତ ପ୍ରଚାର ଭିଡିଓ ଭାଇରାଲ ହେବାରେ ଲାଗିଛି l ସେଲୁନ ଭିତରେ ଜଣେ ବ୍ୟକ୍ତିଙ୍କ ଦାଢ଼ି କାଟିବା ପରେ ତାଙ୍କୁ ହାତ ଯୋଡ଼ି ଭୋଟ ମାଗିଛନ୍ତି ଜଣେ ସ୍ବାଧୀନ ପ୍ରାର୍ଥୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ତାମିଲନାଡୁ ରାମେଶ୍ୱରମ୍ ଅଞ୍ଚଳରେ lରାମନାଥପୁରମରୁ ସ୍ୱାଧୀନ ଭାବେ ଛିଡ଼ା ହୋଇଥିବା ପ୍ରାର୍ଥୀ ପରିରାଜନ ନିର୍ବାଚନ କ୍ୟାମ୍ପେନିଂ ବେଳେ ଏକ ସେଲୁନରେ ପଶି ଜଣେ ବ୍ୟକ୍ତିଙ୍କ ଦାଢ଼ି କାଟିଛନ୍ତି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ସେଲୁନ ଭିତରେ ଜଣେ ଲୋକ ଦାଢ଼ି ମାରିବାକୁ ବସିଥିବା ବେଳେ ପରିରାଜନ ନିଜ ହାତରେ ଖୁର ଧରି ତାଙ୍କ ଦାଢ଼ି କାଟୁଛନ୍ତି। ଆଉ ଏହା ପରେ ସେ ସଂପୃକ୍ତ ବ୍ୟକ୍ତି ଓ ସେଲୁନ ମାଲିକଙ୍କୁ ନମସ୍କାର ହୋଇ ତାଙ୍କୁ ଭୋଟ୍ ଦେବା ଲାଗି ନିବେଦନ କରୁଛନ୍ତି। ପରେ ସେଠାରୁ ଚାଲିଯାଉଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ୟୁଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତିବୋଲି ଦେଖିବାକୁ ମିଳୁଛି।
ସୂଚନାନୁସାରେ , ଆଗକୁ ଆସୁଛି ଭୋଟ ସେଥିଲାଗି ପ୍ରତେକ ଦଳରୁ କିଛି କିଛି ନେତା ମାନେ ନିଜ ନିଜ ଦଳ ଛାଡି ଅନ୍ୟଦଳରେ ଯୋଗ ଦେଉଛନ୍ତି l ସେହି ଭଳି ଆଜି ୨୭ ବିଧାନସଭା
*ଭୟଙ୍କର ଅଗ୍ନିକାଣ୍ଡ ୭ ଜଣଙ୍କ ଜୀବନ୍ତ ଦଗ୍ଧ *ଦଳରୁ ଇସ୍ତଫା ଦେଲେ ଭୃଗୁ ବକ୍ସିପାତ୍ର *ବୁଧବାର ରାଶିଫଳ ତାରିଖ-୦୩,୦୪,୨୪ *ଏପ୍ରିଲ ମାସର ଖରାକୁ ନେଇ ନନ୍ଦନ କାନନରେ ଜୀବ ଜନ୍ତୁ ଙ୍କ ପାଇଁ ସୁରକ୍ଷା
WhatsApp us