Search
Close this search box.

ଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମନମୁଖି କାର୍ଯ୍ୟ ଅବହେଳl ପାଇଁ ୫ ଲକ୍ଷ ଟଙ୍କା ଜୋରିମନl

ଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମନମୁଖି କାର୍ଯ୍ୟ ଅବହେଳପାଇଁ ୫ ଲକ୍ଷ ଟଙ୍କା ଜୋରିନାମା

ସୂଚନାନୁସାରେ : ଟିକେ ଭୁଲୁ ପାଇଁ ଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ୫ ଲକ୍ଷ ତାଙ୍କ ଜୋରିନାମା କଲେ ହାଇକୋର୍ଟ l ଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମନମୁଖି କାର୍ଯ୍ୟ ଅବହେଳପାଇଁ ଜଣେ ଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର ହୋଇଯାଇଛି। ପରୀକ୍ଷା ଦେଇଥିଲେ ସୁଦ୍ଧା ଅନୁପସ୍ଥିତ ଦର୍ଶାଇ ଫେଲ୍ କରିଦେଲେ କର୍ତ୍ତୃପକ୍ଷ। ତେବେ ଏହି ତ୍ରୁଟି ବିଷୟରେ ଜାଣି ଏହାକୁ ସୁଧାରିବା ବେଳକୁ ୧୦ବର୍ଷ ବିତିଯାଇଥିଲା। ଫଳରେ ଛାତ୍ରଙ୍କ କ୍ୟାରିୟର ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏଭଳି କାର୍ଯ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଛାତ୍ରଙ୍କୁ କ୍ଷତିପୂରଣ ବାବଦକୁ ୫ ଲକ୍ଷ ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ l ୧୯୯୯ମସିହାରେ ବିଭୁତି ଭୂଷଣ ବାରିକ ବାଣିଜ୍ୟ ବିଭାଗରେ ଯୁକ୍ତ ତିନି ପରୀକ୍ଷା ଦେଇଥିଲେ। ଇଂରାଜୀରେ ୨୫ ମାର୍କ ରଖିଥିବାରୁ ତାଙ୍କ ଫେଲ୍‌ ଘୋଷଣା କରାଯାଇଥିଲା । କିନ୍ତୁ କମର୍ସିଆଲ ଲ’ରେ ଉପସ୍ଥିତ ଥିଲେ ସୁଦ୍ଧା ତାଙ୍କୁ ଅନୁପସ୍ଥିତ ଦର୍ଶାଯାଇ ସେଥିରେ ମଧ୍ୟ ଫେଲ୍‌ କରି ଦିଆଗଲା । ପୁନର୍ବାର ସେ ଇଂରାଜୀ ପରୀକ୍ଷା ଦେଇଥିଲେ । ସେଥିରେ ମଧ୍ୟ ସେ ଉପସ୍ଥିତ ଥାଇ ତାଙ୍କୁ ଅନୁପସ୍ଥିତ ଦର୍ଶାଯାଇ ଫେଲ୍‌ କରି ଦିଆଗଲା । ଏହିଭଳି ତ୍ରୁଟିପୂର୍ଣ୍ଣ ପରୀକ୍ଷା ଫଳକୁ ନେଇ ଆବେଦନକାରୀ ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ୨୦୦୧ରୁ ୨୦୧୧ ଏହି ୧୦ବର୍ଷ ମଧ୍ୟରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇ ନଥିଲେ । ଶେଷରେ ୨୦୧୨ରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଜର ତ୍ରୁଟିକୁ ଜାଣିପାରି ଆବେଦନକାରୀଙ୍କୁ ପାସ୍‌ କରିଥିଲେ । କିନ୍ତୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତ୍ରୁଟି ପାଇଁ ତାଙ୍କ ଭବିଷ୍ୟତ ନଷ୍ଟ ହୋଇଯାଇଥିବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମନମୁଖି କାର୍ଯ୍ୟ ପାଇଁ ଜଣେ ଛାତ୍ରଙ୍କ ଭବିଷ୍ୟତ ଏକପ୍ରକାର ନଷ୍ଟ ହୋଇଗଲା । ଗୋଟିଏ ବିଷୟରେ ପରୀକ୍ଷା ଦେଇ ମଧ୍ୟ ତାଙ୍କୁ ଅନୁପସ୍ଥିତ ଦର୍ଶାଇ ଫେଲ୍‌ କରିଦିଆଯାଇଥିଲା । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଜ ତ୍ରୁଟିକୁ ଜାଣି ସୁଧାରିବା ବେଳକୁ ୧୦ ବର୍ଷ ବିତି ଯାଇଥିଲା । ହାଇକୋର୍ଟ ସମ୍ବଲପୁର ବିଶ୍ୱବିଦ୍ୟା

ଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମନମୁଖି କାର୍ଯ୍ୟ ଅବହେଳପାଇଁ ୫ ଲକ୍ଷ ଟଙ୍କା ଜୋରିନାମା
ଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମନମୁଖି କାର୍ଯ୍ୟ ଅବହେଳପାଇଁ ୫ ଲକ୍ଷ ଟଙ୍କା ଜୋରିନାମା

ଳୟ କର୍ତ୍ତୃପକ୍ଷଙ୍କ ଏଭଳି କାର୍ଯ୍ୟକୁ ନେଇ ଭୀଷଣ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହି ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି, ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ପାଇଁ ଜଣେ ଛାତ୍ରଙ୍କ କ୍ୟାରିଅର୍‌ ଖରାପ ହୋଇଛି । ସମୟ ଅନୁସାରେ ପରୀକ୍ଷାଫଳ ପ୍ରକାଶ କରିବା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ । ଯଦି ଫଳ ପ୍ରକାଶରେ ବିଳମ୍ବ ଘଟେ ତାହେଲେ ଏହା ଛାତ୍ରଛାତ୍ରୀଙ୍କ କ୍ୟାରିୟର ଉପରେ ପ୍ରଭାବ ପକାଇଥାଏ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଜ ଦାୟିତ୍ୱ ତୁଲାଇବାରେ ତ୍ରୁଟି କରିଛନ୍ତି। ଏଥିପାଇଁ ସମ୍ପୃକ୍ତ ଛାତ୍ରଙ୍କୁ କ୍ଷତିପୂରଣ ଦେବାକୁ ବାଧ୍ୟ । କ୍ଷତିପୂରଣ ବାବଦକୁ ୫ ଲକ୍ଷ ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଭବିଷ୍ୟତରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆଉ ଯେପରି ଏଭଳି ତ୍ରୁଟି ନକରନ୍ତି ସେଥିପାଇଁ ହାଇକୋର୍ଟ ତାଗିଦ୍‌ ମଧ୍ୟ କରିଛନ୍ତି । କ୍ଷତିପୂରଣ ଅର୍ଥ ରାଶି କୋର୍ଟ ଆଦେଶ ପାଇବାର ତିନି ମାସ ମଧ୍ୟରେ ପ୍ରଦାନ କରାଯିବ ।

Leave a Comment

Read More

Verified by MonsterInsights