Search
Close this search box.

ପୋଲିସମାନଙ୍କୁ ଟାଟୁ ମନା

ପୋଲିସମାନଙ୍କୁ ଟାଟୁ ମନା

ସୂଚନାନୁସାରେ , ଏକ ନୂଆ ଲାଗୁ କରିଲେ କେନ୍ଦ୍ର ସରକାର ଆକ୍ସନ ମୋଡରେ କମିଶନରେଟ୍ ପୋଲିସ। ଟାଟୁ କରିପାରିବେନି ପୋଲିସ । ସ୍ପେଶାଲ ସିକ୍ୟୁରିଟି ବାଟାଲିୟନରେ କାର୍ଯ୍ୟରତ ଯବାନମାନଙ୍କୁ ଟାଟୁ କରିବାକୁ ମନା କରାଯାଇଛି । ଦେହରେ ଟାଟୁ ଥିଲେ ତୁରନ୍ତ ଲିଭାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଟାଟୁ କରିଥିବା ପୋଲିସ କର୍ମଚାରୀଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି କମିଶନରେଟ ଡିସିପି (ସିକ୍ୟୁରିଟି) । ସେମାନଙ୍କ ଦେହରେ ଟାଟୁ ଥିଲେ ୧୫ ଦିନର ଭିତରେ ନଲିଭାଇଲେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ସିକ୍ୟୁରିଟି କହିଛନ୍ତି । କମିଶନରେଟ ଡିସିପିଙ୍କ ସିକ୍ୟୁରିଟି ପକ୍ଷରୁ ଏନେଇ ଏକ ନିର୍ଦ୍ଦେଶାନାମା ଜାରି କରାଯାଇଛି । ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଶୃଙ୍ଖଳିତ ବିଭାଗରେ ବିଶୃଙ୍ଖଳାଙ୍କୁ ପ୍ରଶୟ ଦିଆଯିବ ନାହିଁ । ଡ୍ୟୁଟି ସମୟରେ ଖାକି ସହ ଟାଟୁର ଚିତ୍ର ଆଖିକୁ ଦେଖାଯିବା ଅନୁମତି ନାହିଁ । ଯବାନଙ୍କ ଦେହରେ ଟାଟୁ, ବାଟାଲିୟନର ଭାବମୂର୍ତ୍ତି ଏବଂ ଓଡ଼ିଶା ପୋଲିସର ଅକ୍ଷୁର୍ଣ୍ଣତାକୁ ଖରାପ କରୁଛି । ତେଣୁ ଏଭଳି ଏକ ଶୃଙ୍ଖଳିତ ଖାକି ବର୍ଦ୍ଦି ପିନ୍ଧୁଥିବା ଯବାନଙ୍କ ବେଶରେ ଯେପରି କୌଣସି ଖରାପ ଚିତ୍ର ନହୁଏ ସେନେଇ ଏଭଳି ଏକ ନିଷ୍ପତ୍ତି ନିଆଯାଇଛି। ଏଥିସହ ରାଜଧାନୀରେ ଅପରାଧ ରୋକିବାକୁ ପ୍ରସ୍ତୁତ ହେଉଛି ମାଷ୍ଟରପ୍ଲାନ। ରାଜଧାନୀ ଭୁବନେଶ୍ୱରରେ ଚାଲିଛି କଳାକାଚ ଯାଞ୍ଚ ଅଭିଯାନ। ଗାଡିରେ ଡାର୍କ ଫିଲ୍ମ ବା ଅନ୍ୟ କୌଣସି ସାମଗ୍ରୀ ଲଗାଇବା ଉପରେ ନିଷେଧାଦେଶ ରହିଛି । କୌଣସି ବ୍ୟକ୍ତି ଏହି ନିୟମ ନମାନିଲେ ଜରିମାନା ଦେବାକୁ ପଡ଼ିବ । ପୋଲିସ ମାମଲା ମଧ୍ୟ ରୁଜୁ କରିପାରିବ । ୫ ହଜାର ଟଙ୍କା ଜରିମାନା କିମ୍ବା ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ । ଏଥିପାଇଁ ଆଜି ରାଜଧାନୀର ବିଭିନ୍ନ ସ୍ଥାନରେ କମିଶନରେଟ୍ ପୋଲିସ ପକ୍ଷରୁ ଚେକିଂକୁ କଡ଼ାକଡ଼ି କରାଯାଇଛି । ଗାଡିରେ ଲାଗିଥିବା ଡାର୍କ ଫିଲ୍ମକୁ ବାହାର କରାଯାଇଛି । ଗାଡ଼ିରେ ବ୍ଲାକ ଫିଲ୍ମ ଲଗାଇ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହିବା ସହ ନିଶା କାରବାର କରୁଥିବାରୁ ପଦକ୍ଷେପ ନିଆଯାଉଥିବା କହିଛନ୍ତି ପୋଲିସ କମିଶନର ବୋଲି ସୂଚନା ଦେଇଛନ୍ତି।

ପୋଲିସମାନଙ୍କୁ ଟାଟୁ ମନା
ପୋଲିସମାନଙ୍କୁ ଟାଟୁ ମନା

Leave a Comment

Read More

Verified by MonsterInsights