Search
Close this search box.

ଷ୍ଟ୍ରେସ ପାଇଁ ତ୍ୱଚାର ଯତ୍ନ

ଷ୍ଟ୍ରେସ ପାଇଁ ତ୍ୱଚାର ଯତ୍ନ

ଆଜି କଲି ସାଧାରଣତଃ ଲାଇଫ୍‌ରେ ଷ୍ଟ୍ରେସ୍‌ର ପ୍ରଭାବକୁ ନେଇ ସମସ୍ତେ ଡରନ୍ତି। କାରଣ ଷ୍ଟ୍ରେସ କାରଣରୁ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଥାଏ । ଷ୍ଟ୍ରେସର ପ୍ରଭାବରେ ଯେ କେବଳ ଆମର ଅଙ୍ଗପ୍ରତ୍ୟେଙ୍ଗ ଉପରେ ପଡିଥାଏ ଏଭଳି ନୁହେଁ, ଏହାର ପ୍ରଭାବ ଆମ ଚର୍ମ ଉପରେ ମଧ୍ୟ ପଡିଥାଏ। ଆସନ୍ତୁ ଜାଣିବା ଚର୍ମ ଉପରେ ଷ୍ଟ୍ରେସର ପ୍ରଭାବ । ଶୁଷ୍କତା ଷ୍ଟ୍ରେସ କାରଣରୁ ଆମ ଚର୍ମରେ ଥିବା ପ୍ରାକୃତିକ ଆଦ୍ରତା ନଷ୍ଟ ହୋଇଥାଏ । ଯାହାଫଳରେ ଚର୍ମ ଖୁବ ଶୁଷ୍କ ହୋଇଯାଇଥାଏ। ତେଣୁ ଯଦି ଷ୍ଟ୍ରେସରେ

ଷ୍ଟ୍ରେସ ପାଇଁ ତ୍ୱଚାର ଯତ୍ନ
ଷ୍ଟ୍ରେସ ପାଇଁ ତ୍ୱଚାର ଯତ୍ନ

ରହୁଛନ୍ତି ତେବେ ସ୍କିନ୍‌ରେ ମଶ୍ଚରାଇଜର କ୍ରିମ୍‌ ଅଧିକ ଲଗାନ୍ତୁ। ସବୁବେଳେ ସ୍କିନ୍‌କୁ ହାଇଡ୍ରେଟ୍‌ ରଖନ୍ତୁ। ଲାଲ ପଡିବା ଷ୍ଟ୍ରେସ କାରଣରୁ ଶରୀର ତଥା ମୁହଁର ସ୍କିନ୍‌ ଲାଲ ପଡିବାର ସମ୍ଭାବନା ଅଧିକ ରହିଛି। ଯଦି ଏପରି ହେଉଛି ତେବେ କୌଣସି ଚର୍ମ ବିଶେଷଜ୍ଞଙ୍କ ପରାମର୍ଶ ନେବା ସହିତ ମୁହଁକୁ ଥଣ୍ଡା ରଖନ୍ତୁ । ଏହା ସହିତ ଷେc୍ରସ ଫି୍ର ରହିବାକୁ ଯଥା ସମ୍ଭବ ଚେଷ୍ଟା କରନ୍ତୁ । ପୋଡା ଜଳା ହେବା ବେଳେବେଳେ କାରଣ ନଥାଇ ମଧ୍ୟ ଆମ ଚର୍ମରେ ଜ୍ୱଳନ ଅନୁଭବ ହୋଇଥାଏ । ତେବେ ଏହାର କାରଣ ଷ୍ଟ୍ରେସ ହୋଇପାରେ। ତେଣୁ ଏହି ସମୟରେ ନିଜର ମନକୁ ଶାନ୍ତ ରଖିବା ସହିତ ଚର୍ମକୁ ଥଣ୍ଡା ରଖନ୍ତୁ । ସ୍କିନ୍‌କୁ ସଫା ରଖିବା ସହିତ କୌଣସି ଭଲ ମଶ୍ଚରାଇଜର ଲଗାନ୍ତୁ। ବ୍ରଣ ଷ୍ଟ୍ରେସ୍‌ କାରଣରୁ ବ୍ରଣ ହେବାର ସମ୍ଭାବନା ଅଧିକ ରହିଥାଏ, କାରଣ ଅତ୍ୟଧୀକ ମାନସିକ ଚାପ ଯୋଗୁଁ ହର୍ମୋନାଲ ଇମ୍ପବାଲାନ୍ସ ହୋଇଥାଏ, ଯେଉଁ କାରଣରୁ ବ୍ରଣ ହେବାର ସମ୍ଭାବନା ରହିଥାଏ। ଏପରି ଅଧିକ ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ନାମ-ଲକ୍ଷ୍ମୀ ନାଏକ ମୋ -୯୭୭୭୧୪୩୩୦୬

Leave a Comment

Read More