Search
Close this search box.

April 10, 2024

ଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମନମୁଖି କାର୍ଯ୍ୟ ଅବହେଳପାଇଁ ୫ ଲକ୍ଷ ଟଙ୍କା ଜୋରିନାମା

ଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମନମୁଖି କାର୍ଯ୍ୟ ଅବହେଳl ପାଇଁ ୫ ଲକ୍ଷ ଟଙ୍କା ଜୋରିମନl

ସୂଚନାନୁସାରେ : ଟିକେ ଭୁଲୁ ପାଇଁ ଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ୫ ଲକ୍ଷ ତାଙ୍କ ଜୋରିନାମା କଲେ ହାଇକୋର୍ଟ l ଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମନମୁଖି କାର୍ଯ୍ୟ ଅବହେଳପାଇଁ ଜଣେ ଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର ହୋଇଯାଇଛି। ପରୀକ୍ଷା ଦେଇଥିଲେ ସୁଦ୍ଧା ଅନୁପସ୍ଥିତ ଦର୍ଶାଇ ଫେଲ୍ କରିଦେଲେ କର୍ତ୍ତୃପକ୍ଷ। ତେବେ ଏହି ତ୍ରୁଟି ବିଷୟରେ ଜାଣି ଏହାକୁ ସୁଧାରିବା ବେଳକୁ ୧୦ବର୍ଷ ବିତିଯାଇଥିଲା। ଫଳରେ ଛାତ୍ରଙ୍କ କ୍ୟାରିୟର ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏଭଳି କାର୍ଯ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଛାତ୍ରଙ୍କୁ କ୍ଷତିପୂରଣ ବାବଦକୁ ୫ ଲକ୍ଷ ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ l ୧୯୯୯ମସିହାରେ ବିଭୁତି ଭୂଷଣ ବାରିକ ବାଣିଜ୍ୟ ବିଭାଗରେ ଯୁକ୍ତ ତିନି ପରୀକ୍ଷା ଦେଇଥିଲେ। ଇଂରାଜୀରେ ୨୫ ମାର୍କ ରଖିଥିବାରୁ ତାଙ୍କ ଫେଲ୍‌ ଘୋଷଣା କରାଯାଇଥିଲା । କିନ୍ତୁ କମର୍ସିଆଲ ଲ’ରେ ଉପସ୍ଥିତ ଥିଲେ ସୁଦ୍ଧା ତାଙ୍କୁ ଅନୁପସ୍ଥିତ ଦର୍ଶାଯାଇ ସେଥିରେ ମଧ୍ୟ ଫେଲ୍‌ କରି ଦିଆଗଲା । ପୁନର୍ବାର ସେ ଇଂରାଜୀ ପରୀକ୍ଷା ଦେଇଥିଲେ । ସେଥିରେ ମଧ୍ୟ ସେ ଉପସ୍ଥିତ ଥାଇ ତାଙ୍କୁ ଅନୁପସ୍ଥିତ ଦର୍ଶାଯାଇ ଫେଲ୍‌ କରି ଦିଆଗଲା । ଏହିଭଳି ତ୍ରୁଟିପୂର୍ଣ୍ଣ ପରୀକ୍ଷା ଫଳକୁ ନେଇ ଆବେଦନକାରୀ ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ୨୦୦୧ରୁ ୨୦୧୧ ଏହି ୧୦ବର୍ଷ ମଧ୍ୟରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇ ନଥିଲେ । ଶେଷରେ ୨୦୧୨ରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଜର ତ୍ରୁଟିକୁ ଜାଣିପାରି ଆବେଦନକାରୀଙ୍କୁ ପାସ୍‌ କରିଥିଲେ । କିନ୍ତୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତ୍ରୁଟି ପାଇଁ ତାଙ୍କ ଭବିଷ୍ୟତ ନଷ୍ଟ ହୋଇଯାଇଥିବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମନମୁଖି କାର୍ଯ୍ୟ ପାଇଁ ଜଣେ ଛାତ୍ରଙ୍କ ଭବିଷ୍ୟତ ଏକପ୍ରକାର ନଷ୍ଟ ହୋଇଗଲା । ଗୋଟିଏ ବିଷୟରେ ପରୀକ୍ଷା ଦେଇ ମଧ୍ୟ ତାଙ୍କୁ ଅନୁପସ୍ଥିତ ଦର୍ଶାଇ ଫେଲ୍‌ କରିଦିଆଯାଇଥିଲା । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଜ ତ୍ରୁଟିକୁ ଜାଣି ସୁଧାରିବା ବେଳକୁ ୧୦ ବର୍ଷ ବିତି ଯାଇଥିଲା । ହାଇକୋର୍ଟ ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏଭଳି କାର୍ଯ୍ୟକୁ ନେଇ ଭୀଷଣ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହି ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି, ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ପାଇଁ ଜଣେ ଛାତ୍ରଙ୍କ କ୍ୟାରିଅର୍‌ ଖରାପ ହୋଇଛି । ସମୟ ଅନୁସାରେ ପରୀକ୍ଷାଫଳ ପ୍ରକାଶ କରିବା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ । ଯଦି ଫଳ ପ୍ରକାଶରେ ବିଳମ୍ବ ଘଟେ ତାହେଲେ ଏହା ଛାତ୍ରଛାତ୍ରୀଙ୍କ କ୍ୟାରିୟର ଉପରେ ପ୍ରଭାବ ପକାଇଥାଏ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଜ ଦାୟିତ୍ୱ ତୁଲାଇବାରେ ତ୍ରୁଟି କରିଛନ୍ତି। ଏଥିପାଇଁ ସମ୍ପୃକ୍ତ ଛାତ୍ରଙ୍କୁ କ୍ଷତିପୂରଣ ଦେବାକୁ ବାଧ୍ୟ । କ୍ଷତିପୂରଣ ବାବଦକୁ ୫ ଲକ୍ଷ ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଭବିଷ୍ୟତରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆଉ ଯେପରି ଏଭଳି ତ୍ରୁଟି ନକରନ୍ତି ସେଥିପାଇଁ ହାଇକୋର୍ଟ ତାଗିଦ୍‌ ମଧ୍ୟ କରିଛନ୍ତି । କ୍ଷତିପୂରଣ ଅର୍ଥ ରାଶି କୋର୍ଟ ଆଦେଶ ପାଇବାର ତିନି ମାସ ମଧ୍ୟରେ ପ୍ରଦାନ କରାଯିବ ।

Read More »
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୩ ଜଣଙ୍କ ମୃତ୍ୟୁ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୩ ଜଣଙ୍କ ମୃତ୍ୟୁ

କୋରାପୁଟ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକମାନେ ଧନପୂର୍ ଓ ସାନପିଣ୍ଡାପଦର୍କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅନ୍ତର୍ଗତ ଗାଗନାପୁର ଠାରେ  ଅଞ୍ଚଳର ବୋଲି ଜଣାଯାଇଛି।
ସୂଚନାନୁସାରେ , ଗତକାଲି ବିଳମ୍ବିତ ରାତିରେ ଗାଗନାପୁର ନିକଟରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ପରେ ଦୁଇଟି ବାଇକ୍ ଥିବା ଯୁବକମାନେ ଛିଟିକି ତଳେ ପଡ଼ିଯାଇଥିଲେ। ପୁଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏହାସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ରାତିରେ ଯାତ୍ରା ଦେଖି ଫେରୁଥିବା ବେଳେ ଏପରି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ଖବର ପାଇ ଜୟପୁର ସଦର ଥାନା ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଦୁଇଟି ବାଇକକୁ ଜବତ କରି ଘଟଣା ତଦନ୍ତ ଆରମ୍ଭ କରିଛି।

Read More »

ବସ ଦୃଘଟଣାରେ ୧୨ ମୃତ୍ୟୁ

ଛତିଶଗଡ଼ : ଅକାଳରେ ଚାଲିଗଲା ୧୨ଟି ଜୀବନ l ଏକ ଦୃଘଟଣାରେ ଚାଲିଯାଚି କିଛି ଜୀବନ l ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ଘଟିଛି ଭୟଙ୍କର ଦୁର୍ଘଟଣା । ଏହି ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୫ରୁ ଅଧିକ ଆହତ ହୋଇଛନ୍ତି । ମୋରମ ଖଣିକୁ ଖସି ପଡ଼ିଥିଲା ଏକ ଯାତ୍ରିବାହୀ ବସ୍ । ଏହି ବସ୍‌ରେ ୪୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଯାତ୍ରା କରୁଥିଲେ । ତେବେ କୌଣସି କାରଣ ବସତଃ ବସ୍‌ଟି ମୋରମ ଖଣିକୁ ଖସି ପଡ଼ିଥିଲା । ଏହି ଦୁର୍ଘଟଣା ପରେ ମୃତାହତଙ୍କ ପାଇଁ ଶୋକ ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ବୋଲି ସୂଚନା ମିଳିଛି ।

Read More »

ପୁଣି ପ୍ରବଳ ଗରମ

ବଲାଙ୍ଗୀର , ଆ ଜି କିଛି କିଛି ସ୍ତାନରେ ବର୍ଷା ହୋଇଥିବା ଦେଖିବାକୁ ମିଳିଛି l ନୂଆପଡା ଏବଂ ବରଗଡ ଜିଲ୍ଲାର କିଛି ଅଞ୍ଚଳରେ ହାଲୁକା ବର୍ଷା ହୋଇଛି। ଆସନ୍ତା ୧୩ ତାରିଖଠାରୁ ରାଜ୍ୟରେ

Read More »
ଆଜିର ରାଶିଫଳ

ଆଜିର ରାଶିଫଳ

ମେଷ
Wednesday 10 Apr 2024
ଅଶ୍ୱନୀ – ନିଜ ସ୍ୱାସ୍ଥ୍ୟକୁ ନେଇକି ଅଧିକ ଚିନ୍ତା କରନ୍ତୁ ନାହିଁ । ଗୃହରେ କୈାଣସି ବ୍ୟକ୍ତିଙ୍କ ଠାରୁ ସୁଖ ସୁମ୍ବାଦ ପାଇବେ । କର୍ମକ୍ଷେତ୍ରରେ ପରିଶ୍ରମର ଭଲ ପରିମାଣ ପାଇବା ସହିତ ଉଚ୍ଚପଦ ପଦବୀ ପାଇବାରେ ସଫଳ ହେବେ ।

ଦ୍ୱିଜା – ବ୍ୟବସାୟ କ୍ଷେତ୍ରରେ ନିବେଶ କରିଲେ ଉନ୍ନତି ହେବା ସହ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ । ବିଦ୍ୟାର୍ଥୀ ମାନେ ଲେଖାପଢାରେ ମନଯୋଗ ଦେଇ ଅଧିକ ପରିଶ୍ରମ ଜାରି ରଖି ବା ଜରୁରୀ ଅଟେ ।

କୃତିକା – ଆୟର ଯଥେଷ୍ଟ ଅର୍ଥ ସାମାଜିକ ଏବଂ ଶୁଭକାର‌୍ୟ୍ୟରେ ଖର୍ଚ୍ଚ କରି ପାରନ୍ତି । ଉଚ୍ଚସ୍ତରୀୟ ଯାନବାହନ କ୍ରୟ କରିବାର ସୁବିଧା ପାଇବେ । ଖାଲି ସମୟରେ ଆପଣଙ୍କ ଅନ୍ତରଙ୍ଗ ବନ୍ଧୁମାନଙ୍କ ସହିତ ଦେଖାକରିବାକୁ ଯୋଜନା କରିପାରନ୍ତି

ପ୍ରତିକାର – ରୁଟି କୁକୁରକୁ ଖାଇବାକୁ ଦିଅନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :୯
ବୃଷ
Wednesday 10 Apr 2024
କୃତିକା – ପ୍ରେମ ଜୀବନରେ ଉତମ ବୁଝାବଣା ରହିବ । ଆକସ୍ମିକ ଭାବେ ନିକଟ ସମ୍ପର୍କୀୟ ମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ । ଆଜିର କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନିଧ୍ୟରୁ ଉପକୃତ ହୋଇପାରନ୍ତି ।

ରୋହିଣୀ – ବିବାଦୀୟ ପରିସ୍ଥିତିକୁ ମନବୁଝାଣିଆ କଥା କହି ପରିବେଶକୁ ସ୍ୱାଭାବିକ କରିପାରନ୍ତି । କୈାଣସି କାରଣରୁ ମନ ଭଲ ରହିବ ନାହିଁ । ରାଜନିତିରେ ଆର୍ଥୀକ ଲାଭ ମିଳିବ

ମୃଗଶିରା – ଭଲ ସମ୍ପର୍କ ନଥିବା ବ୍ୟକ୍ତିଙ୍କ ଦ୍ୱାରା ମିଥ୍ୟା ଗୁଜବରେ ଆତଙ୍କିତ ହେବା ଠିକ୍ ନୁହେଁ । ବ୍ୟବସାୟ ତଥା ପରିବହନରେ ସଫଳତା ମିଳିବ । ମକଦ୍ଦମାରେ ଜୟଲାଭ କରିବେ ।

ପ୍ରତିକାର – ମା କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :୬
ମିଥୁନ
Wednesday 10 Apr 2024
ମୃଗଶିରା – ଅସ୍ୱାସ୍ଥ୍ୟ କର ପରିସ୍ଥିତିକୁ ନେଇ ଚିନ୍ତା ଗ୍ରସ୍ତ ରହିବେ । ଅଚିହ୍ନା ଲୋକଙ୍କ ଠାରୁ ସାହାର‌୍ୟ୍ୟ ପାଇବେ । ପୁରାତନ ଜିନିଷ ଓ ଗହଣା ଉପରେ ନିବେଶ କଲେ ବହୁତ ଲାଭ ଓ ଉନ୍ନତି ହୋଇପାରେ । ଚଳଚିତ୍ର କ୍ଷେତ୍ରରେ ସମସ୍ୟା ଦେଖାଦେବ

ଆଦ୍ରା – ପଛ କଥା ପଛରେ ପକାଇ ଏହି ସମୟର ସଦୁପଯୋଗ କରିପାରିଲେ ଭଲ । ମନରେ ସାହସ ବାନ୍ଧି କୈାଣସି କାମ ଆରମ୍ଭ କରି , ଅବଶ୍ୟ ସଫଳତା ପାଇବେ । ଆପଣଙ୍କ ସବୁ ମନୋକାମନା ପୁର୍ଣ ହେବ

ପୁନର୍ବସୁ – ମାଲିମକଦ୍ଦମା ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ରାଜନୀତିରେ କୈାଣସି କାମକୁ ହାତକୁ ନେବେ । ଘରେ ଚାଲୁଥିବା ମତଭେଦ ମାନସିକ ଚାପ ଦେଇପାରେ । ମହିଳା ମାନେ ଇଶ୍ୱର ବିଶ୍ୱାସି ହେବେ

ପ୍ରତିକାର – ତ୍ରିପୁରା ସୁନ୍ଦରିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :୫
କର୍କଟ
Wednesday 10 Apr 2024
ପୁନର୍ବସୁ – ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ହେବ । ନିକଟ ସମ୍ପର୍କୀୟଙ୍କ ଠାରୁ ସାହାର‌୍ୟ୍ୟ ପାଇ ଖୁସି ହେବେ । କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ପାଇବେ ।

ପୁଷ୍ୟା – ଆର୍ଥୀକ ସ୍ଥିତି ପୂର୍ବପରି ରହିବା କାରଣରୁ ମନରେ ଖୁସି ରହିବ ନାହିଁ । ସଭାସମିତିରେ ଉନ୍ନତ ମାନର ଆଲୋଚନା କରିବେ । ବୈବାହିକ ବନ୍ଧନରେ ବାନ୍ଧି ହୋଇପାରନ୍ତି ।

ଅଶ୍ଳେଷା – ବ୍ୟବସାୟରେ ଆଶା ପୂରଣ କରିବା ପାଇଁ ସମ୍ଭାବନା ରହିଛି । ଜମିଜମା କାରବାରରେ ଉପକୃତ ହେବେ । ନୂଆ ଜାଗାକୁ ଭ୍ରମଣ କରିବାକୁ ଯାଇ ପାରନ୍ତି ।

ପ୍ରତିକାର – ଗୁରୁଜନ ମାନଙ୍କ ଚରଣ ସ୍ପର୍ଶ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :୨
ସିଂହ
Wednesday 10 Apr 2024
ମଘା – କର୍ମଜିବୀ ମାନଙ୍କ ପାଇଁ କର୍ମ କ୍ଷେତ୍ରରେ ଉନ୍ନତି ଆସିପାରେ । ସ୍ୱାର୍ଥପରତା ଯୋଗୁ ଅନେକ ବନ୍ଧୁ ଆପଣଙ୍କ ଠାରୁ ଦୂରେଇ ଯିବେ । ସାମୟିକ ଭାବରେ ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ ।

ପୂ , ଫାଲଗୁନୀ – ଶିକ୍ଷାତ୍ରୀ ମାନେ ଦେଇଥିବା ପରିକ୍ଷାରେ କୃତକାର‌୍ୟ୍ୟ ହେବେ । କର୍ମକ୍ଷେତ୍ରରେ ଅହେତୁକ ବିଳମ୍ବ ଘଟିବ, ଶତୃମାନଙ୍କ ଉପଦ୍ରବ ବୃଦ୍ଧି ପାଇବ । ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ସଂପର୍କ ବଢିବ । କୈାଣସି ଖବର ପାଇ ମୁଣ୍ଡବ୍ୟଥା ହୋଇପାରେ ।
ଉ ,ଫାଲଗୁନୀ – ସାମାଜିକ ଗତିବିଧିରେ ସକ୍ରିୟ ଭୂମିକା ନିର୍ବାହ କରିବେ । ଘର କାମ ପାଇଁ ଖର୍ଚ୍ଚ କରିବାକୁ ପଡିପାରେ । ପ୍ରେମ ସଂପର୍କ ମଜବୁତ୍ ରହିବ ।
ପ୍ରତିକାର – ଶ୍ରୀ ରାମଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧
କନ୍ୟା
Wednesday 10 Apr 2024
ଉ , ଫାଲଗୁନୀ – ଆତ୍ମୀୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ । ପାରିବାରିକ କ୍ଷେତ୍ରରେ ପାରିପାଶ୍ୱର୍ିକ ପରିସି୍ଥତି ଭଲ ରହିବାରୁ ଖୁସି ରହିବେ । ଚାକିରୀ କ୍ଷେତ୍ରରେ ଭଲ ବେତନ ପାଇବେ

ହସ୍ତା – ଆପଣଙ୍କ କାର‌୍ୟ୍ୟକଳାପରେ ଅସନ୍ତୁଷ୍ଟ ହୋଇ ସମ୍ପର୍କୀୟ ପଛରେ ସମାଲୋଚନା କରିପାରନ୍ତି । ଛାତ୍ରଛାତ୍ରୀ ମାନେ ପରିଶ୍ରମୀ ହେବେ । ସାହିତ୍ୟ, ସଙ୍ଗିତ ଓ ସୃଜନାଶୀଳତା ବୃଦ୍ଧି ପାଇବ ।

ଚିତ୍ରା – ନାନା ଭାବନା ଓ ଦ୍ୱିଧାଭାବ ଭିତରେ ଗତି କରି ପାରନ୍ତି । କଚେରି ମାମଲା କାରଣରୁ ଉଦ୍ବେଗ ବୃଦ୍ଧି ପାଇବ । ମହିଳା ମାନେ ସମସ୍ୟାରେ ରହିବ ।

ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ପୂଜା, ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :୫
ତୁଳା
Wednesday 10 Apr 2024
ଚିତ୍ରା – ବିଦେଶରେ ଥିବା ସପଂର୍କୀୟ ଠାରୁ ଶୁଭ ଖବର ପାଇବେ । ବ୍ୟବସାୟରେ ସମସ୍ୟା ସତ୍ୱେ ଲାଭ ଆଦି ଫଳ ଭୋଗ କରିବେ । ଭାଇ-ଭଉଣୀଙ୍କ ଭିତରେ ସଂପର୍କ ଭଲ ରହିବ ।

ସ୍ୱାତୀ – ପାରିବାରରେ ସୁସ୍ଥ ବାତାବରଣ ଜାରି ରହିବ । ସମାନ ବିଚାର ଧାରା ଲୋକଙ୍କ ସହିତ ଭେଟ ହେବା ଫଳରେ ଧର୍ମ କାର‌୍ୟ୍ୟରେ ନିୟୋଜିତ ହୋଇପାରନ୍ତି । ଧନର ଠିକ୍ ଉପଯୋଗ କରିବା ପାଇଁ ଚେଷ୍ଟା କରିବେ ।

ବିଶାଖା – ମାଲିମକଦ୍ଦମାରେ ଖର୍ଚ୍ଚାନ୍ତ ହୋଇପାରନ୍ତି । କଳା, ସାହିତ୍ୟ, ଗବେଷଣା କ୍ଷେତ୍ରରେ ଖୁସି ରହିବେ। ନୂତନ ଗୃହ ନିର୍ମାଣର ସୁଯୋଗ ଆସିବ । ବିଦ୍ୟାର୍ଥୀ ମାନେ ପଢାପଢିରେ ମନଭାବ ପ୍ରକାଶ କରିବେ ।

ପ୍ରତିକାର – ଧଳା ରଙ୍ଗର ପୋଷାକ ପିନ୍ଧି ଘରୁ ବାହାରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :୬
ବିଛା
Wednesday 10 Apr 2024
ବିଶାଖା – ନିଜ ଲୋକଙ୍କ ପରୋକ୍ଷ ଶତୃତା ହେତୁ ଭାବପ୍ରବଣତା ବୃଦ୍ଦି ପାଇବ । ସରକାରୀ ସ୍ତରରୁ ଆଶା କରୁଥିବା ଶୁଭ ଖବର ପାଇ ଉଲ୍ଲସିତ ହେବେ । ଶିଳ୍ପ କ୍ଷେତ୍ରରେ ଉତ୍ପାଦନ ସୀମିତ ରହିବ ।
ଅନୁରାଧା – ସାମାଜିକ ସ୍ତରରେ ସମ୍ମାନୀୟ ବ୍ୟକ୍ତି ସହୟତା କରିବେ । ପରିବାର ମଧ୍ୟରେ ନିଜର ମନୋଭାବକୁ ପ୍ରକାଶ କରନ୍ତୁ ନାହିଁ । ଶିକ୍ଷାର୍ଥୀ ମାନେ ଶିକ୍ଷାରେ ଏକାଗ୍ରତା ରକ୍ଷା କରିବେ
ଜ୍ୟେଷ୍ଠା – ଜମିଜମା କ୍ରୟ ବିକ୍ରୟ କିମ୍ବା ନୂତନ ବାଣିଜ୍ୟାରମ୍ଭ ପାଇଁ ମନ ବଳାଇବେ । ମହିଳା ମାନେ ପୁରୁଣା ବନ୍ଧୁଙ୍କ ସହ ସମୟ ବିତାଇବେ । ସେବାସମ୍ବନ୍ଧ କ୍ଷେତ୍ରରେ ଉଚ୍ଚ ଭୂମିକା ଗ୍ରହଣ କରିବେ ।
ପ୍ରତିକାର – ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯
ଧନୁ
Wednesday 10 Apr 2024
ମୂଳା – ମାଆଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଜୀବନ ସାଥୀ ଓ ପରିଜନଙ୍କ ସ୍ନେହ ପାଇବେ । ବାରମ୍ବାର ଅସଫଳତା କାରଣ ଖୋଜିବାକୁ ଯାଇ ମାନସିକ ଦ୍ୱନ୍ଦରେ ପଡିପାରନ୍ତି । ବ୍ୟବସାୟ, ବାଣିଜ୍ୟରେ ସି୍ଥର ଅବସ୍ଥା ଲାଗି ରହିବ ।

ପୂ , ଷାଢା – ଗୁରୁଜନ ମାନଙ୍କ ସହିତ ମତାନ୍ତର ହୋଇପାରେ । ଅଫିସରୁ ଆସିଲା ବେଳେ ନିଜ ମନ ପସନ୍ଦର ଜିନିଷ ଟିଏ କିଣିକି ଆଣିବାରେ ସମର୍ଥ ହେବେ କ୍ଷ ରାଜନୀତିରେ ନୂତନ ସମସ୍ୟାରେ ପିଡିତ ହେବେ କ୍ଷ ଛାତ୍ରଛାତ୍ରିମାନେ ପରୀକ୍ଷାରେ ଉତମ ଫଳ ପ୍ରଦର୍ଶନ କରିବେ ।

ଉ , ଷାଢା – ଦୂର ସ୍ଥାନରେ ନୂତନ ଜମି କ୍ରୟ କରି ଆନନ୍ଦିତ ରହିବେ କ୍ଷ ମହିଳା ମାନେ କଠିନ ପରିଶ୍ରମ କରିବେ । ମାଲିମକନ୍ଦମାର ଶୁଣାଣି ଆପଣଙ୍କ ବିପକ୍ଷରେ ଯିବା ସହିତ ଦଣ୍ଡବିଧାନ ହୋଇ ନଥାଏ ।

ପ୍ରତିକାର – ବ୍ରାହ୍ମଣଙ୍କର ସେବା କରି ତାଙ୍କୁ କିଛି ଦ୍ରବ୍ୟ ଦାନ କରନ୍ତୁ

ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩
ମକର
Wednesday 10 Apr 2024
ଉ , ଷାଢା – ମାନସିକ ଅସି୍ଥରତାକୁ ବୃଦ୍ଧି କରିବାରେ ବନ୍ଧୁଙ୍କ ପରୋକ୍ଷ କାର‌୍ୟ୍ୟାବଳୀ ଅନନ୍ୟ କାରଣ ହୋଇପାରେ । ପରିବାରରେ ସନ୍ତାନଙ୍କ କୃତି ଓ କୃତିତ୍ୱରେ ଖୁସି ହୋଇପାରନ୍ତି ।

ଶ୍ରବଣା – ଅଫିସରେ ସ୍ଥଗିତ କାମ ପାଇଁ ଉପରିସ୍ଥ କର୍ମଚାରୀ କଡା କଥା କହିପାରନ୍ତି । ଆନୁଷ୍ଠାନିକ କାର‌୍ୟ୍ୟ ସକାଶେ ପ୍ରସ୍ତୁତିପୂର୍ବ ଜୋରଦାର କରିପାରନ୍ତି ।
ଧନିଷ୍ଠା –ବ୍ୟବସାୟରେ ଆଶା ଅନୂରୂପ ଫଳ ପାଇବେ । ଗୃହସୀମା ପାଇଁ ସାମାନ୍ୟ ଝଗଡା ସୃଷ୍ଟି ହୋଇପାରେ । ମହିଳା ମାନେ ଦାୟିତ୍ୱବାନ୍ ରହିବେ ।
ପ୍ରତିକାର – ମା ଶାରଳାଙ୍କ ଆରଧନା କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮
କୁମ୍ଭ
Wednesday 10 Apr 2024
ଧନିଷ୍ଠା – ସପଂର୍କୀୟ ମାନଙ୍କ ସହିତ ବନ୍ଧୁତା ସ୍ୱତରେ ଆବଦ୍ଧ ହୋଇ ପାରନ୍ତି । ସୁଖ, ସମୃଦ୍ଧି ବଢିବ , ମହିଳା ମାନେ ସମ୍ମାନୀୟ ହେବେ । ନୂଆ କାମରେ ଭାଗ୍ୟ ସାଥ୍ ଦେଇପାରେ । ଧାତୁଅଳଙ୍କାର କ୍ରୟ କରି ସାମୟିକ ଆତ୍ମତୃପ୍ତି ଅନୁଭବ କରିବାର ସୁଯୋଗ ପାଇବେ ।

ଶତଭିଷା – ଚାକିରିରେ ନିଜକୁ ସଂଯତ ରଖି ଚଳିଲେ ଭଲ । ଗଣ ମାଧ୍ୟମରେ କର୍ମଚାରୀଙ୍କ ଲାଗି ଦିନଟି ଭଲ ରହିବ । ଚଳଚିତ୍ରରେ ସୁନାମ ଅର୍ଜନ କରିପାରନ୍ତି । ରାଜନୈତିକ କ୍ଷେତ୍ରରେ ସଫଳତା ପାଇବେ ।
ପୂ , ଭାଦ୍ରପଦ – ପରିବହନ , ବାଣିଜ୍ୟରେ ଆଶିଂକ ମନ୍ଦା ଦେଖାଦେବ । କ୍ୟାରିୟରେ ନୂଆ କିର୍ତୀ ମାନ ସ୍ଥାପନ କରିବେ । ସରକାରୀ ସ୍ଥରରେ କେତେକ ସୁବିଧା ପାଇବା ହେତୁ ଖୁସି ରହିବେ । ନୃତ୍ୟ ବାଦି କ୍ଷେତ୍ରରେ ସୁନାମ ଅର୍ଜନ କରିପାରନ୍ତି
ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮
ମୀନ
ପୂ , ଭାଦ୍ରପଦ – ସମସ୍ତ ପ୍ରକାରର ସୁବିଧାଥିଲେ ମଧ୍ୟ ବହୁ କଷ୍ଟରେ କାର‌୍ୟ୍ୟସିଦ୍ଧି ଘଟିବ । ସମସ୍ୟା ଭାରକ୍ରାନ୍ତ ହୋଇ ମନଟା ଭଲ ଲାଗିବ ନାହିଁ । କଳହ ଲାଗିଥିବା ବନ୍ଧୁଙ୍କ ପ୍ରତି ସତର୍କ ରୁହନ୍ତୁ ।
ଉ , ଭଦ୍ରପଦ – ସାମାଜିକ ସ୍ତରରେ ଜନମଙ୍ଗଳ କାମରେ ନିଜକୁ ନିଯୋଜିତ କରିପାରନ୍ତି । ରାଜନିତିରେ ସଭାସମିତିରେ ଆଗ୍ରହୀ ହୋଇପାରନ୍ତି । ଛାତ୍ରମାନେ ପଢାରେ ସାହାର‌୍ୟ୍ୟ ପାଇବେ
ରେବତୀ – ମାଲିମକଦ୍ଦମାରେ ବିଜୟ ପ୍ରାପ୍ତିର ଆଶା କରିବେ । ମହିଳା ମାନଙ୍କର ସମସ୍ୟା ସୁଧାରିବା କ୍ଷେତ୍ରରେ ସହଯୋଗ ଅଭାବ ରହିବ ନାହିଁ ।
ପ୍ରତିକାର – ବୃହସ୍ପତିଙ୍କର ପୂଜାର୍ଚ୍ଚନା କରନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩

Read More »