Search
Close this search box.

ଅବସରପ୍ରାପ୍ତ ସେନାକର୍ମଚାରିଙ୍କ ଦ୍ୱାରା ବୃକ୍ଷରୋପଣ.

ଅବସରପ୍ରାପ୍ତ ସେନାକର୍ମଚାରିଙ୍କ ଦ୍ୱାରା ବୃକ୍ଷରୋପଣ।
ବାଲିଚନ୍ଦ୍ରପୁର ୧୪/୭
ଜୀବନର ୨୬ବର୍ଷକାଳ ଇଣ୍ଡିଆନ ଆରମି (ସେନାକର୍ମଚାରୀ ) ଭାବେ କାର୍ଯ୍ୟରତ ହୋଇ ଦେଶ ମାତୃକାର ସେବା କରି ନିଜକୁ ଦେଶ ସେବାରେ ସମର୍ପିତ କଲାପରେ ଚାକରି ଜୀବନରେ ଅବସର ପରେ ପରିବେଶବିତ ମେଜର କ୍ଷୀରୋଦ ଜେନା ଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ବାକିତକ ଜୀବନ ବୃକ୍ଷରୋପଣ କରି ନିଜକୁ ବୃକ୍ଷ ଦେବତାଙ୍କ ସେବାରେ ଉତ୍ସଗ କରି ବିଶ୍ୱ ପରିବେଶ ସନ୍ତୁଳନ କୁ ରକ୍ଷା କରିବାରେ ସମୟ ଦେବା ଏକ ନୂଆ ଉଦାହରଣ ସୃଷ୍ଟି ଲୋକଙ୍କର ପ୍ରିୟପାତ୍ର ସାଜିଛନ୍ତି ବଡ଼ଚଣା ବ୍ଲକ କୋଲଣଗିରି ପଞ୍ଚାୟତ ର ଅବସରପ୍ରାପ୍ତ ସେନା କର୍ମଚାରି ସଚିବ ମହାପାତ୍ର। ତିନି ବର୍ଷ ହେବ ନିଜ ଗାଁ କୋଲଣ ଗିରି ପାହାଡ଼ ରେ ୩୦୦ଶହ ଗଛ, ବେଙ୍ଗପୁର ପାଟଣା ଠାରେ ବୃକ୍ଷ ରୋପଣ ରଇପୁର ଉଚ୍ଚ ବିଦ୍ୟାଳୟ ଓ କୋଲଣଗିରି ଉଚ୍ଚ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରି ଲୋକଙ୍କର ପ୍ରିୟ ପାତ୍ର ହୋଇପାରିଥିଲେ। ଆଜି ରଇ ପୁର ପଞ୍ଚାୟତ ବେଙ୍ଗ ପୁର ବିରୂପା, ଗେଙ୍ଗୁଟି, କେଲୁଅ ର ମିଶ୍ରଣ ସ୍ଥଳ ନଦୀ ପାଶ୍ୱ ରାସ୍ତା କଡ଼କଡେ ବିଭିନ୍ନ କିସମର ବୃକ୍ଷ ରୋପଣ କରିଛନ୍ତି। ଏହାକୁ ସ୍ଥାନୀୟ ଗ୍ରାମବାସୀ ଓ ଯୁବବନ୍ଧୁ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ। ସ୍ଥାନୀୟ ମୂଷାଟିକିରି ସାଇ ବାବା ଓମେନ୍ସ କ୍ଲବ ର ସଭାନେତ୍ରୀ ଅର୍ଣ୍ଣପୂର୍ଣ୍ଣା ଜେନା ଓ ସଦସ୍ୟ ମାନେ ତାଙ୍କୁ ଏତାଦୃଶ୍ୟ କାର୍ଯ୍ୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସ୍ଥାନୀୟ ମୂଷାଟିକିରି ଗ୍ରାମର ଯୁବାବନ୍ଧୁ ଅକ୍ଷୟ କୁମାର ଜେନା କହନ୍ତି ପରିବେଶ ପ୍ରେମୀ ସଚିବ ମହାପାତ୍ର ବୃକ୍ଷ ଦେବତାଙ୍କୁ ଭଲ ପାଇବା ଓ ବହୁ ସ୍ଥାନରେ ବୃକ୍ଷ ରୋପଣ କରିବା ଆମ ଅଞ୍ଚଳ ପାଇଁ ପ୍ରେରଣା ର ଉତ୍ସ ପାଲଟିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ନାଗରିକ ଲୋଚନ ସେଠୀ, କାନ୍ହା ପ୍ରଧାନ, ନିରଞ୍ଜନ ମଣ୍ଡଳ, ସମୀର, ପ୍ରଶାନ୍ତ, ଚନ୍ଦନ, ଅରକ୍ଷିତ ସେଠୀ ପ୍ରମୁଖ ସ୍ଥାନୀୟ ଯୁବକ ମାନେ ସାମିଲ ହୋଇଥିଲେ। ଅବସରପ୍ରାପ୍ତ ସେନା କର୍ମଚାରୀ ପରିବେଶ ପ୍ରେମୀ ସଚିବ ମହାପାତ୍ର ଏବେ ଅଞ୍ଚଳବାସୀଙ୍କର ଓ ଯୁବବନ୍ଧୁ ମାନଙ୍କର ପ୍ରେରଣାର ମୁକସାକ୍ଷୀ ସାଜିଛନ୍ତି। ସ୍ଥାନୀୟ ଜନସାଧାରଣ ମଧ୍ୟରେ ଏକ ଚର୍ଚିତ ବ୍ୟକ୍ତତ୍ୱ ପାଲଟିଛନ୍ତି।

Leave a Comment

Read More

Verified by MonsterInsights