Search
Close this search box.

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ। ବାପାକୁ ଜୀବନରୁ ମାରିଦେଲା ପୁଅ .

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ। ବାପାକୁ ଜୀବନରୁ ମାରିଦେଲା ପୁଅ

ଭୁବନେଶ୍ବର : ଯାହାକୁ ଜନ୍ମ ଦେଇ ଛୋଟରୁ ବଡ଼ କରି ପାଠ ସାଠ ପଢେଇ ଭଲ ମଣିଷ ଟିଏ ଗଢିଥିଲା l ବାପା ଭାବିଥିଲେ ବୃଦ୍ଧ କାଳରେ ମୋ ସେବା କରିବ ବୋଲି ହେଲେ ଆଜି ସେହି ପୁଅ ବାପାକୁ ଜୀବନରୁ ମାରିଦେଇଛି l ଏଭଳି ଘଟଣା ମଞ୍ଚେଶ୍ୱର ଥାନା ଅଞ୍ଚଳ ରଙ୍ଗମାଟିଆର ଏକ ଆପାର୍ଟମେଣ୍ଟରେ ଘଟିଛି ବୋଲି ଜଣାପଡିଛି l
ସୂଚନାନୁସାରେ, ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ। ପାରିବାରିକ କଳହ ଯୋଗୁଁ ଜନ୍ମ କଲା ପୁଅ ପିଶାଚ ସାଜି ନିଜ ବୃଦ୍ଧ ବାପାକୁ ହତ୍ୟା କରିବାକୁ ପଛାଇନାହିଁ। ଏଭଳି ଘଟଣା ମଞ୍ଚେଶ୍ୱର ଥାନା ଅଞ୍ଚଳ ରଙ୍ଗମାଟିଆର ଏକ ଆପାର୍ଟମେଣ୍ଟରେ ଘଟିଛି। ଉଚ୍ଚଶିକ୍ଷିତ ପୁଅ ତାର ବାପାକୁ ଅତି ନିର୍ମମ ଭାବେ ଛୁରୀ ଭୁସି ହତ୍ୟା କରିଛି। ମୃତକ ହେଉଛନ୍ତି ସୁନୀଲ ଚୌଧୁରୀ l ମୃତକ ସୁନୀଲ ଚୌଧୁରୀ ନାଲକୋରେ ଜଣେ ଅବସରପ୍ରାପ୍ତ ଉଚ୍ଚ ପଦସ୍ଥ ଅଧିକାରୀ ଥିଲେ। ତାଙ୍କ ପୁଅ ଅନିରୁଦ୍ଧ ଚୌଧୁରୀ ମଧ୍ୟ ଉଚ୍ଚଶିକ୍ଷିତ, ସେ ଏକ ଘରୋଇ ଲ’ କଲେଜରେ ଜଣେ ଫ୍ରଫେସର ଭାବେ କାର୍ଯ୍ୟରତ ଥିବା ଜଣାଯାଇଛି। ତେବେ କୌଣସି କାରଣରୁ ବାପପୁଅଙ୍କ ମଧ୍ୟରେ ଗତକାଲି ରାତିରୁ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏହାପରେ ଗଣ୍ଡଗୋଳ ହେବା ପରେ ନିଜ ହିତାହିତ ଜ୍ଞାନ ହରାଇ ପୁଅ ବାପାକୁ ଛୁରୀଭୁସି ହତ୍ୟା କରିଥିବା ପଡ଼ୋଶୀଙ୍କ ସୂତ୍ରରୁ ପ୍ରକାଶ। ଖବର ପାଇ ମଞ୍ଚେଶ୍ୱର ପୁଲିସ୍‌ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଏଥିସହ ଅଭିଯୁକ୍ତ ପୁଅକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍‌ ବୋଲି ସୂଚନା ମିଳିଛି ।

Leave a Comment

Read More