Search
Close this search box.

ଛେଚିବ ବର୍ଷା ଆଜି ଦୁଇ ସପ୍ତାହ ମଧ୍ୟରେ ଦୁଇ ଲଘୁଚାପ ସୃଷ୍ଟି .

ଛେଚିବ ବର୍ଷା ଆଜି ଦୁଇ ସପ୍ତାହ ମଧ୍ୟରେ ଦୁଇ ଲଘୁଚାପ ସୃଷ୍ଟି

ପୁଣି ଛେଚିବ ବର୍ଷା ଆଜି ଦୁଇ ସପ୍ତାହ ମଧ୍ୟରେ ଦୁଇ ଲଘୁଚାପ ସୃଷ୍ଟି ଛେଚିବ ବର୍ଷା ଆଜି ଦୁଇ ସପ୍ତାହ ମଧ୍ୟରେ ଦୁଇ ଲଘୁଚାପ ସୃଷ୍ଟି ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର l

ଭୁବନେଶ୍ୱର : ପୁଣି ବର୍ଷାରେ ଭିଯିବ ଏହି ଅଞ୍ଚଳ ଗୁଡିକ l ଆଜି କିଛି କିଛି ସ୍ଥାନରେ ବର୍ଷା ସମ୍ଭାବନା ଥିବାର ଜଣା ପଡ଼ିଛି l ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ସୁଚନା ମିଳିଛି l
ସୂଚନାନୁସାରେ , ଆଗକୁ ରଥ ଯାତ୍ରା ଆସୁଥିବା ବେଳେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଜଣା ଯାଇଛି l ଆସୁଛି ୨ଟି ଲଘୁଚାପ । ଗୋଟିଏ ସପ୍ତାହ ମଧ୍ୟରେ ଦୁଇ ଲଘୁଚାପ ସୃଷ୍ଟି ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଜୁଲାଇ ୭ରେ ଗୋଟିଏ ଲଘୁଚାପ ସୃଷ୍ଟି ହେବାକୁ ଥିବାବେଳେ ୧୫ କିମ୍ୱା ୧୬ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ପୂର୍ବାନୁମାନ କରିଛି। ୭ ତାରିଖରେ ସୃଷ୍ଟି ହେବା ଲଘୁଚାପ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ । ପ୍ରଭାବରେ ୩ରୁ ୪ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଁ ଭାଁ ବର୍ଷା ଆଶଙ୍କା ରହିଥିବା ବେଳେ ୬ ତାରିଖରୁ ରାଜ୍ୟର ବର୍ଷାର ପ୍ରକୋପ ବୃଦ୍ଧି ପାଇବ । ସେହିପରି ରାଜ୍ୟରେ ଜାରି ରହିଛି ମୌସୁମୀ ଜନିତ ବର୍ଷା । ରାଜ୍ୟରେ ଏବେ ବି ୨୬ % ବର୍ଷା ନିଅଣ୍ଟିଆ ହୋଇଛି। ୧୭ ଜିଲ୍ଲାରେ ବର୍ଷା ସ୍ବାଭାବିକ୍ ଠାରୁ କମ୍ ହୋଇଛି। ଜୁନ୍ ପହିଲାରୁ ଜୁଲାଇ ୨ ତାରିଖ ଭିତରେ ରାଜ୍ୟରେ ୧୬୮.୭ ମିଲିମିଟର ବର୍ଷା ରେକର୍ଡ଼ ହୋଇଛି। ୧୨ ଜିଲ୍ଲାରେ ଠିକ୍ ବର୍ଷା ସ୍ଥିତି ରହିଛି। ମାଲକାନଗିରିରେ ସ୍ବାଭାବିକ୍ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ବାକି ୧୧ ଜିଲ୍ଲାରେ ବର୍ଷା ପରିମାଣ ସ୍ବାଭିବିକ୍ ଅଛି। ପାଣିପାଗ ବିଭାଗର ଆକଳନ ହେଲା , ବର୍ତ୍ତମାନ ରାଜ୍ୟରେ ବଡ଼ ବର୍ଷାର ସମ୍ଭାବନା ନାହିଁ ବୋଲି ସୂଚନା ମିଳିଛି ।

Leave a Comment

Read More