Search
Close this search box.

ନୂଆ ଢଙ୍ଗରେ ଭୋଟ ପ୍ରଚାର କଲେ ପ୍ରାର୍ଥୀ

ନୂଆ ଢଙ୍ଗରେ ଭୋଟ ପ୍ରଚାର କଲେ ପ୍ରାର୍ଥୀ
ନୂଆ ଢଙ୍ଗରେ ଭୋଟ ପ୍ରଚାର କଲେ ପ୍ରାର୍ଥୀ

ସୂଚନାନୁସାରେ : ସୋସିଆଲ ମିଡ଼ିଆରେ ଏକ ଭୀତ ପ୍ରଚାର ଭିଡିଓ ଭାଇରାଲ ହେବାରେ ଲାଗିଛି l ସେଲୁନ ଭିତରେ ଜଣେ ବ୍ୟକ୍ତିଙ୍କ ଦାଢ଼ି କାଟିବା ପରେ ତାଙ୍କୁ ହାତ ଯୋଡ଼ି ଭୋଟ ମାଗିଛନ୍ତି ଜଣେ ସ୍ବାଧୀନ ପ୍ରାର୍ଥୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ତାମିଲନାଡୁ ରାମେଶ୍ୱରମ୍ ଅଞ୍ଚଳରେ lରାମନାଥପୁରମରୁ ସ୍ୱାଧୀନ ଭାବେ ଛିଡ଼ା ହୋଇଥିବା ପ୍ରାର୍ଥୀ ପରିରାଜନ ନିର୍ବାଚନ କ୍ୟାମ୍ପେନିଂ ବେଳେ ଏକ ସେଲୁନରେ ପଶି ଜଣେ ବ୍ୟକ୍ତିଙ୍କ ଦାଢ଼ି କାଟିଛନ୍ତି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ସେଲୁନ ଭିତରେ ଜଣେ ଲୋକ ଦାଢ଼ି ମାରିବାକୁ ବସିଥିବା ବେଳେ ପରିରାଜନ ନିଜ ହାତରେ ଖୁର ଧରି ତାଙ୍କ ଦାଢ଼ି କାଟୁଛନ୍ତି। ଆଉ ଏହା ପରେ ସେ ସଂପୃକ୍ତ ବ୍ୟକ୍ତି ଓ ସେଲୁନ ମାଲିକଙ୍କୁ ନମସ୍କାର ହୋଇ ତାଙ୍କୁ ଭୋଟ୍ ଦେବା ଲାଗି ନିବେଦନ କରୁଛନ୍ତି। ପରେ ସେଠାରୁ ଚାଲିଯାଉଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ୟୁଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତିବୋଲି ଦେଖିବାକୁ ମିଳୁଛି। ବ୍ୟୁରୋ ରିପୋଟ janaswaranews

Leave a Comment

Read More

Verified by MonsterInsights