Search
Close this search box.

April 5, 2024

ମହିଳାଙ୍କୁ ହତ୍ୟା କରି ଆଲମିରାରେ ଶବ ରଖି ଫେରାର୍ ହେଲା ଦୃବୁକ୍ତ |

ନୂଆଦିଲ୍ଲୀ : ମୋତେ ଛାଡିଦିଅ ନହେଲେ ମୁ ମରିଯିବି l ତୋତେ ଜୀବନ ରୁ ମାରିଦେବି ହେଲେ ଜମା ଛାଇବିନି ଏପରି କହି ଜୀବନ ରୁ ମାରିଦେଲା ଦୃବୁକ୍ତ l ଏପରି ଘଟଣା ଘଟିଛି ଦକ୍ଷିଣପଶ୍ଚିମ ଦିଲ୍ଲୀର ଦ୍ବାରକା ଅଞ୍ଚଳର ଏକ ଫ୍ଲାଟରେ ବୋଲି ସୂଚନାରୁ ଜଣାପଡିଛି l
ସୂଚନାନୁସାରେ , ପ୍ରଥମେ ହତ୍ୟା ପରେ ଶବକୁ ଲୁଚାଇବାକୁ ଘର ଆଲମିରାରେ ବନ୍ଦ କରି ଫେରାର୍ ହେଲା ଲିଭ ଇନ ପାର୍ଟନର l ଦକ୍ଷିଣପଶ୍ଚିମ ଦିଲ୍ଲୀର ଦ୍ବାରକା ଅଞ୍ଚଳର ଏକ ଫ୍ଲାଟରେ ଜଣେ ୨୬ ବର୍ଷୀୟା ମହିଳାଙ୍କୁ ହତ୍ୟା କରାଯାଇଛି। ମହିଳାଙ୍କ ଲିଭ ଇନ ପାର୍ଟନର ତାଙ୍କୁ ହତ୍ୟା କରିବା ପରେ ତାଙ୍କ ମର ଶରୀରକୁ ଆଲମିରାରେ ରଖି ଫେରାର୍ ମାରିଛନ୍ତି। ମହିଳାଙ୍କ ବାପା ତାଙ୍କ ସହ କିଛି ଦିନ ଯୋଗାଯୋଗ ନକରିବା ପରେ ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ ଏହାପରେ ଏହି ମାମଲାରେ ଖୋଳତାଡ଼ କରିବାପରେ ଘଟଣାର ପର୍ଦ୍ଦାଫାସ ହୋଇଛି। ପୋଲିସ ବୁଧବାର ରାତି ୧୦.୪୦ ସମୟରେ ଏକ ଫୋନ କଲ୍ ପାଇଥିଲା କଲ କରିଥିବା ବ୍ୟକ୍ତି ଜଣଙ୍କ କହୁଛନ୍ତି ତାଙ୍କ ଝିଅକୁ ହତ୍ୟା କରାଯାଇଛି। ଏହାପରେ ଅପରାଧ ସ୍ଥଳକୁ ଏକ ଟିମ୍ ପଠାଗଲା। ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିବାପରେ ଫ୍ଲାଟର ଏକ ରୁମରେ ଥିବା ଏକ ଆଲମିରାରୁ ମହିଳାଙ୍କ ମର ଶରୀର ବାହାରିଲା। ମହିଳାଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଝିଅକୁ ତାଙ୍କ ଲିଭ ଇନ ପାର୍ଟନର ବିପଲ ଟେଲର ହତ୍ୟା କରିଛି। ସେ ଗୁଜରାଟର ସୁରାଟ ବାସିନ୍ଦା। ତାଙ୍କ ଝିଅ ମାସେ କିମ୍ବା ଦେଢ଼ ମାସ ହେବ ଏହି ଟେଲର ସହ ଉକ୍ତ ଫ୍ଲାଟରେ ରହୁଥିଲା ବୋଲି ସେ କହିଛନ୍ତି। ଶେଷ କଲ୍ରେ ମହିଳା ଜଣଙ୍କ ତାଙ୍କ ଜୀବନ ପ୍ରତି ବିପଦ ଥିଲା ବୋଲି ତାଙ୍କ ବାପାଙ୍କୁ ଜଣାଇଥିଲେ। ତାଙ୍କୁ ହତ୍ୟା କରାଯାଇପାରେ ବୋଲି ବି ସେ ତାଙ୍କ ବାପାଙ୍କୁ କହିଥିଲେ। ମହିଳାଙ୍କ ଲିଭ ଇନ ପାର୍ଟନରଙ୍କ ବିରୋଧରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ଅନ୍ୟପକ୍ଷେ ପୋଲିସ ଉକ୍ତ ମାମଲାରେ ତଦନ୍ତ ଜାରି ରଖିଛି ଏବଂ ଅଭିଯୁକ୍ତକୁ ଖୋଜୁଛି ବୋଲି ସୂଚନା ମିଳିଛି ।

Read More »

ବିଜେପିରୁ ଇସ୍ତଫା ଦେଲେ ରବି ନାରାୟଣ ପାଣି

୧୯୮୯ରୁ ୧୯୯୧ ଯାଏ ସେ ଦେବଗଡ଼ରୁ ଜନତା ଦଳ ସାଂସଦ ଥିଲେ। ୨୦୦୯ରେ ବିଜେଡି ଟିକଟରେ ପାଲଲହଡ଼ାରୁ ବିଧାୟକ ହୋଇଥିଲେ। ଏପରିକି ଦଳର ମୁଖ୍ୟ ସଚେତକ ହୋଇଥିଲେ। ୨୦୧୯ରେ ବିଜେଡି ବିଧାୟକ ଟିକଟ ନ ମିଳିବାରୁ ବିଜେପିରେ ସାମିଲ ହୋଇଥିଲେ ରବି ପାଣି। ବିଜେପି ଛାଡ଼ିଲେ ପୂର୍ବତନ ସାଂସଦ,ପୂର୍ବତନ ବିଧାୟକ ରବି ନାରାୟଣ ପାଣି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଲେଖିଥିବା ଇସ୍ତଫା ପତ୍ରରେ ରବି ନାରାୟଣ ପାଣି ଲେକିଛନ୍ତି, ବର୍ତ୍ତମାନର ରାଜନୀତିରେ ନୀତି ଆଦର୍ଶର ଆଉ ସ୍ଥାନ ନାହିଁ। କ୍ଷମତା ପାଇଁ ଯେକୌଣସି ବ୍ୟକ୍ତିକୁ ଆଣି ଦଳରେ ସାମିଲ କରାଯାଉଛି। ଆମ ପରି ବରିଷ୍ଠ ଓ ସଚ୍ଚୋଟ ନେତାଙ୍କୁ ଅଣଦେଖା କରାଯାଇ ଅନ୍ୟମାନଙ୍କୁ ପଦ ପଦବୀ ଦିଆଯାଉଛି। ଆମେ କେବଳ ମୁକ ହୋଇ ବସି ରହୁୁଛୁ। ତେଣୁ ତୁରନ୍ତ ଦଳରୁ ଇସ୍ତଫା ଦେଉଥିବା ଉଲ୍ଲେଖ କରିଛନ୍ତି ରବି ପାଣି l ୧୯୮୯ ରୁ ୧୯୯୧ ଯାଏ ସେ ଦେବଗଡ଼ରୁ ଜନତା ଦଳ ସାଂସଦ ଥିଲେ। ୨୦୦୯ରେ ବିଜେଡି ଟିକଟରେ ପାଲଲହଡ଼ାରୁ ବିଧାୟକ ହୋଇଥିଲେ। ଏପରିକି ଦଳର ମୁଖ୍ୟ ସଚେତକ ହୋଇଥିଲେ। ୨୦୧୯ରେ ବିଜେଡି ବିଧାୟକ ଟିକଟ ନ ମିଳିବାରୁ ବିଜେପିରେ ସାମିଲ ହୋଇଥିଲେ ରବି ପାଣି ବୋଲି ସୂଚନା ମିଳିଛି ।

Read More »

୯ ମାସର ଝିଅକୁ କୋଳରେ ଧରି ନଦୀକୁ ଡେଇଁ ପଡ଼ିଲେ ମା।

ଆଳି : ପରିବାର କଳହକୁ କେନ୍ଦ୍ର କରି ନଦୀ ମଝିକୁ ଡେଇଁଲା ମା l ଏପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବୋଲି ସୂଚନା ମିଳିଛି l
ସୂଚନାନୁସାରେ , ଆଜି ଏକ ବଡ ଦୃଘଟଣାରୁ ବର୍ତି ଯାଇଛନ୍ତି ଗୋଟିଏ ପରିବାର ସ୍ୱାମୀ ସାମ୍ନାରେ ୯ମାସର ଶିଶୁକନ୍ୟାକୁ ଧରି ନଦୀକୁ ଡେଇଁଲା ମାଆ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଗଡଗଡି ସେତୁ ଉପରୁ ଖରସ୍ରୋତା ନଦୀକୁ ଝିଅକୁ ଧରି ଡେଇଁପଡ଼ିଥିଲେ ମା’। ଏହା ଦେଖି ସ୍ୱାମୀ ଜଣକ ବି ମଧ୍ୟ ନଦୀକୁ ଡେଇଁ ପଡ଼ିଥିଲେ I ସ୍ୱାମୀ ସ୍ତ୍ରୀ ପାଣିରେ ଉବୁଟୁବୁ ହେଉଥିବାବେଳେ ପିଲାଟିକୁ ଟେକି ଧରିଥିଲେ ଇ ଏହାଦେଖି ସ୍ଥାନୀୟ ଲୋକେ ଏକ ଡଙ୍ଗା ସାହାଯ୍ୟରେ ଉସମସ୍ତଙ୍କୁ ପାଣିରୁ ଉଦ୍ଧାର କରି ସଙ୍ଗେସଙ୍ଗେ ସମସ୍ତଙ୍କୁ ଆଳି ମେଡିକାଲ ନିଆଯାଇଥିବା ବେଳେ ସେଠାରେ ପିଲା ଓ ମା’ର ସ୍ୱାସ୍ଥ୍ୟ ଠିକ୍‌ ଦେଖି ଜଣାଯାଇଛି। ଏହାପରେ ଅଧିକ ଚିକିତ୍ସା ପାଇଁ ପରିବାର ଲୋକେ ମା’ ଓ ପିଲାକୁ କେନ୍ଦ୍ରାପଡ଼ା ମେଡିକାଲ ନେଇ ଯାଇଥିବା ଜଣାଯାଇଛି। ପାରିବାରିକ କଳହକୁ ଏହି ଘଟଣା ଘଟିଥିବା କୁହାଯାଉଛି ବୋଲି ସୂଚନା ମିଳିଛି I

Read More »

କଂଗ୍ରେସ ଘୋଷଣା କଲା ନିର୍ବାଚନୀ ଇସ୍ତାହାର

ସୂଚନlନୁସାରେ : ଆଗକୁ ଭୋଟ ଆସୁଛି ହେଲେ କଂଗ୍ରେସ ଘୋଷଣା କଲା ନିର୍ବାଚନୀ ଇସ୍ତାହାର । ଦେଲା ୨୫ ଗ୍ୟାରେଣ୍ଟି, ୫ ନ୍ୟାୟ ପ୍ରତିଶ୍ରୁତି । ୨୦୨୪ ସାଧାରଣ ନିର୍ବାଚନ ପାଇଁ ‘ନ୍ୟାୟ ପତ୍ର’

Read More »
ବିଜେପିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି l

ବିଜେପିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି l

ଭୁବନେଶ୍ୱର :ସୂଚନାନୁସାରେ , ପ୍ରତେକ ଦିନ ବିଭିନ୍ନ ଦଳରୁ ବହୁ ନେତା ମାନେ ଇସ୍ତଫା ଦେଉଥିବାବେଳେ ଆଜି ବରିଷ୍ଠ ନେତା ରଘୁନାଥ ମହାନ୍ତି ଇସ୍ତଫା ଦେଇଛନ୍ତି l ବିଜେପି ଛାଡ଼ିଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି। ଇସ୍ତଫା ପତ୍ର ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଥିବା କହିଲେ। ବସ୍ତା ବିଧାନସଭା କ୍ଷେତ୍ରରୁ ସେ ୫ଥର ପ୍ରତିନିଧିତ୍ୱ କରିଥିଲେ । ସରକାରୀ ଦଳ ମୁଖ୍ୟ ସଚେତକ ଓ ମନ୍ତ୍ରୀ ଥିଲେ ରଘୁ। ଏକଦା ସେ ବଧୂ ନିର୍ଯାତନା ମାମଲାରେ ଗିରଫ ହୋଇଥିଲେ। ଗିରଫ କରାଯିବା ପରେ ରଘୁଙ୍କୁ ବିଜେଡି ନିଲମ୍ବିତ କରିଥିଲା। ପରବର୍ତ୍ତୀ ଅବସ୍ଥାରେ ରଘୁ ବିଜେପିରେ ଯୋଗଦେଇଥିଲେ। ଅନ୍ୟପଟେ ବିଜେପିରେ ସାମିଲ ହୋଇଛନ୍ତି ଆଠମଲ୍ଲିକ ବିଧାୟକ ରମେଶ ସାଏ। ଗତକାଲି ବିଜୁ ଜନତା ଦଳ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ରମେଶ ସାଏ। ନଳିନୀ ପ୍ରଧାନଙ୍କୁ ଦଳ ଟିକେଟ ଦେବାରୁ ବିଜେଡି ଛାଡ଼ିଥିଲେ ରମେଶ।୨୦୧୯ରେ ରମେଶ ଚନ୍ଦ୍ର ସାଏ ବିଜେପି ପ୍ରାର୍ଥୀ ଭାଗିରଥୀ ପ୍ରଧାନଙ୍କୁ ୪୭ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରି ବିଜୟୀ ହୋଇଥିଲେ। ବିଜେପି ଏଥର ଆଠମଲ୍ଲିକରୁ ପୂର୍ବତନ ବିଧାୟକ ସଞ୍ଜୀବ ସାହୁଙ୍କୁ ଟିକେଟ୍ ଦେଇଛି। ଟିକେଟ୍ ନମିଳିବା ପରେ ଦଳ ଛାଡ଼ିଛନ୍ତି ଅନେକ ଦୃଢ଼ ସଂଗଠକ। ଦଳ ସେମାନଙ୍କୁ ଅଣଦେଖା କରିଥିବା ନେଇ ଖୋଲା ଖୋଲି ବୟାନ ବାଜି କରିବା ସହ ସିଧାସଳଖ ନେତୃତ୍ୱଙ୍କ ଉପରେ ଝାଡ଼ିଛନ୍ତି ଅସନ୍ତୋଷ।

Read More »
ଆଜିର ରାଶିଫଳ

ଆଜିର ରାଶି ଫଳ

ମେଷ ଅଶ୍ୱନୀ – ଆପଣଙ୍କ ମନରେ ଏଭଳି ବିଚାର ଆସିବ ଯାହା ଦ୍ୱାରା ପ୍ରଗତିର ବାଟ ଖୋଲିବ । ଦାମ୍ପତ୍ୟ ଜୀବନ ସାମଞ୍ଜସ୍ୟ ବଜାୟ ରହିବ । ପୁରୁଣା ବନ୍ଧୁଙ୍କ ସହିତ ମିଶିବା ପାଇଁ

Read More »

ନୂଆ ଢଙ୍ଗରେ ଭୋଟ ପ୍ରଚାର କଲେ ପ୍ରାର୍ଥୀ

ସୂଚନାନୁସାରେ : ସୋସିଆଲ ମିଡ଼ିଆରେ ଏକ ଭୀତ ପ୍ରଚାର ଭିଡିଓ ଭାଇରାଲ ହେବାରେ ଲାଗିଛି l ସେଲୁନ ଭିତରେ ଜଣେ ବ୍ୟକ୍ତିଙ୍କ ଦାଢ଼ି କାଟିବା ପରେ ତାଙ୍କୁ ହାତ ଯୋଡ଼ି ଭୋଟ ମାଗିଛନ୍ତି ଜଣେ ସ୍ବାଧୀନ ପ୍ରାର୍ଥୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ତାମିଲନାଡୁ ରାମେଶ୍ୱରମ୍ ଅଞ୍ଚଳରେ lରାମନାଥପୁରମରୁ ସ୍ୱାଧୀନ ଭାବେ ଛିଡ଼ା ହୋଇଥିବା ପ୍ରାର୍ଥୀ ପରିରାଜନ ନିର୍ବାଚନ କ୍ୟାମ୍ପେନିଂ ବେଳେ ଏକ ସେଲୁନରେ ପଶି ଜଣେ ବ୍ୟକ୍ତିଙ୍କ ଦାଢ଼ି କାଟିଛନ୍ତି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ସେଲୁନ ଭିତରେ ଜଣେ ଲୋକ ଦାଢ଼ି ମାରିବାକୁ ବସିଥିବା ବେଳେ ପରିରାଜନ ନିଜ ହାତରେ ଖୁର ଧରି ତାଙ୍କ ଦାଢ଼ି କାଟୁଛନ୍ତି। ଆଉ ଏହା ପରେ ସେ ସଂପୃକ୍ତ ବ୍ୟକ୍ତି ଓ ସେଲୁନ ମାଲିକଙ୍କୁ ନମସ୍କାର ହୋଇ ତାଙ୍କୁ ଭୋଟ୍ ଦେବା ଲାଗି ନିବେଦନ କରୁଛନ୍ତି। ପରେ ସେଠାରୁ ଚାଲିଯାଉଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ୟୁଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତିବୋଲି ଦେଖିବାକୁ ମିଳୁଛି।

Read More »

ତତଲା କଢ଼େଇରେ ଭାଜି ହେଉଛି ଓଡିଶା

ସୂଚନାନୁସାରେ : ତତଲା କଢ଼େଇରେ ଭାଜି ହେଉଛି ଓଡିଶା l ଗ୍ରାମରୁ ମିଳିନି ତ୍ରାହି l କିନ୍ତୁ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ତାତିରୁ ନାହିଁ ନିସ୍ତାର। ଯାହାକୁ ନଜରରେ ରଖି ହିଟୱେଭ୍ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହାସହ ରାଜ୍ୟରେ ଜାରି ରହିବ ଉଷ୍ମ ରାତିର ସ୍ଥିତି। ହେଲେ ୭ ରୁ ବଦଳିବ ପାଗ। ପଶ୍ଚିମଝଡ଼ ପ୍ରଭାବିତ କରିବ କରିବ ସାରା ରାଜ୍ୟକୁ। ୭ ଓ ୮ ତାରିଖରେ କାଳବୈଶାଖୀ ବର୍ଷା ଆଣିବ ସାମାନ୍ୟ ଆଶ୍ୱସ୍ତି। ଅନେକ ସ୍ଥାନରେ ୫୦ରୁ ୭୦ ପ୍ରତିଶତ ଆଦ୍ରତା ରହୁଛି। ଉଷ୍ମ ଓ ଆଦ୍ର ସ୍ଥିତି ଆହୁରି ୩ ଦିନ ଲାଗି ରହିବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଆଜି କେନ୍ଦୁଝର,ଅନୁଗୁଳ, ବୌଦ୍ଧ,ନୟାଗଡ଼, ବଲାଙ୍ଗୀରରେ ହିଟ୍‌ୱେଭ୍‌ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଉଷ୍ମ ରାତିର ସ୍ଥିତିକୁ ନେଇ ବଲାଙ୍ଗୀର, ବୌଦ୍ଧ, ଭଦ୍ରକ୍, କଂଧମାଳ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ୬ ତାରିଖରେ ୬ ଜିଲ୍ଲାକୁ ହିଟ୍ ୱେବ୍ ନେଇ ଆଲର୍ଟ ଜାରି ହୋଇଛି । ସେପଟେ ୪୨ ଡିଗ୍ରୀ ଛୁଇଁଲା ୨ ସହରର ତାପମାତ୍ରା । ଗତକାଲି ମାଲକାନଗିରି ଓ ବୌଦ୍ଧରେ ତାତି ୪୨ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ୪୦ ଡିଗ୍ରୀ ଟପିଛି ୧୧ ସହରର ତାପମାତ୍ରା । ବଲାଙ୍ଗିର ଓ ଅନୁଗୁଳ ୪୧.୭ ଡିଗ୍ରୀ, ଝାରସୁଗୁଡ଼ା ୪୧.୬, ଟିଟିଲାଗଡ଼ ଓ ଭବାନୀପାଟଣା ୪୧ ଡିଗ୍ରୀ, ନୂଆପଡ଼ା ୪୦.୪, ରାଉରକେଲା ୪୦.୨ ଡିଗ୍ରୀ, ସୁନ୍ଦରଗଡ଼ ୪୦.୧, ତାଳଚେର ୪୦ ଡିଗ୍ରୀ ତାପମାତ୍ରା ଅଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

Read More »
Verified by MonsterInsights