Search
Close this search box.

ମହିଳାଙ୍କୁ ହତ୍ୟା କରି ଆଲମିରାରେ ଶବ ରଖି ଫେରାର୍ ହେଲା ଦୃବୁକ୍ତ |

ନୂଆଦିଲ୍ଲୀ : ମୋତେ ଛାଡିଦିଅ ନହେଲେ ମୁ ମରିଯିବି l ତୋତେ ଜୀବନ ରୁ ମାରିଦେବି ହେଲେ ଜମା ଛାଇବିନି ଏପରି କହି ଜୀବନ ରୁ ମାରିଦେଲା ଦୃବୁକ୍ତ l ଏପରି ଘଟଣା ଘଟିଛି ଦକ୍ଷିଣପଶ୍ଚିମ ଦିଲ୍ଲୀର ଦ୍ବାରକା ଅଞ୍ଚଳର ଏକ ଫ୍ଲାଟରେ ବୋଲି ସୂଚନାରୁ ଜଣାପଡିଛି l
ସୂଚନାନୁସାରେ , ପ୍ରଥମେ ହତ୍ୟା ପରେ ଶବକୁ ଲୁଚାଇବାକୁ ଘର ଆଲମିରାରେ ବନ୍ଦ କରି ଫେରାର୍ ହେଲା ଲିଭ ଇନ ପାର୍ଟନର l ଦକ୍ଷିଣପଶ୍ଚିମ ଦିଲ୍ଲୀର ଦ୍ବାରକା ଅଞ୍ଚଳର ଏକ ଫ୍ଲାଟରେ ଜଣେ ୨୬ ବର୍ଷୀୟା ମହିଳାଙ୍କୁ ହତ୍ୟା କରାଯାଇଛି। ମହିଳାଙ୍କ ଲିଭ ଇନ ପାର୍ଟନର ତାଙ୍କୁ ହତ୍ୟା କରିବା ପରେ ତାଙ୍କ ମର ଶରୀରକୁ ଆଲମିରାରେ ରଖି ଫେରାର୍ ମାରିଛନ୍ତି। ମହିଳାଙ୍କ ବାପା ତାଙ୍କ ସହ କିଛି ଦିନ ଯୋଗାଯୋଗ ନକରିବା ପରେ ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ ଏହାପରେ ଏହି ମାମଲାରେ ଖୋଳତାଡ଼ କରିବାପରେ ଘଟଣାର ପର୍ଦ୍ଦାଫାସ ହୋଇଛି। ପୋଲିସ ବୁଧବାର ରାତି ୧୦.୪୦ ସମୟରେ ଏକ ଫୋନ କଲ୍ ପାଇଥିଲା କଲ କରିଥିବା ବ୍ୟକ୍ତି ଜଣଙ୍କ କହୁଛନ୍ତି ତାଙ୍କ ଝିଅକୁ ହତ୍ୟା କରାଯାଇଛି। ଏହାପରେ ଅପରାଧ ସ୍ଥଳକୁ ଏକ ଟିମ୍ ପଠାଗଲା। ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିବାପରେ ଫ୍ଲାଟର ଏକ ରୁମରେ ଥିବା ଏକ ଆଲମିରାରୁ ମହିଳାଙ୍କ ମର ଶରୀର ବାହା

ମହିଳାଙ୍କୁ ହତ୍ୟା କରି ଆଲମିରାରେ ଶବ ରଖି ଫେରାର୍ ହେଲା ଦୃବୁକ୍ତ l
ମହିଳାଙ୍କୁ ହତ୍ୟା କରି ଆଲମିରାରେ ଶବ ରଖି ଫେରାର୍ ହେଲା ଦୃବୁକ୍ତ l

ରିଲା। ମହିଳାଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଝିଅକୁ ତାଙ୍କ ଲିଭ ଇନ ପାର୍ଟନର ବିପଲ ଟେଲର ହତ୍ୟା କରିଛି। ସେ ଗୁଜରାଟର ସୁରାଟ ବାସିନ୍ଦା। ତାଙ୍କ ଝିଅ ମାସେ କିମ୍ବା ଦେଢ଼ ମାସ ହେବ ଏହି ଟେଲର ସହ ଉକ୍ତ ଫ୍ଲାଟରେ ରହୁଥିଲା ବୋଲି ସେ କହିଛନ୍ତି। ଶେଷ କଲ୍ରେ ମହିଳା ଜଣଙ୍କ ତାଙ୍କ ଜୀବନ ପ୍ରତି ବିପଦ ଥିଲା ବୋଲି ତାଙ୍କ ବାପାଙ୍କୁ ଜଣାଇଥିଲେ। ତାଙ୍କୁ ହତ୍ୟା କରାଯାଇପାରେ ବୋଲି ବି ସେ ତାଙ୍କ ବାପାଙ୍କୁ କହିଥିଲେ। ମହିଳାଙ୍କ ଲିଭ ଇନ ପାର୍ଟନରଙ୍କ ବିରୋଧରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ଅନ୍ୟପକ୍ଷେ ପୋଲିସ ଉକ୍ତ ମାମଲାରେ ତଦନ୍ତ ଜାରି ରଖିଛି ଏବଂ ଅଭିଯୁକ୍ତକୁ ଖୋଜୁଛି ବୋଲି ସୂଚନା ମିଳିଛି ।

Leave a Comment

Read More