Search
Close this search box.

୯ ମାସର ଝିଅକୁ କୋଳରେ ଧରି ନଦୀକୁ ଡେଇଁ ପଡ଼ିଲେ ମା।

୯ ମାସର ଝିଅକୁ କୋଳରେ ଧରି ନଦୀକୁ ଡେଇଁ ପଡ଼ିଲେ ମା।
୯ ମାସର ଝିଅକୁ କୋଳରେ ଧରି ନଦୀକୁ ଡେଇଁ ପଡ଼ିଲେ ମା।

ଆଳି : ପରିବାର କଳହକୁ କେନ୍ଦ୍ର କରି ନଦୀ ମଝିକୁ ଡେଇଁଲା ମା l ଏପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବୋଲି ସୂଚନା ମିଳିଛି l
ସୂଚନାନୁସାରେ , ଆଜି ଏକ ବଡ ଦୃଘଟଣାରୁ ବର୍ତି ଯାଇଛନ୍ତି ଗୋଟିଏ ପରିବାର ସ୍ୱାମୀ ସାମ୍ନାରେ ୯ମାସର ଶିଶୁକନ୍ୟାକୁ ଧରି ନଦୀକୁ ଡେଇଁଲା ମାଆ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଗଡଗଡି ସେତୁ ଉପରୁ ଖରସ୍ରୋତା ନଦୀକୁ ଝିଅକୁ ଧରି ଡେଇଁପଡ଼ିଥିଲେ ମା’। ଏହା ଦେଖି ସ୍ୱାମୀ ଜଣକ ବି ମଧ୍ୟ ନଦୀକୁ ଡେଇଁ ପଡ଼ିଥିଲେ I ସ୍ୱାମୀ ସ୍ତ୍ରୀ ପାଣିରେ ଉବୁଟୁବୁ ହେଉଥିବାବେଳେ ପିଲାଟିକୁ ଟେକି ଧରିଥିଲେ ଇ ଏହାଦେଖି ସ୍ଥାନୀୟ ଲୋକେ ଏକ ଡଙ୍ଗା ସାହାଯ୍ୟରେ ଉସମସ୍ତଙ୍କୁ ପାଣିରୁ ଉଦ୍ଧାର କରି ସଙ୍ଗେସଙ୍ଗେ ସମସ୍ତଙ୍କୁ ଆଳି ମେଡିକାଲ ନିଆଯାଇଥିବା ବେଳେ ସେଠାରେ ପିଲା ଓ ମା’ର ସ୍ୱାସ୍ଥ୍ୟ ଠିକ୍‌ ଦେଖି ଜଣାଯାଇଛି। ଏହାପରେ ଅଧିକ ଚିକିତ୍ସା ପାଇଁ ପରିବାର ଲୋକେ ମା’ ଓ ପିଲାକୁ କେନ୍ଦ୍ରାପଡ଼ା ମେଡିକାଲ ନେଇ ଯାଇଥିବା ଜଣାଯାଇଛି। ପାରିବାରିକ କଳହକୁ ଏହି ଘଟଣା ଘଟିଥିବା କୁହାଯାଉଛି ବୋଲି ସୂଚନା ମିଳିଛି I

 

Leave a Comment

Read More