Search
Close this search box.

କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫୁଲବାଣୀ ସହରକୁ ମାନ୍ୟବର ପ୍ରଧାନ ମନ୍ତ୍ରୀ ମୋଦିଜିଙ୍କ ଗ୍ରସ୍ଥ .

କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫୁଲବାଣୀ ସହରକୁ ମାନ୍ୟବର ପ୍ରଧାନ ମନ୍ତ୍ରୀ ମୋଦିଜିଙ୍କ ଗ୍ରସ୍ଥ ଥିବା ଜାଣିବା ପରେ କନ୍ଧମାଳ ଜିଲ୍ଲାର କୋଣ ଅନୁକୋଣରୁ ଜନତାଙ୍କ ବିପୁଳ ପରିମାଣରେ ସୁଅ ଫିଟିଥିବା ଜଣାପଡିଛି। ଆଶା ଠାରୁ ଅଧିକ,ଲକ୍ଷାଧିକ ଜନତାଙ୍କ ଭିଡ଼ ହୋଇଯାଇ ଥିବାରୁ ପରିଶେଷରେ ପାନୀୟ ଜଳର ସୁବିଧା ହୋଇ ପାରିନଥିବା ସାଧାରଣରେ ଚର୍ଚ୍ଚା କରୁଥିବା ଶୁଣିବାକୁ ମିଳିଛି। ଠିକ୍ ସେହି ପରି ଆଶା ଠାରୁ ଅଧିକ ଜନତାଙ୍କ ଭିଡ଼ ଯୋଗୁ ଉପଯୁକ୍ତ ଖାଦ୍ୟ,ଜାନ ବାହାନ ଯୋଗାଯୋଗ ଓ ପାନିୟ ଜଳର ଅସୁବିଧା ସତ୍ତ୍ୱେ ଜନତା ନିଜ ଅଞ୍ଚଳର ବିକାଶ ପାଇଁ ମୋଦିଙ୍କୁ ଅତି ନିକଟରେ ନିଜ ଭିଟ୍ଟା ମାଟିରେ ପାଇ ଅତ୍ୟନ୍ତ ଆନନ୍ଦିତ ହୋଇ ଅତି ଆଡ଼ମ୍ୱର ସହିତ ସ୍ୱାଗତ କରିବା ସମେତ ମୋଦି ସରକାର କୁ ପ୍ରଥମ ଥର ପାଇଁ ବିପୁଲ ପରିମାଣରେ ସମର୍ଥନ କରି ସହୋଯୋଗ କରିଥିବା ଜଣାପଡ଼ିଛି। ଆବ କି ବାର ମୋଦି ସରକାର ନାରାରେ ସମସ୍ତ ଅଞ୍ଚଳକୁ ପ୍ରକମ୍ପିତ କରିଥିବା ଜଣାପଡ଼ିଛି। ଜନତା ଆଉ ପାଞ୍ଚ ବର୍ଷ ନିର୍ଜାତନ ସହିବା ପାଇଁ ରାଜିନ ହୋଇ ମାନ୍ୟବର ପ୍ରଧାନ ମନ୍ତ୍ରୀ ମୋଦିଜିଙ୍କୁ ସମ୍ପୁର୍ଣ୍ଣ ଭରସା କରି ମୋଦି ଗେରେଣ୍ଟି କଥା କୁ ସ୍ମରଣ କରି ଏଥିର ନିଜ ଅଞ୍ଚଳରେ ମୋଦି ସରକାର ଗଠନ କରିବାକୁ ଦୃଢ ନିସ୍ପତ୍ତି କରିଥିବା ଜଣାପଡ଼ିଛି। ବିଶ୍ୱ ଗୁରୁଙ୍କ ଆଗମନରେ ଅଭାବ ଅନଟନ ହୋଇଥିବାର ପ୍ରକୃତ କାରଣ କଣ ହୋଇଥାଇ ପାରେ ଏ କଥା ଜନତାଙ୍କୁ ଅଛପା ନୁହେ ବୋଲି ସାଧାରଣରେ ଚର୍ଚ୍ଚା କରୁଥିବା ଶୁଣିବାକୁ ମିଳିଛି। କନ୍ଧମାଳରୁ ରମେଶ ପଣ୍ଡା ଙ୍କ‌‌‌ ରିପୋର୍ଟ (କଳିଙ୍ଗ ଫୋକସ୍)

Leave a Comment

Read More