ରାଇରଙ୍ଗପୁର ସହରସ୍ତ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା କାର୍ଯ୍ୟାଳୟ ପରିସରରେ ଦଳୀୟ କର୍ମକର୍ତ୍ତାଗଣ ଲୋକସଭା ଓ ବିଧାନସଭା ପାର୍ଥୀ ଓ ପାର୍ଥିନୀଙ୍କୁ ସ୍ବାଗତ ଓ ସମ୍ଭନ୍ଧନା ଜଣାଇଥିଲେ | ସେମାନଙ୍କ ମଧ୍ୟରେ ମୟୂରଭଞ୍ଜ ଲୋକସଭା ଓ ସାରସକଣା ନିର୍ବାଚନମଣ୍ଡଳୀ ପାର୍ଥିିନୀ ଅଞ୍ଜନୀ ସୋରେନ, ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପାର୍ଥୀ ସୁନାରାମ ଟୁଡୁ, ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ପାର୍ଥୀ ବିଷ୍ଣୁ ସିଂ, ମୋରଡା ନିର୍ବାଚନ ମଣ୍ଡଳୀ ପାର୍ଥୀ କୃଷ୍ଣ ଦାସ ଓ ଉଦଳା ନିର୍ବାଚନ ମଣ୍ଡଳୀ ପାର୍ଥୀ ଚକ୍ରଧର ସିଂ ପ୍ରମୁଖ ଯୋଗ ଦେଇଥିଲେ | ଏହି ଭବ୍ୟ କାର୍ଯ୍ୟକ୍ରମରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ର ରାଜ୍ୟ ସାଧାରଣ ସମ୍ପାଦକ ଦୁବରାଜ ନାଗ, ରାଜ୍ୟ ସାଙ୍ଗଠନିକ ସମ୍ପାଦକ ସାଲୁ କିସ୍କୁ, ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସମ୍ପାଦକ ଘନଶ୍ୟାମ ପିଙ୍ଗୁଆ, ସଭାପତି ସୁନୀଲ ମାଝୀ, ଜିଲ୍ଲା ପ୍ରବକ୍ତା ସନ୍ତୋଷ କୁମାର ମୁର୍ମୁ, ଉପସଭାପତି ମଦନ ମୋହନ ମାର୍ଣ୍ଡି, ଭୂବନ ଟୁଡୁ, ଯଶୋବନ୍ତ ବାରିକ, ବାବୁଲାଲ ମୁର୍ମୁ, ପୂର୍ବ ମୟୂରଭଞ୍ଜ ଜିଲ୍ଲା ସଭାପତି ପୁଥୁରାଜ ହାଁସଦାଃ, ସମ୍ପାଦକ କିଶ୍ନର ହାଁସଦାଃ, ଯୁବ ସଭାପତି ଆକାଶ ସିଂ, ସନାତନ ମୁର୍ମୁ, ରମେଶ ହାଁସହାଃ, ରାଇରଙ୍ଗପୁର ବ୍ଲକ ଉପସଭାପତି କାଳୀଚରଣ ଟୁଡୁ ଏବଂ ଏଥିସହିତ ଦଳୀୟ କର୍ମକର୍ତ୍ତାଗଣ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ | ରାଇରଙ୍ଗପୁର ରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ




https://janaswara.in/?p=3456&preview=true









