Search
Close this search box.

ପାନୀୟ ଜଳ ସମସ୍ୟା ନେଇ ଭୋଟ ବର୍ଜନ ନିଷ୍ପତ୍ତି,

ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ବଣକାଟି ପଞ୍ଚାୟତର ତାଳଡିହାଁ ଗାଁରେ ଦୀର୍ଘଦିନ ହେବ ପାନୀୟ ଜଳ ସମସ୍ୟା ଲାଗିରହିଛି | ଏଠାରେ ପାଣିଟାଙ୍କି ଓ ବୋରୱଲ ଏକବର୍ଷ ହେବ ଖୋଳାଯାଇଥିଲେ ହେଁ, ପାନୀୟ ଜଳ ପର୍ଯ୍ୟାପ୍ତ ପରିମାଣରେ ଗାଁ ଲୋକେ ପାଉନାହାଁନ୍ତି | ଉଲ୍ଲେଖଯୋଗ୍ୟ, ପାଇପ ଲାଇନ ଗାଁ ସାରା ଦେଖାଯାଉଛି, କିନ୍ତୁ ପାଣିର ସଠିକ ଯୋଗାଣ ହୋଇପାରୁନାହିଁ | କୃଷି ବିଭାଗର କହିବା ଅନୁଯାୟୀ,ବିଦ୍ୟୁତ୍ ର ବ୍ୟବସ୍ଥା ହେଲେ ଜଳ ସେଚନ ଦ୍ବାରା ଗାଁରେ ଫସଲ ଓ ପନିପରିବା ଚାଷ କରାଯାଇପାରିବ | ମାତ୍ର ଜଳ ର ଅଭାବ ଯୋଗୁଁ ବିଦ୍ୟୁତ୍ ମଧ୍ୟ ଅଧାବାଟରେ ଅଟକି ରହିଛି | ଏହାର ବିହିତ ପଦକ୍ଷେପ ନ ହେଲେ ଆଗାମୀ ସାଧାରଣ ନିର୍ବାଚନ ବର୍ଜନ କରିବେ ବୋଲି ଗ୍ରାମବାସୀ ସ୍ବରଉତ୍ତୋଳନ କରିଛନ୍ତି | ଏ ବାବଦରେ ଦାବୀପତ୍ର ବାମନଘାଟୀ ଉପଖଣ୍ଡ ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ | ଏହାର ଅବିକଳ ନକଲ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି | ଏହି ସଂକ୍ରାନ୍ତରେ ଗ୍ରାମବାସୀ ବହୁ ସଂଖ୍ୟାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉପସ୍ଥିତ ଥିଲେ | ସେମାନଙ୍କ ମଧ୍ୟରେ ୱାର୍ଡ ନଂ ୧୬ ୱାର୍ଡମେମ୍ବର ସାଲରାମ ସୋରେନ, ୱାର୍ଡ ନଂ ୧୭ ୱାର୍ଡମେମ୍ବର କାପୁରା ହାଁସଦାଃ, ମଦନ ମୁର୍ମୁ, ଫାଗୁ ମାଝୀ, ଜିତାରାମ ସୋରେନ, ସାମାୟ ମାର୍ଣ୍ଡି, ଦୁଲା ମୁର୍ମୁ, ମନା ମୁର୍ମୁ, ଲକ୍ଷ୍ମଣ ମାର୍ଣ୍ଡି, ଶାଙ୍ଖ ବାସ୍କେ, ଠାକୁର ସୋରେନ, କମଲ ମାର୍ଣ୍ଡି, ସୁକଲାଲ ମୁର୍ମୁ, ବିରେନ୍ଦ୍ରନାଥ ହେମ୍ବ୍ରମ, ଦେଉଲା ମାର୍ଣ୍ଡି , ଦଶରଥ କିସ୍କୁ ଓ ବିଜୟ ହେମ୍ବ୍ରମ ପ୍ରମୁଖ ଯୋଗ ଦେଇଥିଲେ | ରାଇରଙ୍ଗପୁର ରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟhttps://janaswara.in/?p=3464&preview=true

Leave a Comment

Read More