Search
Close this search box.

ମୋଦିଙ୍କର ପ୍ରଗତିଶୀଳ ନୀତି ପ୍ରତି ଓଡ଼ିଶାବାସୀଙ୍କର ସମ୍ପୂର୍ଣ୍ଣ ସମର୍ଥନ : ପୁରନ୍ଦର ମିଶ୍ର ,

ନୂଆପଡା/ଭୁବନେଶ୍ୱର ତା୧୩/୦୫ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଗତିଶୀଳ ନୀତି ଗୁଡ଼ିକ ପ୍ରତି ଓଡ଼ିଶାବାସୀଙ୍କର ସମ୍ପୂର୍ଣ୍ଣ ଆସ୍ଥା ଓ ସମର୍ଥନ ରହିଥିବା, ରାୟପୁର ନଗର ଉତ୍ତରର ବିଧାୟକ ଓ ଓଡିଶା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ସହ ପ୍ରଭାରୀ ପୁରନ୍ଦର ମିଶ୍ର ପ୍ରକାଶ କରିଛନ୍ତି। କଳାହାଣ୍ଡି ଲୋକସଭା ଅନ୍ତର୍ଗତ ନୂଆପଡା ଓ ଜୁନାଗଡ଼ ଠାରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଵ ସାୟଙ୍କ ସହିତ ଦୁଇଟି ବିଶାଳ ନିର୍ବାଚନୀ ଜନସଭାକୁ ସମ୍ବୋଧନ କରି ଶ୍ରୀ ମିଶ୍ର, ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ ବନାଇବାକୁ ଦେଶବାସୀଙ୍କ ସହିତ ଓଡ଼ିଶାର ଜନସାଧାରଣ ମଧ୍ୟ ଖୁବ ଉତ୍ସାହିତ ଥିବା ସୁଚାଇଛନ୍ତି। ଓଡ଼ିଶାକୁ ଏବେ ଶାସନ କରୁଥିବା ବିଜୁ ଜନତା ଦଳର ମୂକ ଏବଂ ବଧିର ସରକାର ଗ୍ରାମବାସୀ,ଖଟିଖିଆ, ଶ୍ରମିକ ଓ ପଛୁଆ ବର୍ଗର ଲୋକମାନଙ୍କ ପ୍ରତି ସମ୍ପୁର୍ଣ୍ଣ ଭାବେ ଅବହେଳା ପ୍ରଦର୍ଶନ କରୁଥିବା ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ। ଦୀର୍ଘ୨୪ ବର୍ଷ ହେଲା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଗାଦିରେ ବସିଥିଲେ ସୁଦ୍ଧI ଓଡ଼ିଆ ଭାଷା ଶିଖି ପାରି ନଥିବା ବେଳେ ଛତିଶଗଡ଼ ରେ ରହୁଥିଲେ ମଧ୍ୟ ମୁଁ ସ୍ପଷ୍ଟ ଭାବରେ ଓଡ଼ିଆ କହିପାରୁ ଥିବା ପୁରନ୍ଦର ମିଶ୍ର ଦର୍ଶାଇଥିଲେ।ଏଥିରୁ ନବୀନଙ୍କର ମାତୃଭାଷା ଓ ମାତୃପ୍ରଦେଶ ପ୍ରତି କିଭଳି ଆଦର ରହିଛି, ତାର ପ୍ରମାଣ ମିଳୁଥିବା ଶ୍ରୀ ମିଶ୍ର କହିଥିଲେ।ଓଡ଼ିଶାର ଶିକ୍ଷିତ ଯୁବ ସମ୍ପ୍ରଦାୟ ରୋଜଗାର ଆଶାରେ ଘୁରି ବୁଲୁଥିବା ବେଳେ ରାଜ୍ୟ ସରକାର ଚୁପଚାପ ବସିଥିବା ଶ୍ରୀ ମିଶ୍ର ଉଲ୍ଲେଖ କରିଥିଲେ। ନବୀନଙ୍କର ବିଜେଡି ସରକାରକୁ ଗାଦିଚ୍ୟୁତ କରି ରାଜ୍ୟରେ ବଜେପି ସରକାର ସ୍ଥାପନ କଲେ ଓଡ଼ିଶାର ବ୍ୟାପକ ବିକାଶ ସମ୍ଭବପର ହୋଇପାରିବ ବୋଲି ସେ ଘୋଷଣା କରିଥିଲେ। ବିଜେପି ସରକାର ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପିଛା ୩୧୦୦/-ଟଙ୍କା ଓ ମହିଳା ମାନଙ୍କୁ ସୁଭଦ୍ରା ଯୋଜନାରେ ମାସିକ ୩୦୦୦/-ଟଙ୍କା ଦେବେ ବୋଲି ଶ୍ରୀ ମିଶ୍ର ପ୍ରତିଶ୍ରୁତି ପ୍ରଦାନ କରିଥିଲେ।

ଏହି ବିଜୟ ସଂକଲ୍ପ ସମାବେଶରେ ଉଦବୋଧନ ଦେଇ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଵ ସାୟ ଛତିଶଗଡ଼ ପରି ଓଡ଼ିଶାରେ ମଧ୍ୟ ଚଳିତଥର ପରିବର୍ତ୍ତନର ଲହରୀ ଅନୁଭୂତ ହେଉଥିବା ସୁଚାଇ ଥିଲେ।ଓଡ଼ିଶାବାସୀ ଏଠାରେ ଡବଲ ଇଞ୍ଜିନ ସରକାର ପ୍ରତିଷ୍ଠା କରିବାକୁ ଯାଉଥିବା ଶ୍ରୀ ସାୟ ଦମ୍ଭ ପ୍ରକାଶ କରିଥିଲେ। ଉଭୟ ସଭାରେ କଳାହାଣ୍ଡିର ଲୋକସଭା ପ୍ରାର୍ଥୀ ମାଳବୀକା କେଶରୀ ଦେଓ, ନୂଆପଡା ଠାରେ ସେଠାକାର ବିଧାୟକ ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ଏବଂ ଜୁନାଗଡ଼ ଠାରେ ସେଠାକାର ବିଧାୟକ ପ୍ରାର୍ଥୀ ମନୋଜ କୁମାର ମେହେର, ଭାଷଣ ଦେଇ ଭୋଟ ଭିକ୍ଷା କରିଥିଲେ। ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଆରଙ୍ଗର ବିଧାୟକ ଗୁରୁ ଖୁସୱନ୍ତ ସାହେବ,ବସ୍ତର ରାଜପରିବାରର କମଳଚନ୍ଦ୍ର ଭଞ୍ଜଦେଓ,ବିଜେପିର ପ୍ରଦେଶ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପାଣିଗ୍ରାହୀ ଓ ଅଳକା ଚନ୍ଦ୍ରକର ପ୍ରମୁଖ ସଭାରେ ଉପସ୍ଥିତ ଥିଲେ।

Leave a Comment

Read More