ନିର୍ବାଚନୀ ବିଗୁଲ ବାଜିଲାଣି |
ସାଧାରଣ ନିର୍ବାଚନ ତାରିଖ ପାଖେଇ ଆସିଲାଣି | ଏହି ପରିପ୍ରେକ୍ଷୀରେ ସବୁ ଦଳ ପ୍ରଚାର ପ୍ରସାର ଜୋରଦାର ଆରମ୍ଭ କଲେଣି | ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ଶ୍ରୀମତୀ ଅଞ୍ଜନୀ ସୋରେନ ଏବର୍ଷ ନିର୍ବାଚନରେ ସାରସକଣା ବିଧାୟିକା ପ୍ରାର୍ଥୀ ସହିତ ମୟୂରଭଞ୍ଜ ସାଂସଦ ଭାବେ ପ୍ରତିଦ୍ବନ୍ଦିତା କରୁଛନ୍ତି | ଏ ନେଇ ବାମନଘାଟୀ ଉପଖଣ୍ଡ ର ବିଶୋଇ ବ୍ଲକର ବିଶୋଇ ଠାରେ ଏକ କର୍ମୀ ସମ୍ମିଳନୀରେ ଯୋଗ ଦେଇଥିଲେ | ସେ ମୟୂରଭଞ୍ଜ ଜିଲ୍ଲା ର ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ବେରୋଜଗାର ତଥା ମୟୂରଭଞ୍ଜ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଉଦ୍ୟମ କରିବେ ବୋଲି ଜୋର ଦେଇ କହିଥିଲେ | ଏହି ଭବ୍ୟ କାର୍ଯ୍ୟକ୍ରମରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ର ରାଜ୍ୟ ସାଧାରଣ ସଂପାଦକ ଦୁବରାଜ ନାଗ, ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି ସନାତନ ମୁଣ୍ଡା, ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ମୁଖପାତ୍ର ସନ୍ତୋଷ କୁମାର ମୁର୍ମୁ, ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ଯୁବ ସଭାପତି ମଧୁସୂଧନ ସାହୁ ତଥା ଦଳୀୟ କର୍ମୀ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ | ରାଇରଙ୍ଗପୁର ରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ.









