
ସହିଦ୍ ଯବାନଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କଲେ ରାହୁଲ୍ ଗାନ୍ଧୀ.
ସହିଦ୍ ଯବାନଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କଲେ ରାହୁଲ୍ ଗାନ୍ଧୀ

ସହିଦ୍ ଯବାନଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କଲେ ରାହୁଲ୍ ଗାନ୍ଧୀ

ଭିଜିଲାନ୍ସ ହାତରେ ଧରାପଡ଼ିଲେ ରାଜସ୍ୱ ନିରୀକ୍ଷକ ବିଶ୍ବେଶ୍ବର ରାୟ ବେହେରା l

ହୁ ହୁ ହୋଇ ଜଳୁଛି ନୋଏଡାର ଲଜିକ୍ସ ମଲ୍.


ଜିଓ ଗ୍ରାହକଙ୍କୁ ଆଉ ଏକ ସପ୍ତ ଝର୍କା.

ଦର୍ଶନ କରିବା ପାଇଁ ଯାଇଥିବା ମିନି ବସ ପାହାଡ଼ ତଳକୁ ଖସିପଡ଼ିଛି.

ରତ୍ନ ଭଣ୍ଡାର କମିଟି ଭାଙ୍ଗିଯିବା ନେଇ ତେଜିଲା ଉତ୍ତେଜନା

Date:- 05/07/2024 କିପରି କଟିବ ଆପଣଙ୍କ ଦିନ ମେଷ🐏: ଆପଣଙ୍କ ମନ କିଛି ନୂଆ କାମରେ ଲାଗିବ। ତଳିଆ କିଛି କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବାକୁ ଚେଷ୍ଟା କରିବେ ।ପ୍ରିୟଜନଙ୍କ ସହ ବାହାରକୁ

ଲୁଚା ଛପା ପ୍ରେମ ଧରା ପଡିଯିବାରୁ ଆତ୍ମହତ୍ୟା କଲେ ଜଣେ ଗୁରୁତର, ଜଣେ ମୃତ୍ୟୁ l

ଲକ୍ଷ୍ମୀ ବସ୍ ପରେ ପରେ ଛାତ୍ର ଛାତ୍ରୀଙ୍କ ପୋଷାକ ରଙ୍ଗ ବଦଳିବ l ଭୁବନେଶ୍ୱର : ବର୍ତ୍ତମାନ ଲକ୍ଷ୍ମୀ ବସର ରଙ୍ଗ ବଦଳିବା ପରେ ପରେ ବର୍ତ୍ତମାନ ସବୁ ସ୍କୁଲ ପିଲାଙ୍କ ପୋଷାକ ବଦଳାଇବା

୮ ରେ ହେବନି ଜନ ଅଭିଯୋଗ ଶୁଣାନି
କଟକ,୫/୭: ଚଳିତ ବର୍ଷ ରଥଯାତ୍ରା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମେହନ ଚରଣ ମାଝୀ ଦୁଇଦିନ ଛୁଟି ଘୋଷଣା କରିଛନ୍ତି। ତେଣୁ ୮ ତାରିଖ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ଙ୍କ ଜନ ଅଭିଯୋଗ ଶୁଣାନି କୁ ସ୍ଥଗିତ ରଖାଯାଇଛି ବେଲି ସୂଚନା ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

୭୫ ତମ ବନ ମହୋତ୍ସବ ପାଳନ
କଟକ, ୪/୭: ୭୫ ତମ ବନ ମହୋତ୍ସବ ପାଳନ ଅବସରରେ ଉଦୟଗିରି ବିଧାୟକ ପ୍ରଫୁଲ କୁମାର ପ୍ରଧାନ ଟିକାବାଲି ବ୍ଲକ ଅନ୍ତର୍ଗତ ପାଡ଼ାଙ୍ଗି ପଞ୍ଚାୟତ ର ରାଶିନାଜୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ l ବିଧାୟକ ଙ୍କୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରାଜପତି ମଲ୍ଲିକ,ପାଡାଙ୍ଗି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଅରବିନ୍ଦ ମହାପାତ୍ର, ବରିଷ୍ଠ ଶିକ୍ଷକ ହେମନ୍ତ ପ୍ରଧାନ, ଗଗନ ବିହାରୀ ପାତ୍ର, ଶିକ୍ଷୟିତ୍ରୀ ପୁନମ ପ୍ରଧାନ, ଅର୍ଚନା ପ୍ରଧାନ ଓ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ପୁଷ୍ପଗୁଚ୍ଛ ସହ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ I ଏହି ଅବସରରେ ବିଧାୟକ ନିଜକୁ ଉଚିତ ମାର୍ଗରେ ପରିବର୍ତ୍ତନ କରିଲେ ଭବିଷ୍ୟତ ଉଜ୍ଜଳମୟ ହୋଇପାରିବ ବେଲି ପିଲାଙ୍କୁ ଉପଦେଶ ଦେଇଥିଲେ। ବିଦ୍ୟାଳୟ ବଗିଚାରେ ଚାରା ରୋପଣ କରାଯାଇଥିଲା l ବିଦ୍ୟାଳୟ ର ବିଭିନ୍ନ ଆନୁସଙ୍ଗିକ ଭିତ୍ତିଭୂମି ର ଉନ୍ନତି ପାଇଁ ଶତପ୍ରତିଶତ ସହଯୋଗ କରିବେ ବୋଲି ଆଶ୍ୱାସନା ଦେଇଥିଲେ l

ସାତ ବର୍ଷ ବିତିଲା ଭିନ୍ନକ୍ଷମ ଭତ୍ତା ଓ ହୁଇଲ୍ ଚେୟାର ଅପେକ୍ଷାରେ ବୈକୁଣ୍ଠନାଥ
କନ୍ଧମାଳ,୪/୭/: କନ୍ଧମାଳ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ବଣ୍ଡଗୁଡ଼ା ପଞ୍ଚାୟତ ମଗଡ଼ିଙ୍ଗିଆ ଗାଁର ଭିନ୍ନକ୍ଷମ ବୈକୁଣ୍ଠନାଥ ମଲ୍ଲିକ ଦିର୍ଘ ସାତ ବର୍ଷ ହେବ ଭିନ୍ନକ୍ଷମ ଭତ୍ତା ଓ ହୁଇଲ୍ ଚେୟାର ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ;କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ମିଳିପାରିଲାନାହିଁ। ସମ୍ପୃକ୍ତ ଅଧିକାରୀଙ୍କୁ ଅନେକ ଥର ଗୁହାରି କରିଆସୁଥିବା ସତ୍ତ୍ୱେ ପ୍ରଶାସନ କୌଣସି ଗୁରୁତ୍ୱ ଦେଉନଥିବା ତାଙ୍କ ବଡ଼ ଭଉଣୀ ପ୍ରମିଳା ମଲ୍ଲିକ ଅଭିଯୋଗ କରିଛନ୍ତି। ତାଙ୍କ ବଡ଼ ଭଉଣୀ ପ୍ରମିଳାଙ୍କ କହିବା ଅନୁଯାୟୀ ସରକାରଙ୍କ ତରଫରୁ ଇନ୍ଦିରାଗାନ୍ଧୀ ଜାତୀୟ ଭିନ୍ନକ୍ଷମ ଭତ୍ତା ଏବଂ ହୁଇଲ୍ ଚେୟାର ପାଇ ଅନେକ ଭିନ୍ନକ୍ଷମ ବ୍ୟକ୍ତି ମାନେ ଉପକୃତ ହୋଇଥିବା ବେଳେ ଜାଣିଶୁଣି ତାଙ୍କ ଭାଇ ଙ୍କୁ ଦୁରେଇ ରଖାଯାଇଥିବା ଅଭିଯୋଗ କରିଛନ୍ତି । ୱାର୍ଡ଼ ମେମ୍ବର ଲିପା ମଲ୍ଲିକ, ବିଶ୍ଵାମିତ୍ର ମଲ୍ଲିକ, ପ୍ରମିଳା ମଲ୍ଲିକ, ବିଶ୍ୱକର୍ମା ମଲ୍ଲିକ ଭିନ୍ନକ୍ଷମ ବୈକୁଣ୍ଠନାଥଙ୍କୁ ଥଇଥାନ ପାଇଁ ପ୍ରଶାସନ କୁ ଦାବି ଜଣାଇଥିବା ଜଣାପଡିଛି।
କନ୍ଧମାଳ ଜିଲ୍ଲାରୁ ରମେଶ ପଣ୍ଡା ଙ୍କ ରିପୋର୍ଟ।

ଓଡ଼ିଶା ଲୋକସେବା ଅଧିକାର ଆଇନରେ ଅନ୍ତର୍ଭୁକ୍ତ ହେବl ସହିତ ଆଉ ୫ଟି ସେବା ହେବ ଲାଗୁ l

ପାଠ 1
ବନ୍ୟା ଜଳରେ ବନ୍ଦୀ ହୋଇ ମୃତ୍ୟୁ ସଂଖ୍ୟା ୩୫କୁ ଛୁଇଁଛି l
ଗୁଆହାଟୀ : ବଢୁଛି ବର୍ଷା ର ଜଳ ହେଲେ କମୁନି ମୃତ୍ୟୁ ସଂଖ୍ୟା l ଧିରେ ଧିରେ ମୃତ୍ୟୁ ଶଙ୍ଖ ବଢ଼ିବାରେ ଲାଗିଛି ହେଲେ ବର୍ତ୍ତମାନ ପର୍ଜନ୍ତ ବହୁ ଲୋକ ପାଣି ଘେର ରେ ଅଛନ୍ତି ଆଉ କିଛି ଲୋକ ଙ୍କୁ ପାଣି ଘେର ରୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିବା ବେଳେ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି ପାଇଲାଣି l ଏପରି ଘଟଣା ଘଟିଛି ଗୁଆହାଟି ହିମାଚଳ ପ୍ରଦେଶ ବୋଲି ଦେଖିବାକୁ ମିଳିଛି l
ସୂଚନାନୁସାରେ, ହିମାଚଳ ପ୍ରଦେଶ ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକରେ ବର୍ଷା ଓ ବନ୍ୟା ବିତ୍ପାତ ଜାରି ରହିଛି । ଚଳିତ ମୌସୁମୀ ଋତୁ ଆରମ୍ଭରେ ପ୍ରବଳ ବର୍ଷା ଓ ବନ୍ୟାରେ ହିମାଚଳ ପ୍ରଦେଶରେ ଭୂସ୍ଫଳନ ଓ ରାସ୍ତା ଧୋଇଯିବା କାରଣରୁ ମୋଟ ୧୧୫ଟି ରାସ୍ତାକୁ ଗମନାଗମନ ନିମନ୍ତେ ବନ୍ଦ କରିଦିଆଯାଇଛି । ସେଥି ମଧ୍ୟରେ ମଣ୍ଡିରେ ୧୦୭, ଚମ୍ବାରେ ୪ ଓ ସୋଲାନରେ ୩ଟି ରାସ୍ତା ରହିଛି । ଏଥିସହିତ ରାଜ୍ୟରେ ୨୧୨ଟି ଟ୍ରାନ୍ସଫର୍ମରେ ବିଭ୍ରାଟ ଘଟିବାରୁ ବିଦ୍ୟୁତ୍ ଯୋଗାଣ ପ୍ରଭାବିତ ହୋଇଛି। ଶିମଳା ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ରବିବାର ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଇତିମଧ୍ୟରେ ଚଣ୍ଡିଗଡରୁ ମନାଲି ଚାରିଟିକିଆ ରାସ୍ତାର ମଣ୍ଡି ଓ ପାଣ୍ଡୋହ୍ ମଧ୍ୟବର୍ତ୍ତୀ ସ୍ଥାନରେ ଫାଟ ସୃଷ୍ଟି ହେବା ସହିତ ତାହା ଦବିବାକୁ ଲାଗିଛି। ଫଳରେ ଉକ୍ତ ରାସ୍ତାର ଗୋଟିଏ ପାର୍ଶ୍ବରେ ଯାନବାହନ ଚଳାଚଳକୁ ଅନୁମତି ଦିଆଯାଇଛି। ରାଜ୍ୟରେ ଖାଲୁଆ ଅଞ୍ଚଳ ଜଳମଗ୍ନ ହେବା ସହିିତ ବହୁ ସଂଖ୍ୟକ କଚା ଘର ଭାଙ୍ଗିଛି ଏବଂ ଫସଲ ନଷ୍ଟ ହୋଇଥିବା ସରକାରୀ ସୂତ୍ରରୁ ଜଣାଯାଇଛି।
ଅନୁରୂପ ଭାବରେ ଆସାମ, ଅରୁଣାଚଳ ପ୍ରଦେଶ ସମେତ ଉତ୍ତର ପୂର୍ବାଞ୍ଚଳରେ ବର୍ଷା ଓ ବନ୍ୟା ପରିସ୍ଥିତି ଗମ୍ଭୀର ରୂପ ଧାରଣ କରିଛି। ଚଳିତ ବର୍ଷା ଓ ତଦ୍ଜନିତ ବନ୍ୟାରେ ଆସାମରେ ପ୍ରାୟ ୧୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଆସାମ ଓ ଅରୁଣାଚଳ ପ୍ରଦେଶରେ ବନ୍ୟା ପରିସ୍ଥିତି ଅଧିକ ଖରାପ ଆଡକୁ ଗତି କରୁଥିବାବେଳେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସମସ୍ତ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ଉଭୟ ରାଜ୍ୟରେ ବ୍ରହ୍ମପୁତ୍ର ନଦୀର ଜଳସ୍ତର ଲଗାତର ବୃଦ୍ଧି ପାଇବାରେ ଲାଗିଛି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସୂତ୍ର ଅନୁଯାୟୀ ରାଜ୍ୟରେ ବନ୍ୟା ପ୍ରପୀଡିତ ଜିଲା ସଂଖ୍ୟା ୧୯କୁ ବୃଦ୍ଧିପାଇଛି । ଅନେକ ସ୍ଥାନରେ ବିଦ୍ୟାଳୟଗୁଡିକୁ ବନ୍ଦ କରିଦିଆଯାଇ ତାହା ବନ୍ୟା ପ୍ରଭାବିତଙ୍କ ନିମନ୍ତେ ସାମୟିକ ଆଶ୍ରୟସ୍ଥଳ ଭାବରେ ବ୍ୟବହାର କରାଯାଉଛି। ଅରୁଣାଚଳ ପ୍ରଦେଶରେ ସମସ୍ତ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ରାଜ୍ୟରେ ଅଧିକ ବର୍ଷା ସମ୍ଭାବନା ଏବଂ ଉକ୍ତ କାରଣରୁ ଭୂସ୍ଖଳନ ଆଶଙ୍କା ଥିବାରୁ ଜନସାଧାରଣଙ୍କୁ ସତର୍କ କରିଦିଆଯାଇଛି। ଏହି ଦୁଇ ରାଜ୍ୟରେ ବର୍ଷା ଓ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧିପାଇଛି। ଅନୁରୂପ ଭାବରେ ନାଗାଲାଣ୍ଡରେ ଚଳିତ ବର୍ଷା ଓ ବନ୍ୟାରେ ୫ଜଣଙ୍କର ପ୍ରାଣହାନି ଘଟିଥିବା ଖବର ହସ୍ତଗତ ହୋଇଛି। ବିଭିନ୍ନ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଏନ୍ଡିଆରଏଫ ଏବଂ ସେନା ଯବାନମାନେ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଇତିମଧ୍ୟରେ ଆସାମ ରାଇଫଲ୍ସର ଯବାନମାନେ ୫୦୦ରୁ ଅଧିକ ଲୋକଙ୍କୁ ବନ୍ୟା ଘେରରୁ ଉଦ୍ଧାର କରାଯାଇଛି ବୋଲି ସୂଚନା ମିଳିଛି l

ପାଠ -15
କଲେଜ ବସରେ ଲାଗିଲା ନିଆଁ
ଅନୁଗୁଳ : ହଠାତ୍ ବସରେ ଲାଗିଲା ନିଆଁ ଅଳ୍ପାକେ ବାର୍ତିଲେ ଛାତ୍ର ଏବଂ ଗାଡ଼ି ଚାଳକ l ଏଭଳି ଏକ ଘଟଣା ଘଟିଛି ଅନୁଗୁଳ ସହସରେ ଉପଖଣ୍ଡରେ ବୋଲି ସୂଚନା ମିଳିଛି l
ସୂଚନାନୁସାରେ , ଘରୋଇ କଲେଜ ବସ୍ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ଛାତ୍ର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ରାଧାରମଣପଡ଼ା ନିକଟରେ। ଆଜି ଦିନ ପ୍ରାୟ ଗୋଟାଏ ୩୦ରେ ଅନୁଗୋଳ ସହର ଉପକଣ୍ଠରେ ଥିବା ଏକ ଘରୋଇ କଲେଜ ବସ ରାଧାରମଣପଡ଼ା ନିକଟରେ ଜଳିବାକୁ ଲାଗିଥିଲା। ଅନୁଗୋଳ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବସରେ ୨ଜଣ ଛାତ୍ର ଓ ଚାଳକ ଥିଲେ। ବସରୁ ଧୂଆଁ ବାହାରିବା ଦେଖି ଚାଳକ ଓ ଦୁଇ ଜଣ ଛାତ୍ର ବସରୁ ଓହ୍ଲାଇ ପଡ଼ିଥିଲେ। ଅନ୍ୟପଟେ କଲେଜ କର୍ତ୍ତୃପକ୍ଷଙ୍କ କହିବା କଥା ବସରେ କେହି ଛାତ୍ର ନଥିଲେ। ଗାଡ଼ି କାମ କରିବା ପାଇଁ ଗ୍ୟାରେଜକୁ ନେବା ସମୟରେ କୌଣସି କାରଣରୁ ବସରେ ନିଆଁ ଲାଗିଯାଇଥିଲା କହି ସୂଚନା ଦେଇଥିଲେ ।

ପାଠ- 14
ମିଛ ପୋଲିସ କହି ବରିଷ୍ଠ ଅଧିକାରୀଙ୍କ ଠାରୁ ଠକି ନେଲେ ୧୨ ଲକ୍ଷ୍ୟ ଟଙ୍କା
ଭୁବନେଶ୍ବର : ମିଛ ପୋଲିସ ସତଟଙ୍କl l ଜଣେ ବରିଷ୍ଟ ଅଧିକାରୀ ଠକେଇ ର ଶିକାର ହୋଇଛନ୍ତି l ପ୍ରଥମେ ଅଜଣା ନମ୍ବରରୁ କଲ, ପରେ ମୁମ୍ୱାଇ ପୋଲିସ କହି ୧୨ ଲକ୍ଷ ଠକେଇ । ଓଡିଶା ସରକାରଙ୍କ ଅଧୀନରେ କାର୍ଯ୍ୟରତ ଜଣେ ବରିଷ୍ଠ ଅଧିକାରୀ ଏଭଳି ଠକେଇର ସମ୍ମୁଖୀନ ହୋଇ ସାଇବର ଥାନାର ଦ୍ୱାରସ୍ଥ ହେବା ପରେ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ ପୁଲିସ। ଅଭିଯୁକ୍ତର ନାଁ କିଶୋର ରାଣା, ଘର ରାଜସ୍ଥାନ। ଅଭିଯୋଗ ମୁତାବକ, ଜୁନ ୭ ରେ ବରିଷ୍ଠ ଅଧିକାରୀଙ୍କୁ ଟେଲିଫୋନ କମ୍ପାନୀରୁ ଏକ କଲ ଆସିଥିଲା । ତାଙ୍କ ନମ୍ବର ବ୍ୟବହାର କରି ୨୮ ଟି ବେନାମୀ ଟ୍ରାଞ୍ଜକ୍ସନ ହୋଇଥିବା କୁହାଯାଇଥିଲା । ପରେ ଆଉ ଜଣେ ମୁମ୍ବାଇ ପୋଲିସ କହି ସ୍କାଇପି ଯୋଗେ ତାଙ୍କ ସହ କଥା ହୋଇଥିଲେ। ବରିଷ୍ଠ ଅଧିକାରୀଙ୍କୁ ଡିଜିଟାଲ ଆରେଷ୍ଟ କରି ତାଙ୍କ ଠାରୁ ଅନଲାଇନରେ ସମସ୍ତ ଡକ୍ୟୁମେଣ୍ଟ ନେଇଯାଇଥିଲେ। ଭୟଭୀତ ହେବା ପରେ ତାଙ୍କଠାରୁ ଦୁଇଥର ରେ ପାଖାପାଖି ୧୨ ଲକ୍ଷ ଟଙ୍କା ଠକି ନେଇଥିଲେ ଠକ । ଏନେଇ ଅଭିଯୋଗ ପରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି। ତାଠାରୁ ମୋବାଇଲ, ଏଟିଏମ, ଚେକବୁକ ଜବତ କରାଯାଇଛି। ବେନାମୀ ଆକାଉଣ୍ଟ ଜରିଆରେ ସେ ଠକେଇ ଟଙ୍କା ଉଠାଉଥିବା ନେଇ ଅଭିଯୋଗ ହେଉଛି । କେସ ନମ୍ବର ୧୪୧ ଦଫା ୪୧୯, ୪୨୦, ୪୬୭, ୪୬୮, ୪୭୧ ଓ ଆଇଟି ଆକ୍ଟରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ବୋଲି ଦେଖିବାକୁ ମିଳିଛି ଠକେଇ ଅଭିଯୋଗରେ ଜଣେ ବରିଷ୍ଟ ଅଧିକାରୀ ଠାରୁ ୧୨ ଲକ୍ଷ୍ୟ ତାଙ୍କ ଠକି ନାଇଥିବାରେ ଆଜି ଜଣେ ବ୍ୟକ୍ତି ଙ୍କୁ ପୋଲିସ ଗିରଫ କରିଥିବା ସୁଚନା ମିଳିଛି ।

ଜେଲରୁ ବାହାରିବା ପରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ
ରାଞ୍ଚି : ତୃତୀୟ ଥର ପାଇଁ ପୁଣି ହେଲେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଲେ ସୋରେନ l
ସୂଚନାନୁସାରେ , ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର କାର୍ଯ୍ୟକାରୀ ସଭାପତି ହେମନ୍ତ ସୋରେନ୍ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଝାଡଖଣ୍ଡର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ୍ ରାଜ ଭବନରେ ହେମନ୍ତ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରାଇଛନ୍ତି। ଏହା ସହିତ ତୃତୀୟ ଥର ପାଇଁ ହେମନ୍ତ ସୋରେନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି। ବୁଧବାର ଦିନ ଚମ୍ପଇ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ହେମନ୍ତ ସୋରେନ୍ ଆଜି ଶପଥ ଗ୍ରହଣ କରିଥିବା ଜଣାପଡ଼ିଛି। ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜୁନ ୨୯ରେ ଜେଲ୍ରୁ ମୁକୁଳିଥିଲେ। ଜମି ଦୁର୍ନୀତି ମାମଲା ସହ ଜଡ଼ିତ ଏକ ମନି ଲଣ୍ଡରିଂ ମାମଲାରେ ସୋରେନ ଦୀର୍ଘ ୫ ମାସ ହେବ ଜେଲ୍ରେ ଥିଲେ। ଝାଡ଼ଖଣ୍ଡ ହାଇକୋର୍ଟ ହେମନ୍ତ ସୋରେନଙ୍କୁ ଜାମିନ ମଂଜୁର କରିବାପରେ ସେ ଜେଲ୍ରୁ ବାହାରିଥିଲେ। ଗତ ଜାନୁଆରି ୩୧ ତାରିଖରେ ମନି ଲଣ୍ଡରିଂ ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଦ୍ବାରା ଗିରଫ ହୋଇଥିଲେ। ଗିରଫ ହେବା ସମୟରେ ସୋରେନ ତାଙ୍କ ବିରୋଧରେ ଥିବା ଜମି ଦୁର୍ନୀତି ଅଭିଯୋଗକୁ ଖଣ୍ଡନ କରିଥିଲେ। ସୋରେନ କହିଥିଲେ, ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଦ୍ବାରା ଏହା ତାଙ୍କ ବିରୋଧରେ ଏକ ପ୍ରତିଶୋଧମୂଳକ ରାଜନୀତି। ତେବେ ହାଇକୋର୍ଟ ଗତ ଜୁନ୍ ୧୩ ତାରିଖରେ ସୋରେନଙ୍କ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଥିବା ବେଳେ ଜୁନ ୨୯ରେ ଜାମିନ ମଂଜୁର କରିଥିଲେ। ଜଷ୍ଟିସ ରଙ୍ଗନ ମୁଖୋପାଧ୍ୟାୟଙ୍କ ଜଣିକିଆ ଖଣ୍ଡପୀଠ ଏହି ରାୟ ଦେଇଥିଲେ ବୋଲି ସୂଚନା ମିଳିଛି ।
We use cookies to improve your experience on our site. By using our site, you consent to cookies.
Manage your cookie preferences below:
Essential cookies enable basic functions and are necessary for the proper function of the website.
These cookies are needed for adding comments on this website.
Google Tag Manager simplifies the management of marketing tags on your website without code changes.
Statistics cookies collect information anonymously. This information helps us understand how visitors use our website.
Google Analytics is a powerful tool that tracks and analyzes website traffic for informed marketing decisions.
Service URL: policies.google.com (opens in a new window)
WhatsApp us