Search
Close this search box.

ସାତ ବର୍ଷ ବିତିଲା ଭିନ୍ନକ୍ଷମ ଭତ୍ତା ଓ ହୁଇଲ୍ ଚେୟାର ଅପେକ୍ଷାରେ ବୈକୁଣ୍ଠନାଥ.

ସାତ ବର୍ଷ ବିତିଲା ଭିନ୍ନକ୍ଷମ ଭତ୍ତା ଓ ହୁଇଲ୍ ଚେୟାର ଅପେକ୍ଷାରେ ବୈକୁଣ୍ଠନାଥ
କନ୍ଧମାଳ,୪/୭/: କନ୍ଧମାଳ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ବଣ୍ଡଗୁଡ଼ା ପଞ୍ଚାୟତ ମଗଡ଼ିଙ୍ଗିଆ ଗାଁର ଭିନ୍ନକ୍ଷମ ବୈକୁଣ୍ଠନାଥ ମଲ୍ଲିକ ଦିର୍ଘ ସାତ ବର୍ଷ ହେବ ଭିନ୍ନକ୍ଷମ ଭତ୍ତା ଓ ହୁଇଲ୍ ଚେୟାର ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ;କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ମିଳିପାରିଲାନାହିଁ। ସମ୍ପୃକ୍ତ ଅଧିକାରୀଙ୍କୁ ଅନେକ ଥର ଗୁହାରି କରିଆସୁଥିବା ସତ୍ତ୍ୱେ ପ୍ରଶାସନ କୌଣସି ଗୁରୁତ୍ୱ ଦେଉନଥିବା ତାଙ୍କ ବଡ଼ ଭଉଣୀ ପ୍ରମିଳା ମଲ୍ଲିକ ଅଭିଯୋଗ କରିଛନ୍ତି। ତାଙ୍କ ବଡ଼ ଭଉଣୀ ପ୍ରମିଳାଙ୍କ କହିବା ଅନୁଯାୟୀ ସରକାରଙ୍କ ତରଫରୁ ଇନ୍ଦିରାଗାନ୍ଧୀ ଜାତୀୟ ଭିନ୍ନକ୍ଷମ ଭତ୍ତା ଏବଂ ହୁଇଲ୍ ଚେୟାର ପାଇ ଅନେକ ଭିନ୍ନକ୍ଷମ ବ୍ୟକ୍ତି ମାନେ ଉପକୃତ ହୋଇଥିବା ବେଳେ ଜାଣିଶୁଣି ତାଙ୍କ ଭାଇ ଙ୍କୁ ଦୁରେଇ ରଖାଯାଇଥିବା ଅଭିଯୋଗ କରିଛନ୍ତି । ୱାର୍ଡ଼ ମେମ୍ବର ଲିପା ମଲ୍ଲିକ, ବିଶ୍ଵାମିତ୍ର ମଲ୍ଲିକ, ପ୍ରମିଳା ମଲ୍ଲିକ, ବିଶ୍ୱକର୍ମା ମଲ୍ଲିକ ଭିନ୍ନକ୍ଷମ ବୈକୁଣ୍ଠନାଥଙ୍କୁ ଥଇଥାନ ପାଇଁ ପ୍ରଶାସନ କୁ ଦାବି ଜଣାଇଥିବା ଜଣାପଡିଛି।

କନ୍ଧମାଳ ଜିଲ୍ଲାରୁ ରମେଶ ପଣ୍ଡା ଙ୍କ ରିପୋର୍ଟ।

Leave a Comment

Read More

Verified by MonsterInsights