ଓଡ଼ିଶା ଲୋକସେବା ଅଧିକାର ଆଇନରେ ଅନ୍ତର୍ଭୁକ୍ତ ହେବl ସହିତ ଆଉ ୫ଟି ସେବା ହେବ ଲାଗୁ l
ଭୁବନେଶ୍ୱର : ମୁଖ୍ୟ ମନ୍ତ୍ରୀ କହିଲେ ଆଗକୁ ଓଡ଼ିଶାରେ ଆଉ ୫ଟି ସେବା ଲାଗୁ ହେବା ନେଇ ଲୋକସେବା ଭବନ ରେ ଆଲୋଚନା କରାଯାଇଛି l ଏଥିରୁ ବହୁ ଲୋକକୁ ବହୁତ୍ ଲାଭ ମିଳିବ ନାଇ ଆଶା ରଖାଯାଇଛି ବୋଲି ସୂଚନା ମଳିଛି l
ସୂଚନାନୁସାରେ, ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ପ୍ରଦାନ କରାଯାଉଥିବା ଆଉ ୫ଟି ସେବାକୁ ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ, ୨୦୧୨ରେ ଅନ୍ତର୍ଭୁକ୍ତ ହେବ । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ପର୍ବରୁ ନଗର ଉନ୍ନୟନ ବିଭାଗର ୨୬ଟି ସେବା ଏହି ଅଧିନିୟମରେ ସାମିଲ ରହିଥିବା ବେଳେ ଏବେ ଆଉ ୫ଟି ସେବା ସାମିଲ ହେବ । ଏପରି ଭାବେ ମୋଟ ୩୧ଟି ବିଭାଗର ମୋଟ ୪୨୨ଟି ସେବା ଉକ୍ତ ଅଧିନିୟମରେ ଅନ୍ତର୍ଭୁକ୍ତ ହୋଇଛି । ଏହାଫଳରେ ଏଣିକି ବିଲଡିଂ ପ୍ଲାନର ପୁନଃବୈଧିକରଣ ଅନୁମତି, ପ୍ଲିନଥ ଅନୁମୋଦନ, ଟ୍ରେଡ ଲାଇସେନ୍ସ ପ୍ରୋଭିଜନାଲ ସାର୍ଟିଫିକେଟ, ଟ୍ରେଡ ଲାଇସେନ୍ସ ଫାଇନାଲ ସାର୍ଟିଫିକେଟ ଆଦି ସେବା ଜନସାଧାରଣଙ୍କୁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ମିଳିପାରିବ । ବିଲଡିଂ ପ୍ଲାନର ପରିବର୍ତ୍ତନ ଓ ସଂଶୋଧନ ନିମନ୍ତେ ଅନୁମତି ମିଳିଥିବା ବେଳେ ଏହା ୧୫ରୁ ୩୦ ଦିନ ମଧ୍ୟରେ ମିଳିପାରିବ । ସେହିପରି ପୁନଃବୈଧିକରଣ ନିମନ୍ତେ ଅନୁମତି ୭ ଦିନରେ, ପ୍ଲିନଥ ଅନୁମୋଦନ ୭ ଦିନରେ, ଟ୍ରେଡ ଲାଇସେନ୍ସ ପ୍ରୋଭିଜନାଲ ସାର୍ଟିଫିକେଟ ୧ ଦିନରେ, ଟ୍ରେଡ ଲାଇସେନ୍ସ ଫାଇନାଲ ସାର୍ଟିଫିକେଟ ୯୦ ଦିନରେ ମିଳିପାରିବ । ରାଜ୍ୟ ସରକାର ଜନସାଧାରଣଙ୍କୁ ଏହି ଅଧିନିୟମ ଅନ୍ତର୍ଭୁକ୍ତ ବିଜ୍ଞାପିତ ସମସ୍ତ ସେବାକୁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପ୍ରଦାନ କରିବା ନିମନ୍ତେ ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ବୋଲି ସୂଚନା ମିଳିଛି ।









