୭୫ ତମ ବନ ମହୋତ୍ସବ ପାଳନ
କଟକ, ୪/୭: ୭୫ ତମ ବନ ମହୋତ୍ସବ ପାଳନ ଅବସରରେ ଉଦୟଗିରି ବିଧାୟକ ପ୍ରଫୁଲ କୁମାର ପ୍ରଧାନ ଟିକାବାଲି ବ୍ଲକ ଅନ୍ତର୍ଗତ ପାଡ଼ାଙ୍ଗି ପଞ୍ଚାୟତ ର ରାଶିନାଜୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ l ବିଧାୟକ ଙ୍କୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରାଜପତି ମଲ୍ଲିକ,ପାଡାଙ୍ଗି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଅରବିନ୍ଦ ମହାପାତ୍ର, ବରିଷ୍ଠ ଶିକ୍ଷକ ହେମନ୍ତ ପ୍ରଧାନ, ଗଗନ ବିହାରୀ ପାତ୍ର, ଶିକ୍ଷୟିତ୍ରୀ ପୁନମ ପ୍ରଧାନ, ଅର୍ଚନା ପ୍ରଧାନ ଓ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ପୁଷ୍ପଗୁଚ୍ଛ ସହ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ I ଏହି ଅବସରରେ ବିଧାୟକ ନିଜକୁ ଉଚିତ ମାର୍ଗରେ ପରିବର୍ତ୍ତନ କରିଲେ ଭବିଷ୍ୟତ ଉଜ୍ଜଳମୟ ହୋଇପାରିବ ବେଲି ପିଲାଙ୍କୁ ଉପଦେଶ ଦେଇଥିଲେ। ବିଦ୍ୟାଳୟ ବଗିଚାରେ ଚାରା ରୋପଣ କରାଯାଇଥିଲା l ବିଦ୍ୟାଳୟ ର ବିଭିନ୍ନ ଆନୁସଙ୍ଗିକ ଭିତ୍ତିଭୂମି ର ଉନ୍ନତି ପାଇଁ ଶତପ୍ରତିଶତ ସହଯୋଗ କରିବେ ବୋଲି ଆଶ୍ୱାସନା ଦେଇଥିଲେ l









