Search
Close this search box.

ପୁଣି ୫ଦିନ ଯାଏଁ ଛେଚିବ ବର୍ଷା.

ପୁଣି ୫ଦିନ ଯାଏଁ ଛେଚିବ ବର୍ଷା

ଭୁବନେଶ୍ବର : ଆଗାମୀ ୫ଦିନରେ ପର୍ଯ୍ୟନ୍ତ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବା ରହିଛି l ବୋଲି ପାଣିପାଗ ବିଭାଗପୂର୍ବାନୁମାନ କରିଛି l ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏ ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଘୂର୍ଣ୍ଣିବଳୟ ଫଳରେ ଆସନ୍ତା ୬ ତାରିଖରୁ ସାରା ରାଜ୍ୟରେ ବଢିବ ବର୍ଷାର ପରିମାଣ । ରାଜ୍ୟରେ ବର୍ତ୍ତମାନ ମୌସୁମି ସକ୍ରିୟ ରହିଛି । ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ଜାରି ରହିଛି ମୌସୁମି ବର୍ଷା । କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହେଉଥିବା ରେକର୍ଡ କରିଛି ପାଣିପାଗ ବିଭାଗ ।ରାଜ୍ୟରେ ବଢିବ ବର୍ଷା ପରିମାଣ । ପାଣିପାଗକୁ ନେଇ ବଡ ଅପଡେଟ୍‌ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଓଡ଼ିଶାରେ ବଢିବ ବର୍ଷାର ପରିମାଣ । ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏ ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଘୂର୍ଣ୍ଣିବଳୟ ଫଳରେ ଆସନ୍ତା ୬ ତାରିଖରୁ ସାରା ରାଜ୍ୟରେ ବଢିବ ବର୍ଷାର ପରିମାଣ ।ଜୁଲାଇ ୭ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସହ କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ଆଗାମୀ ୫ ଦିନ ଯାଏଁ ଜାରି ରହିବ ବର୍ଷା।ଯାହା ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।ବର୍ତ୍ତମାନ ବାଂଲାଦେଶ ଓ ତାର ଆଖପାଖ ଅଞ୍ଚଳ ଦେଇ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ବାୟୁମଣ୍ଡଳରେ ଏକ ଟ୍ରପ୍ ଲାଇନ ବି ରହିଛି ।ଏହାର ପ୍ରଭାବରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।ଆସନ୍ତା ୮ ତାରିଖ ଯାଏ ଏଭଳି ବର୍ଷା ଲାଗି ରହିବ ।ଆଗାମୀ ୨୪ ଘଣ୍ଟା ପାଇଁ ୬ଟି ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଦେବଗଡ଼, ଅନୁଗୁଳ ଓ କେନ୍ଦୁଝରରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି ଆସନ୍ତାକାଲି ମଧ୍ୟ ଅନେକ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।୭ ତାରିଖରୁି ବର୍ଷାର ପରିମାଣ ବଢିବ। ପ୍ରବଳ ବର୍ଷା ନେଇ ୪ଟି ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି ଓ କୋରାପୁଟରେ ସତର୍କତା ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।ଆସନ୍ତା ୮ ତାରିଖ ଯାଏ ଏଭଳି ବର୍ଷା ଲାଗି ରହିବ । କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି l

Leave a Comment

Read More