Search
Close this search box.

କଲେଜ ବସରେ ଲାଗିଲା ନିଆଁ.

କଲେଜ ବସରେ ଲାଗିଲା ନିଆଁ

ଅନୁଗୁଳ : ହଠାତ୍ ବସରେ ଲାଗିଲା ନିଆଁ ଅଳ୍ପାକେ ବାର୍ତିଲେ ଛାତ୍ର ଏବଂ ଗାଡ଼ି ଚାଳକ l ଏଭଳି ଏକ ଘଟଣା ଘଟିଛି ଅନୁଗୁଳ ସହସରେ ଉପଖଣ୍ଡରେ ବୋଲି ସୂଚନା ମିଳିଛି l
ସୂଚନାନୁସାରେ , ଘରୋଇ କଲେଜ ବସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ଛାତ୍ର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ରାଧାରମଣପଡ଼ା ନିକଟରେ। ଆଜି ଦିନ ପ୍ରାୟ ଗୋଟାଏ ୩୦ରେ ଅନୁଗୋଳ ସହର ଉପକଣ୍ଠରେ ଥିବା ଏକ ଘରୋଇ କଲେଜ ବସ ରାଧାରମଣପଡ଼ା ନିକଟରେ ଜଳିବାକୁ ଲାଗିଥିଲା। ଅନୁଗୋଳ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବସରେ ୨ଜଣ ଛାତ୍ର ଓ ଚାଳକ ଥିଲେ। ବସରୁ ଧୂଆଁ ବାହାରିବା ଦେଖି ଚାଳକ ଓ ଦୁଇ ଜଣ ଛାତ୍ର ବସରୁ ଓହ୍ଲାଇ ପଡ଼ିଥିଲେ। ଅନ୍ୟପଟେ କଲେଜ କର୍ତ୍ତୃପକ୍ଷଙ୍କ କହିବା କଥା ବସରେ କେହି ଛାତ୍ର ନଥିଲେ। ଗାଡ଼ି କାମ କରିବା ପାଇଁ ଗ୍ୟାରେଜକୁ ନେବା ସମୟରେ କୌଣସି କାରଣରୁ ବସରେ ନିଆଁ ଲାଗିଯାଇଥିଲା କହି ସୂଚନା ଦେଇଥିଲେ ।

Leave a Comment

Read More