Search
Close this search box.

ଲୁଚା ଛପା ପ୍ରେମ ଧରା ପଡିଯିବାରୁ ଆତ୍ମହତ୍ୟା କଲେ ଜଣେ ଗୁରୁତର, ଜଣେ ମୃତ୍ୟୁ l

ଲୁଚା ଛପା ପ୍ରେମ ଧରା ପଡିଯିବାରୁ ଆତ୍ମହତ୍ୟା କଲେ ଜଣେ ଗୁରୁତର, ଜଣେ ମୃତ୍ୟୁ l

କୋକସରା :ବହୁ ପୁରାତନ କାଳରୁ କଥାରେ ଅଛି ପ୍ରେମ ପାଇ ମହାଭାରତ ହୋଇଥିଲା ହେଲେ ଏବେ ପ୍ରେମ ପାଇ ଜୀବନ ଗଲା l ଭିଣଇ ପ୍ରେମରେ ଶାଳୀ ଅନ୍ଧ l ହେଲେ ଆଜି ଏକ ଏମିତି ଘଟଣା ଘଟିଛି ଯାହାକି ଜାଣିଲେ ଅପଙ୍କର ମୁଣ୍ଡ ଖରାପ ହେଇଯିବ l ଘର ପରିବାରଙ୍କ ଆଗରେ ଶାଳୀ , ଭିଣଇ ପ୍ରେମ ଧରା ପଡିଯିବାରୁ ଦୁହେ ଆତ୍ମ ହତ୍ୟା କରିବାର ଉଦ୍ୟମ କରିବା ଫଳରେ ଭିଣଇ ଜଣଙ୍କ ଜୀବନ ଚାଲିଯାଇଥିବା ଜଣ ପଡ଼ିଥିବା ବେଳେ ଶାଳୀ ଜଣଙ୍କ ଡାକ୍ତର ଖାନାରେ ଗୁରୁତର ଅବସ୍ଥାରେ ଅଛନ୍ତି ବୋଲି ଜଣାଯାଇଛି l ଏପରି ଘଟଣା କୋକସରା ଜିଲ୍ଲା ଧର୍ମଗଡ଼ ବ୍ଳକ ପଲସପାଣି ଗ୍ରାମରେ ଘଟିଥିବା ଦେଖିବାକୁ ମିଳିଛି l
ସୂଚନାନୁସାରେ, ଲୁଚା ଛପା ଚାଲିଥିଲା ପ୍ରେମ। ପରିବାର ଲୋକ ଏ ବିଷୟରେ ଜାଣିନେବାରୁ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ଶାଳୀ-ଭିଣୋଇ। ହେଲେ ପ୍ରେମିକ ଭିଣୋଇ ଆଗ ଆଖି ବୁଜିଦେଇଥିବା ବେଳେ ଗୁରୁତର ଅବସ୍ଥାରେ ଶାଳୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛି। କଳାହାଣ୍ଡି ଜିଲ୍ଲା କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ପଲସପାଣି ଗ୍ରାମରେ ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଗ୍ରାମର ତୁଳସିରାମ ନାଏକଙ୍କର ଛତିଶଗଡ଼ ଦହିଗାଁସ୍ଥିତ ଶାଳୀ ସୁନିତା ବୋଡକିଆଙ୍କ ସହ ଦୀର୍ଘ ବର୍ଷ ହେବ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟ ଶାଳୀ-ଭିଣୋଇ ବିବାହିତ ଥିଲେ ହେଁ ଗତ ମଙ୍ଗଳବାର ରାତିରେ ସେମାନେ ଫେରାର୍‌ ହୋଇ ଯାଇଥିଲେ। ଏନେଇ ଉଭୟ ପରିବାର ଲୋକେ ଗୁରୁବାର ଏକ ବୈଠକ କରି ଉଭୟଙ୍କୁ ଡକାଇ ସମାଧାନର ରାସ୍ତା ଖୋଜୁଥିଲେ। କିନ୍ତୁ ଉଭୟ ଶାଳୀ ଓ ଭିଣୋଇ ଆପୋଷ କଥାବାର୍ତ୍ତା ହେବା ବାହାନାରେ ଟିକେ ଦୂରକୁ ଯାଇ ବିଷ ପିଇ ଦେଇଥିଲେ ଦେଇଥିଲେ ବୋଲି ସୂଚନାରୁ ଜଣା ଯାଇଛି ।

Leave a Comment

Read More