Search
Close this search box.

ଲକ୍ଷ୍ମୀ ବସ୍ ପରେ ପରେ ଛାତ୍ର ଛାତ୍ରୀଙ୍କ ପୋଷାକ ରଙ୍ଗ ବଦଳିବ l

ଲକ୍ଷ୍ମୀ ବସ୍ ପରେ ପରେ ଛାତ୍ର ଛାତ୍ରୀଙ୍କ ପୋଷାକ ରଙ୍ଗ ବଦଳିବ l

ଭୁବନେଶ୍ୱର : ବର୍ତ୍ତମାନ ଲକ୍ଷ୍ମୀ ବସର ରଙ୍ଗ ବଦଳିବା ପରେ ପରେ ବର୍ତ୍ତମାନ ସବୁ ସ୍କୁଲ ପିଲାଙ୍କ ପୋଷାକ ବଦଳାଇବା କଥା ସାମ୍ନାକୁ ଆସିଛି l ବର୍ତ୍ତମାନ ଶୁଣା ଯାଉଛି ଯେ ଚଳିତ ବର୍ଷ ସବୁ ସ୍କୁଲ ରୁ ଛାତ୍ର ଛାତ୍ରୀଙ୍କ ପୋଷାକ ନବଦଳିବାର କଥା ସାମ୍ନା କୁ ଆସିଛି ବୋଲି ସୂଚନା ମିଳିଛି l
ସୂଚନାନୁସାରେ, ଲକ୍ଷ୍ମୀ ବସ୍ ର ରଙ୍ଗ ବଦଳିବl ପରେ ପରେ ବର୍ତ୍ତମାନ ଛାତ୍ର ଛାତ୍ରୀଙ୍କ ପୋଷାକ ରଙ୍ଗ ବଦଳିବା ର କଥା ସାମ୍ନାକୁ ଆସିଛି l ଚଳିତ ଶିକ୍ଷାବର୍ଷରେ ବଦଳିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପୋଷାକ ରଙ୍ଗ। ପୂର୍ବବର୍ଷ ପରି ଚଳିତ ବର୍ଷ ମଧ୍ୟ ପୋଷାକର ରଙ୍ଗ ଓ ପରିପାଟୀ ସମାନ ରହିବ। ହେଲେ ଆସନ୍ତା ଶିକ୍ଷା ବର୍ଷରୁ ଛାତ୍ରଛାତ୍ରୀଙ୍କ ପୋଷାକ ରଙ୍ଗ ଓ ପରିପାଟୀରେ ପରିବର୍ତ୍ତନ କରାଯିବ ବୋଲି କହିଛି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ବା ଓସେପା। ପୋଷାକ ବିତରଣ ପ୍ରକ୍ରିୟା ଜୁଲାଇ ୩୦ ତାରିଖ ସୁଦ୍ଧା ସରିବ। ଏନେଇ ଗୁରୁବାର ଓସେପା ପକ୍ଷରୁ ସମସ୍ତ ଜିଲ୍ଲା ଶାକ୍ଷା ଅଧିକାରୀ(ଡିଇଓ) ଏବଂ ସମଗ୍ର ଶିକ୍ଷାର ସମସ୍ତ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଅବଗତ କରାଯାଇଛି। ସମସ୍ତ ଛାତ୍ରଛାତ୍ରୀଙ୍କୁ ଦୁଇହଳ ପ୍ୟାଣ୍ଟ ଓ ଧଳା ସାର୍ଟ ପ୍ରଦାନ କରାଯିବ। ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଝାଲେରୀ ସହିତ ଦୁଇହଳ ଫ୍ରକ୍‌‌ ଓ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଦୁଇ ହଳ କମିଜ, ସାଲୱାର ଓ ଓଢ଼ଣୀ ଦିଆଯିବ। ଛାତ୍ରଛାତ୍ରୀଙ୍କ ସଠିକ୍‌‌ ମାପରେ ସେମାନଙ୍କୁ ପୋଷାକ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୋଷାକର ରଙ୍ଗ ଓ ଗୁଣବତ୍ତା ଉପରେ ବିଶେଷ ଧ୍ୟାନ ଦିଆଯିବ। ସ୍ଥାନୀୟ ମାନ୍ୟଗନ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ପୋଷାକ ବିତରଣ କରାଯାଇ ଏହାର ଫଟୋ ସହ ସମ୍ପୁର୍ଣ୍ଣ ବିବରଣୀ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟ, ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଏବଂ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧିନରେ ଥିବା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୋଷାକ ଦିଆଯିବ। ଏଥିପାଇଁ ଜଣପିଛା ୫ଶହ ଟଙ୍କା ଲେଖାଏଁ ଅନୁଦାନ ରହିଛି। ଏହି ଅର୍ଥ ସମଗ୍ର ଶିକ୍ଷା ଯୋଜନା ଓ ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନାରୁ ପ୍ରଦାନ କରାଯିବ। ପୋଷାକର ମାନ ଓ ଗୁଣବତ୍ତା ଯାଞ୍ଚ କରିବା ସହ କେଉଁ ଦୋକାନୀଙ୍କ ଠାରୁ କିଣାଯିବ ସେନେଇ ବିଦ୍ୟାଳୟ ପରିଚାଳନା କମିଟି ନିଷ୍ପତ୍ତି ନେବ। ନିମ୍ନ ମାନର ପୋଷାକ ବଣ୍ଟନ ବା ଅସାଧୁ ଉପାୟ ଅବଲମ୍ବନ କରୁଥିବା ଜଣାପଡ଼ିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଓସେପା ପକ୍ଷରୁ ସୂଚନା ମିଳିଛି ବୋଲି କୁହାଯାଇଛି ।

Leave a Comment

Read More