Search
Close this search box.

ମାଟିଲଗ୍ନା ସାହିତ୍ୟ ସଂସଦ ମାଲକାନଗିରି ତରଫରୁ ରାଜ୍ୟସ୍ତରୀୟ ସାହିତ୍ୟ ସମ୍ମିଳନୀ ଓ ସମ୍ଭର୍ନ୍ଧନା ଉତ୍ସବ

ଆଜି ରାଇରଙ୍ଗପୁର ପିସିଏମ୍ କଲ୍ୟାଣ ମଣ୍ଡପ ଠାରେ ମାଟିଲଗ୍ନା ସାହିତ୍ୟ ସଂସଦ ,ମାଲକାନଗିରି ତରଫରୁ ରାଜ୍ୟସ୍ତରୀୟ ସାହିତ୍ୟ ସମ୍ମିଳନୀ ଓ ସମ୍ଭର୍ନ୍ଧନା ଉତ୍ସବ ସଭାପତି କିଶୋର ଚନ୍ଦ୍ର ପ୍ରଧାନ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି |ସେ ସଭାପତିତ୍ବ ବକ୍ତବ୍ୟ ରଖିଥିଲେ |ଏଥିରେ ମୁଖ୍ୟଅତିଥି ଭାବେ ରସାନନ୍ଦ ଲେଙ୍କା,ମୁଖ୍ୟବକ୍ତା ଡଃ ରୁକ୍ମଣୀ ସାହୁ,ସମ୍ମାନିତ ଅତିଥି ରାଧାଶ୍ୟାମ ପାତ୍ର,ମନୋଜ ଦାସ,ଡଃ ଶ୍ୟାମସୁନ୍ଦର ଦାସ,ହିମାଂଶୁ ଶେଖର ପଟ୍ଟନାୟକ,ସରସ୍ବତୀ ବାରିକ,ଡଃ ପୁଷ୍ପା ପାତ୍ର,ମିନତି ଦାସ ଓ ଉଷାରାଣୀ ଶତପଥୀ ପ୍ରମୁଖ ଯୋଗଦେଇଥିଲେ |ଏହି କାର୍ଯ୍ୟକ୍ରମରେ ପ୍ରତିମା ମହାରଣା ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଉପସଭାପତି ସରସ୍ବତୀ ବାରିକ ସ୍ବାଗତସଂଗୀତ ଗାନ କରିଥିଲେ |କୁଞ୍ଜବିହାରୀ ରାଉତ ସଭା ପରିଚାଳନା କରିଥିଲେ |

ଏହି ଅବସରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରୀୟ କବିତା ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ମାଟିଲଗ୍ନ ସାହିତ୍ୟ ସଂସଦ,ମାଲକାନଗିରିରେ କୃତିତ୍ବ ଅର୍ଜନ କରିଥିବା ସଦସ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା |ଏହି ପୁରସ୍କାରବିତରଣୀ ପର୍ବକୁ ସରୋଜ କୁମାର ଓଝା ଓ ଅମୂଲ୍ୟ କୁମାର ବାରିକ ପରିଚାଳନା କରିଥିଲେ |ଉକ୍ତ କାର୍ଯ୍ୟକ୍ରମରେ ଡଃ ଡିଗମ୍ବର ଗିରି,ତିମିରରଂଜନ ପଣ୍ଡା,ବିଜୟ ରାମ ଓ ରଂଜନ କୁମାର ନନ୍ଦ ସହଯୋଗ କରିଥିଲେ |ଏଥିରେ ବହୁ ସାହିତ୍ୟିକ,ଶିକ୍ଷକଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତଥିଲେ |ଏହି ଅବସରରେ କବିତା ପାଠ ଉତ୍ସବ ଆୟୋଜିତ ହୋଇଥିଲା |ଏହି ସାହିତ୍ୟକଳା ମଞ୍ଚକୁ ଦେଖିବାପାଇଁ ବହୁସଂଖ୍ୟାରେ ସାହିତ୍ୟପ୍ରେମୀ ଯୋଗଦେଇଥିଲେ |

Leave a Comment

Read More