ଆସନ୍ତାକାଲି ରାଇରଙ୍ଗପୁର ଜିଲ୍ଲା ଗଠନ ଦାବୀରେ ରାଇରଙ୍ଗପୁର ଜିଲ୍ଲାକ୍ରିୟାନୁଷ୍ଠାନ କମିଟୀ ଆନୁକୂଲ୍ୟରେ ୧୦ ତାରିଖ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ହେବ |ଏଥିରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବ |ଆସନ୍ତାକାଲି ହେଉଥିବା ଉପଖଣ୍ଡସ୍ତରୀୟ ଜନଶୁଣାଣୀ ସମ୍ପୂଣ୍ଣ ବାତିଲ କରାଯିବ ବୋଲି ମନ୍ତବ୍ୟ ନିଆଯାଇଥିଲା |ଟ୍ରେନ୍ ଯୋଗାଯୋଗ ମଧ୍ୟ ବନ୍ଦ ରହିବା ସହିତ ରାଇରଙ୍ଗପୁର ଉପଖଣ୍ଡର ସମସ୍ତ ବ୍ଲକ୍ ଏଥିରେ କିପରି ସାମିଲ ହୋଇପାରିବେ ନିଷ୍ପତ୍ତି ନିଆଯାଇଥିଲା |
ଏଥିରେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ,ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି,ରସାନନ୍ଦ ଲେଙ୍କା,ମନୋରଂଜନ ମହାନ୍ତି,ବରିଷ୍ଟ ନେତା ଇସାନ ମିଶ୍ର,କାଳୀପ୍ରସନ୍ନ ମହାନ୍ତି,ଅକ୍ଷୟ ମହାନ୍ତି,କିଶୋର ରଜକ,ତନୁଜା ମହାନ୍ତ,ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ,ବିଜୟ ରାମ,ସୌମିକ ବଳ,ମନୁ ଚୌଧୂରୀ,ଦୀପ୍ତିମାନ ବଳ,ଖୁଦୀରାମ ମହାନ୍ତି ,ଓଲ ଓଡିଶା ଡ୍ରାଇଭର ସଂଘର ସଦସ୍ୟବୃନ୍ଦ ତଥା ବହୁ ବୃଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ଦଳ ଉପସ୍ଥିତ ଥିଲେ |ସଭା ଶେଷରେ ବାଇକ ରାଲି ସହର ପରିକ୍ରମା କରି ରାଇରଙ୍ଗପୁର ଜିଲ୍ଲା ଆମର ଦାବୀ ନାରା ଦେଇଥିଲେ |









