Search
Close this search box.

ରାଇରଙ୍ଗପୁର ଜିଲ୍ଲା ଦାବୀରେ ରାଇରଙ୍ଗପୁର ଉପଖଣ୍ଡ ୧୨ଘଣ୍ଟିଆ ବନ୍ଦ ସଫଳ

ରାଇରଙ୍ଗପୁର ଜିଲ୍ଲା ଦାବୀରେ ରାଇରଙ୍ଗପୁର ଉପଖଣ୍ଡ ର ସମସ୍ତ ବ୍ଲକ୍ ସମେତ ରାଇରଙ୍ଗପୁର ସହରକୁ ୧୨ଘଣ୍ଟିଆ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରାଇରଙ୍ଗପୁର ଜିଲ୍ଲାକ୍ରିୟାନୁଷ୍ଠାନ କମିଟୀ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା,ତାହା ଆଜି ସଫଳ ହୋଇଥିବା ଜଣାପଡିଛି |ଏଥିରେ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ,କାର୍ଯ୍ୟାଳୟ,ଦୋକାନ ବଜାର,କୋର୍ଟ କଚେରୀ,ବ୍ୟାଙ୍କ,ପୋଷ୍ଟ ଅଫିସ,ଯାତ୍ରୀବାହୀ ବସ୍,ଘରୋଇ ଯାନବାହାନ,ପେଟ୍ରୋଲ ପମ୍ପ,ବ୍ୟବସାୟ ପ୍ରତିଷ୍ଠାନ,ଟାଟା-ବାଦମପାହାଡ ଟ୍ରେନ୍ ଓ ମାଲବାହୀ ଟ୍ରେନ୍ ଚଳାଚଳ ବନ୍ଦ ରହିଥିଲା |ଆଜି ହେବାକୁ ଥିବା ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ବାତିଲ କରାଯାଇଛି |ଏଥିରେ ବାମନଘାଟୀର ସମସ୍ତ ବ୍ଲକ୍ ର ନେତୃମଣ୍ଡଳୀ ବନ୍ଦରେ ସହଯୋଗ କରିଛନ୍ତି |

ଅତ୍ୟାବଶ୍ୟକ ମେଡକାଲ,ଆମ୍ବୁଲାନ୍ସ,ସ୍ବାସ୍ଥ୍ୟ ବିଭାଗ ଖୋଲା ରହିଥିବା ବେଳେ ପୁଲିସ ପ୍ରଶାସନ ସ୍ଥାନେ ସ୍ଥାନେ ରହି ଶାନ୍ତିଶୃଙ୍ଖଳା ରକ୍ଷାକରିଥିଲେ |ଏଥିରେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ,ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ,ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି,ବାର ସଂଘ ସଭାପତି ଅକ୍ଷୟ ମହାନ୍ତି,ମନୋରଂଜନ ମହାନ୍ତି,ବରିଷ୍ଟ ନେତା ଇଶାନ ମିଶ୍ର,ବିଜେପି ରାଜ୍ୟ ସଂପାଦକ ନବୀନ ରାମ,ଓଡିଶା କୁଡୁମୀ ସମାଜ ସଂପାଦକ ମନୋଜ ମହାନ୍ତ,ରାଇରଙ୍ଗପୁର ମ୍ୟୁନିସିପାଲିଟି ଉପାଧକ୍ଷା ମମିତା ଚୌଧୂରୀ,ମହିଳା ନେତ୍ରୀ ତନୁଜା ମହାନ୍ତ,ପ୍ରଦୀପ ରାଉତ,ପଞ୍ଚୁ ଲୋହାର,ବିଜେଡି ନେତା ରତିକାନ୍ତ ପରୀକ୍ଷା,ସୁମିତ୍ ବଳ,ଶ୍ବାଶତ ବଳ,ମନ ଚୌଧୂରୀ,କାଳୀପ୍ରସନ୍ନ ମହାନ୍ତି,ବିଜୟ ରାମ ପ୍ରମୁଖ ଉପସ୍ଥିତ ଥିଲାବେଳେ ସମସ୍ତ ବ୍ୟବସାୟ ସଂଘ,ରାଜନୈତିକ ସଂଗଠନ ଓ ସାମାଜିକ ସଂଗଠନର କର୍ମକର୍ତାମାନେ ବନ୍ଦରେ ସାମିଲ ରହିଥିଲେ |

Leave a Comment

Read More