Search
Close this search box.

ଆସିଲା ୨୫ ହଜାର କୋଟିର ପୁଞ୍ଜିନିବେଶ ପ୍ରସ୍ତାବ

ଆପଣମାନଙ୍କୁ ଆମର ଜନସ୍ୱର ନିୟୁଜ ପୋର୍ଟାଲକୁ ସ୍ୱାଗତ କରୁଛୁ ବନ୍ଧୁଗଣ ଭୁବନେଶ୍ବର: ନିଜର ପ୍ରାକୃତିକ ସମ୍ବଳ, ଅବସ୍ଥାନ, କୁଶଳୀ ମାନବ ସମ୍ବଳ ଯୋଗୁଁ ଓଡ଼ିଶା ସମଗ୍ର ଦେଶର ଏକ ଶିଳ୍ପକେନ୍ଦ୍ରରେ ପରିଣତ ହୋଇଛି ବୋଲି ଜାପାନୀ ନିବେଶକଙ୍କୁ ଆମନ୍ତ୍ରଣ ଜଣାଇ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ଓଡ଼ିଶା ସମଗ୍ର ବଙ୍ଗୋପସାଗର ଅଂଚଳରେ ବାଣଜ୍ୟବ୍ୟବସାୟର ଏକ ପେଣ୍ଠସ୍ଥଳୀ ହେବାକୁ ଯାଉଛି । ଶିଳ୍ପସଂସ୍ଥା ଯେପରି ପୂର୍ବ ଭାରତ, ପୂର୍ବ ଓ ଦକ୍ଷିଣ-ପୂର୍ବ ଏସୀୟ ଅଂଚଳରେ ଥିବା ବ୍ୟବସାୟ ସମ୍ଭାବନାର ସୁଯୋଗ ନେଇପାରିବେ ସେଦିଗରେ ଓଡ଼ିଶା ସରକାର ସହଯୋଗ କରୁଛନ୍ତି । ସେହିପରି ଓଡ଼ିଶାରେ ଥିବା ବୌଦ୍ଧ କୀର୍ତ୍ତିରାଜିର ବିକାଶ ମଧ୍ୟ କରାଯାଉଛି ।

Naveen Patnaik bets big on Make in Odisha 3.0, eyes ₹6 lakh cr worth funds  | Latest News India - Hindustan Times

ଜାପାନରେ ଥିବା ଭାରତୀୟ ଦୂତାବାସ, ଜାପାନ ବହିର୍ବାଣିଜ୍ୟ ସଂଗଠନ (ଜେଟ୍ରୋ) ଏବଂ ଫେଡେରେସନ ଅଫ୍ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ର ମିଳିତ ସହଯୋଗରେ ଓଡ଼ିଶା ସରକାର ଟୋକିଓରେ ଓଡ଼ିଶା ବିଜନେସ୍ ମିଟ୍ ଟୋକିଓ ୨୦୨୩ ଆୟୋଜନ କରିଥିଲେ। ବୈଠକରେ ଜେଟ୍ରୋର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ କାଜୁୟା ନାକାଜୋ, ରାଜ୍ୟ ଶିଳ୍ପ ଏମସଏମଇ ଓ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେଓ, ମୁଖ୍ୟଶାସନ ସଚିବ ପ୍ରଦୀପ ଜେନା ଏବଂ ଓଡ଼ିଶା ସରକାର, ଇପିକଲ ଏବଂ ଫିକିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

BJP's bid to wrest Padampur prompts Naveen Patnaik to come out in the open

ଜାପାନର ବିଭିନ୍ନ ଶିଳ୍ପରୁ ପ୍ରତିନିଧିତ୍ୱ କରୁଥିବା ୨୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ ।ଓଡ଼ିଶା ବିଜନେସ୍ ମିଟ୍ ମାଧ୍ୟମରେ ଓଡ଼ିଶା ସରକାର ଲଜିଷ୍ଟିକ୍ସ, ମେଟାଲ ଆନୁଷଙ୍ଗିକ, ଇସ୍ପାତ, ମେଟାଲ ଡାଉନଷ୍ଟ୍ରିମ୍, ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଗ୍ରୀନ୍ ଆମୋନିଆ, ଗ୍ରୀନ୍ ଏନର୍ଜି ଇକ୍ୱିପମେଣ୍ଟ ଉତ୍ପାଦନ ଏବଂ ଆଇଟି/ଆଇଟିଇଏସ୍ ଭଳି କ୍ଷେତ୍ରରେ ୨୫ ହଜାର କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ ପ୍ରସ୍ତାବ ହାସଲ କରିଛନ୍ତି। ନିହନ-ଉତ୍କଳ (ଏନ୍ଆଇଟିକେଏଲ୍) ଏବଂ ଭୁବନେଶ୍ୱର-ଆଇଆଇଆଇଟି ମଧ୍ୟରେ ଦକ୍ଷତା ବିକାଶ କ୍ଷେତ୍ରରେ ସହଯୋଗ ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

Padampur by-poll: CM Naveen Patnaik takes a dig at Centre

ଏହି ପୋଷ୍ଚଟି ପଢି ଆପଣମାନଙ୍କୁ କେମିତି ଲାଗିଲା ଆପଣମାନେ କମେଣ୍ଚ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଚକୁ ଫ୍ରେଣ୍ଡ ସହିତ ସେୟାର କରିଦେବେ ।

Leave a Comment

Read More