Search
Close this search box.

ପଦ୍ମଶ୍ରୀ ପାଇଲେ ୩ ଓଡ଼ିଆ

ଆପଣମାନଙ୍କୁ ଆମର ଜନସ୍ୱର ନିୟୁଜ ପୋର୍ଟାଲକୁ ସ୍ୱାଗତ କରୁଛୁ ବନ୍ଧୁଗଣ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ୨୦୨୩ର ଦ୍ଵିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶାରୁ ୪ ଜଣଙ୍କ ନାମ ପଦ୍ମଶ୍ରୀ ପୁରସ୍କାର ପାଇଁ ଘୋଷଣା କରାଯାଇଥିଲା । କଣ୍ଢେଇ ନୃତ୍ୟୁ ପାଇଁ ପରିଚିତ ମାଗୁଣି ଚରଣ କୁଅଁର ରାଷ୍ଟ୍ରପତିଙ୍କଠାରୁ ପୂର୍ବରୁ ପୁରସ୍କାର ଗ୍ରହଣ କରି ସାରିଥିଲେ । ଆଜି ଅନ୍ୟ ତିନି ଜଣ ପଦ୍ମଶ୍ରୀ ପୁରସ୍କାର ରାଷ୍ଟ୍ରପତିଙ୍କଠାରୁ ଗ୍ରହଣ କରିଛନ୍ତି । ସାହିତ୍ୟ ଓ ଶିକ୍ଷା ପାଇଁ ଢେଙ୍କାନାଳର ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ମିଳିଛି ପଦ୍ମଶ୍ରୀ ସମ୍ମାନ । ଓଡ଼ିଆ ସାହିତ୍ୟ, ସଂସ୍କୃତି, ଇତିହାସ, ଭାଷାତତ୍ତ୍ବ ଓ ବ୍ୟାକରଣ ଆଦି କ୍ଷେତ୍ରରେ ଅଧ୍ୟୟନ, ଗବେଷଣା, ପ୍ରବନ୍ଧ ଲିଖନ, ପୁସ୍ତକ ପ୍ରକାଶନ ଆଦିରେ ତାଙ୍କର ବଳିଷ୍ଠ ଯୋଗଦାନ ରହିଛି । ତାଙ୍କର ୩୦ ଖଣ୍ଡରୁ ଅଧିକ ପୁସ୍ତକ ପ୍ରକାଶିତ ହୋଇଛି ।

Padma Awards in Medicine 2023: Posthumous Padma Vibhushan for ORS Pioneer  Dilip Mahalanabis, 7 doctors get Padmashri

୨୦୧୯ରେ ସେ ରାଷ୍ଟ୍ରପତି ପୁରସ୍କାରରେ ସମ୍ମାନିତ ହୋଇଥିଲେ । କଳା କ୍ଷେତ୍ରରେ ଅବଦାନ ପାଇଁ ସମ୍ବଲପୁରର କ୍ରିଷ୍ଣା ପଟେଲ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ରଙ୍ଗବତୀ ଗୀତର ଗାୟିକା ଭାବେ ଚର୍ଚ୍ଚାକୁ ଆସିଥିଲେ କ୍ରିଷ୍ଣା । କୃଷି କ୍ଷେତ୍ରରେ ଅବଦାନ ପାଇଁ କଳାହାଣ୍ଡିର ପଟ୍ଟାୟତ ସାହୁଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି । ବିଲୁପ୍ତ ହୋଇଯାଉଥିବା ଔଷଧୀୟ ବୃକ୍ଷରାଜିକୁ ସେ ସଂରକ୍ଷଣ କରନ୍ତି । ୬୫ ଡିସିମିଲ ଜାଗାରେ ୨୫୦୦ରୁ ଊର୍ଦ୍ଧ୍ବ ଔଷଧୀୟ ବୃକ୍ଷ ଲଗାଇ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

President Smt. Murmu confers Padma Shri award on Baiga painter Smt.  Jodhaiya Bai Baiga

ଏହି ପୋଷ୍ଚଟି ପଢି ଆପଣମାନଙ୍କୁ କେମିତି ଲାଗିଲା ଆପଣମାନେ କମେଣ୍ଚ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଚକୁ ଫ୍ରେଣ୍ଡ ସହିତ ସେୟାର କରିଦେବେ ।

Leave a Comment

Read More