ଆପଣମାନଙ୍କୁ ଆମର ଜନସ୍ୱର ନିୟୁଜ ପୋର୍ଟାଲକୁ ସ୍ୱାଗତ କରୁଛୁ ବନ୍ଧୁଗଣ ସାଉଥ୍ର ସୁପରଷ୍ଟାର ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁଙ୍କ ଅଭିନୀତ ଫିଲ୍ମ ‘ଶକୁନ୍ତଳମ୍’ର ଚର୍ଚ୍ଚା ଏବେ ସୋସିଆଲ ମିଡିଆରେ ଜୋର୍ ଧରିଛି । କାରଣ ଏଥିରେ ଅଭିନେତ୍ରୀ ସାମନ୍ଥାଙ୍କ ବେଶଭୂଷା ବେଶ୍ ୟୁନିକ୍ ହୋଇଛି । ଏଥିରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ୬ ବର୍ଷ ବୟସର ଝିଅ ଅଲ୍ଲୁ ଅରହା ମଧ୍ୟ ନଜର ଆସିବେ । ନାୟକ ଭୂମିକାରେ ଅଭିନେତା ଦେବ ମୋହନ ଅଭିନୟ କରୁଛନ୍ତି । ଇତିମଧ୍ୟରେ ଫିଲ୍ମର ୨ ମିନିଟ୍ ୫୨ ସେକେଣ୍ଡର ଏକ ହିନ୍ଦୀ ଟ୍ରେଲର ମୁକ୍ତିଲାଭ କରିଛି । ଯାହାକୁ ଭଲ ଭ୍ୟୁ ମିଳିଛି ।
ଫିଲ୍ମକୁ ପ୍ରାୟ ୧ ଲକ୍ଷ ୧୮ ହଜାରରୁ ଅଧିକ ଭୁ୍ୟ ମିଳିଛି । ଅଭିନେତ୍ରୀ ସାମନ୍ଥାଙ୍କ ଗେଟ୍ଅପ୍କୁ ଦର୍ଶକ ଖୁବ ପ୍ରଶଂସା କରିଛନ୍ତି । ଫିଲ୍ମଟି ମାଇଥୋଲୋଜି ସକୁନ୍ତଳା ଏବଂ ଦୁଷ୍ମନ୍ତଙ୍କ ପ୍ରେମ କାହାଣୀ ଉପରେ ପର୍ଯ୍ୟବେଶିତ । ଫିଲ୍ମଟି ଚଳିତ ମାସ ୧୪ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି । ୮୦ କୋଟି ବଜେଟ୍ରେ ଫିଲ୍ମଟି ପ୍ରସ୍ତୁତ ହୋଇଛି ।
ଏହି ପୋଷ୍ଚଟି ପଢି ଆପଣମାନଙ୍କୁ କେମିତି ଲାଗିଲା ଆପଣମାନେ କମେଣ୍ଚ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଚକୁ ଫ୍ରେଣ୍ଡ ସହିତ ସେୟାର କରିଦେବେ









