ଆପଣମାନଙ୍କୁ ଆମର ଜନସ୍ୱର ନିୟୁଜ ପୋର୍ଟାଲକୁ ସ୍ୱାଗତ କରୁଛୁ ବନ୍ଧୁଗଣ
ଯାଜପୁର: ବୁଧବାର ଭୋରରୁ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଜାରକା ଦେଉଳି ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟାୟାର ପମ୍ପଚର ହୋଇଯିବାରୁ ଏକ ଟ୍ରକ ରାସ୍ତା କଡେ ଠିଆ ହୋଇଥିବାବେଳେ ଆଉ ଗୋଟିଏ ଟ୍ରକ ପଛରୁ ପିଟି ହୋଇଯିବାରୁ ୨ଜଣଙ୍କ ମୃତ୍ୟୁ ହୋଇଛି। ଭୋର ପ୍ରାୟ ୫ଟାରେ ଓଆର ୧୪ ୱାଇ ୪୬୧୭ ନମ୍ବର ବିଶିଷ୍ଟ ଲୁହାଛଡ ବୋଝେଇ ଗାଡି ରାସ୍ତାରେ ପମ୍ପଚର ହୋଇ ଛିଡା ହୋଇଥିଲା।

ଉକ୍ତ ଗାଡିର ଡ୍ରାଇଭର ଟାୟାରର ଲିକ ସଜାଡୁଥିଲେ। ଏତିକି ବେଳେ ପଛରୁ ଓଡି ୧୦ କେ ୦୨୩୮ ନମ୍ବର ବିଶିଷ୍ଟ ଆଉ ଗୋଟିଏ ଲୁହା ଛଡ ବୋଝେଇ ଟ୍ରକ ଆସି ଧକ୍କା ଦେଇଥିଲା। ଫଳରେ ଟାୟାର ସଜାଡୁଥିବା ଡ୍ରାଇଭରଙ୍କ ଉପରେ ଚକା ଚଡ଼ିଯାଇ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଧକ୍କା ଦେଇଥିବା

ଟ୍ରକର କାଚରେ ଲୁହା ରଡ ପଶି ଡ୍ରାଇଭର ଦେହରେ ଫୁଟିଯାଇଛି। ଫଳରେ ଉକ୍ତ ଗାଡିରେ ନିଆଁ ଲାଗି ଯାଇଛି। ଡ୍ରାଇଭର ଗାଡିରୁ ବାହାରି ନପାରି ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ ସହ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମୃତଦେହ ଦୁଇକୁ ବ୍ୟବଚ୍ଛେଦ ପାଇଁ ପଠାଇ ପୁଲିସ ତଦନ୍ତ ଜାରି ରଖିଛି।

ଏହି ପୋଷ୍ଚଟି ପଢି ଆପଣମାନଙ୍କୁ କେମିତି ଲାଗିଲା ଆପଣମାନେ କମେଣ୍ଚ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଚକୁ ଫ୍ରେଣ୍ଡ ସହିତ ସେୟାର କରିଦେବେ ।









