ଆପଣମାନଙ୍କୁ ଆମର ଜନସ୍ୱର ନିୟୁଜ ପୋର୍ଟାଲକୁ ସ୍ୱାଗତ କରୁଛୁ ବନ୍ଧୁଗଣ
ବାମନଘାଟୀ ଉପଖଣ୍ଡ କୁ ସ୍ବତନ୍ତ୍ର ରାଇରଙ୍ଗପୁର ଜିଲ୍ଲା ଗଠନ ଆନ୍ଦୋଳନ ନେଇ ଆଜି ସ୍ଥାନୀୟ ପିସିଏମ କଲ୍ୟାଣ ମଣ୍ଡପ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଇରଙ୍ଗପୁର ଓକିଲ ସଂଘର ସଭାପତି ଅକ୍ଷୟ ମହାନ୍ତି ସଭାପତିତ୍ବରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଆସନ୍ତା ଏପ୍ରିଲ ୧୦ ତାରିଖ ଦିନ ବାମନଘାଟୀ ଉପଖଣ୍ଡ କୁ ସଂପୁର୍ଣ୍ଣ ଭାବେ ଵାରଘଣ୍ଟିଆ ବନ୍ଦ କରିବା ପୂର୍ବ ନିଷ୍ପତ୍ତିକୁ ପାଳନ ପାଇଁ ଆହ୍ବାନ ଦିଆଯାଇଥିଲା । ଏଥିପାଇଁ ସବୁ ବ୍ଲକରେ ବ୍ଳକ ଅଧ୍ୟକ୍ଷ, ସ୍ଥାନୀୟ ସର୍ବଦଳୀୟ ନେତୃବୃନ୍ଦକୁ ବନ୍ଦକୁ କିଭଳି ସଫଳ କରିବେ ଦାୟିତ୍ଵ ଦିଆଯାଇଥିଲା ।ସବୁ ବ୍ଲକରେ ବୈଠକ, ପଥପ୍ରାନ୍ତ ସଭା,ବାନର ପୋଷ୍ଟର ,ଡ଼ାକବାଜି ଯନ୍ତ୍ର ଦ୍ବାରା ସମସ୍ତଙ୍କୁ ସଚେତନତା ବାର୍ତା ଦେବାପାଇଁ ନିଷ୍ପତ୍ତି ହୋଇଥିଲା ।

ବୈଠକରେ ବରିଷ୍ଠ ନାଗରିକ ସଂଘ ସଭାପତି ରସାନନ୍ଦ ଲେଙ୍କା,ଵର୍ଷିଆନ ସମାଜସେବୀ ମନୋରଞ୍ଜନ ମହାନ୍ତି, ପୂର୍ବତନ କଂଗ୍ରେସ ବିଧାୟକ ଲକ୍ଷ୍ମଣ ମାଝୀ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ,ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତି,ବିଜେପି ରାଜ୍ୟ ସଂପାଦକ ନବୀନ ରାମ ,ବରିଷ୍ଠ ବିଜେପି ନେତା ଈଶାନ ମିଶ୍ର, ସଂଜୀବ ମହାନ୍ତି,ଗ୍ରାମୀଣ ଶକ୍ତି ବିଭାଗ ଉପଦେଷ୍ଟା ଦିପ୍ତୀମାନ ବଳ, ତିରିଂଵ୍ଳକ ଅଧ୍ୟକ୍ଷ ପରମେଶ୍ଵର ସାମାଦ, ଜଲେନ ବାର୍ଦ୍ଦା,ଡ଼୍ରାଇଭର ସଂଘ ସଭାପତି ପିଣ୍ଟୁ ସର୍ଦାର, ଗୋରୁମହିଷାଣୀ ଶ୍ରମିକ ନେତା ଲକ୍ଷ୍ମଣ ଟୁଡୁ,ଲାଲବାବୁ ସାହୁ,ଅଧ୍ୟାପକ ବିଜୟ ରାମ,ରୋଟାରୀଆନ ଅରବିନ୍ଦ ବାଗାଡିଆ,ରାଜା ବରାଳ,ଦୀପୁ ବଳ ସମେତ ବହୁ ନୂତନ ଜିଲ୍ଲା ସମର୍ଥନ କାରୀ ସାମିଲ ହୋଇଥିଲେ ।ଶେଷରେ ସମାଜସେବୀ କାଳୀପ୍ରସନ୍ନ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ପୋଷ୍ଚଟି ପଢି ଆପଣମାନଙ୍କୁ କେମିତି ଲାଗିଲା ଆପଣମାନେ କମେଣ୍ଚ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଚକୁ ଫ୍ରେଣ୍ଡ ସହିତ ସେୟାର କରିଦେବେ ।









