ଆପଣମାନଙ୍କୁ ଆମର ଜନସ୍ୱର ନିୟୁଜ ପୋର୍ଟାଲକୁ ସ୍ୱାଗତ କରୁଛୁ ବନ୍ଧୁଗଣ
ନର୍ସିଂ ପଢ଼ିବା ପାଇଁ ଦେବାକୁ ହେବ ନିଟ୍
ଭୁବନେଶ୍ବର : ଏଣିକି ନର୍ସିଂ ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଦେବେ ନିଟ୍ ପରୀକ୍ଷା। ଡାକ୍ତରୀ ପାଠ୍ୟକ୍ରମ ଭଳି ବିଏମ୍ସି ନର୍ସିଂ ପଢ଼ିବାକୁ ହେଲେ ଜାତୀୟସ୍ତରରେ ହେଉଥିବା ନିଟ୍ ପରୀକ୍ଷା ଦେବାକୁ ହେବ। ୨୦୨୩-୨୪ ଶିକ୍ଷାବର୍ଷରୁ ଏହା ଲାଗୁ ହେବ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ ନିଟ୍ରେ ଉତ୍ତୀର୍ଣ୍ଣ ନ ହେଲେ କୌଣସି ଛାତ୍ରଛାତ୍ରୀଙ୍କୁ ବିଏମ୍ସି ନର୍ସିଂ ପଢ଼ିବାକୁ ସୁଯୋଗ ମିଳିବ ନାହିଁ। ମେ’ ୬ରେ ସର୍ବଭାରତୀୟ ସ୍ତରରେ ନିଟ୍ ପରୀକ୍ଷା ହେବ। ଏହା ପୂର୍ବରୁ ଛାତ୍ରଛାତ୍ରୀ ୱେବସାଇଟ୍ ଦେଖିବାଲାଗି କୁହାଯାଇଛି।

ରାଜ୍ୟରେ ସମୁଦାୟ ୨୧ ସରକାରୀ (ଅକ୍ସୁଲାରି ନର୍ସି ଏଣ୍ଡ ମିଡ୍ ୱାଇଫେରି ଟ୍ରେନିଂ ସେଣ୍ଟର)ଏଏନ୍ଟିସି ଓ ୮ଟି ନର୍ସିଂ କଲେଜ ରହିଛି। ୮ଟି ନର୍ସିଂ କଲେଜରେ ବିଏସ୍ସି ନର୍ସିଂ ସିଟ୍ ସଂଖ୍ୟା ୭୫୦ ରହିଛି। ୨୧ଟି ଏଏନ୍ଟିସିରେ ପ୍ରତିବର୍ଷ ୮୪୦ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥାନ୍ତି।
ଏହି ପୋଷ୍ଚଟି ପଢି ଆପଣମାନଙ୍କୁ କେମିତି ଲାଗିଲା ଆପଣମାନେ କମେଣ୍ଚ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଚକୁ ଫ୍ରେଣ୍ଡ ସହିତ ସେୟାର କରିଦେବେ ।









