Search
Close this search box.

ରାଇରଙ୍ଗପୁରରେ ପବିତ୍ର ରାମନବମୀ ଉତ୍ସବମୁଖର ମହାସମାରୋହରେ ପାଳିତ

ଆପଣମାନଙ୍କୁ ଆମର ଜନସ୍ୱର ନିୟୁଜ ପୋର୍ଟାଲକୁ ସ୍ୱାଗତ କରୁଛୁ ବନ୍ଧୁଗଣ ପବିତ୍ର ରାମନବମୀ ରେ ଶ୍ରୀରାମ ଦୂତ ଜୟ ହନୁମାନ ମନ୍ଦିର ଉତ୍ସବମୁଖର ଦୃଷ୍ଟିଗୋଚର ହୋଇଛି |ଏହି ଉପଲକ୍ଷେ ସମଗ୍ର ଭାରତ ଆନନ୍ଦହର୍ଷଉଲ୍ଲାସର ବାତାବରଣ|ରଙ୍ଗବେରଙ୍ଗ ସାଜସଜ୍ୟା ସାଙ୍ଗକୁ ଲାଇଟ୍ ଡେକୋରେସନ୍ ରେ ଶ୍ରୀ ହନୁମାନ ମନ୍ଦିର ସୌଦର୍ଯ୍ୟ ଦ୍ବିଗୁଣିତ କରିଛି |

ଉକ୍ତ ଭାବପୂର୍ଣ୍ଣ ପରିବେଶରେ ଆଜି ରାଇରଙ୍ଗପୁର ସହରର ସମସ୍ତ ହନୁମାନ ମନ୍ଦିର ଯଥା କୁଚେଇବୁଢୀ ସଂକଟମୋଚନ ହନୁମାନ ମନ୍ଦିର,ତଳସାହି ପଞ୍ଚମୁଖୀ ହନୁମାନ ମନ୍ଦିର,ଇଚିଣ୍ଡା,ଅଳାଁଡୁବା ,ରାଇରଙ୍ଗପୁର ଉପକାରାଗାର ତଥା ଆଦି ସ୍ଥାନରେ ଭକ୍ତମାନଙ୍କର ନାହିଁ ନ ଥିବା ଭିଡ ଦେଖାଯାଇଥିଲା |ଶ୍ରଦ୍ଧାଳୁମାନେ ନିଜ ମନୋବାଞ୍ଚା ପୂରଣ ପାଇଁ ପ୍ରଭୁଙ୍କଠାରେ ନାନା ନୈବେଦ୍ୟ ଅର୍ପଣ କରିଅଛନ୍ତି | ଶ୍ରୀ ହନୁମାନ ପରିବାରର ଦୁଃଖକଷ୍ଟ ଦୂର କରନ୍ତୁ ବୋଲି ବିନମ୍ର ପ୍ରାର୍ଥନାଜଣାଇଛନ୍ତି |

କମିଟୀ ପକ୍ଷରୁ କେଉଁଠି ଅନ୍ନପ୍ରସାଦ,ବୁଟ,ବୁଦିଆ,ଦହି ସରବତ୍,କଦଳୀ ବଣ୍ଟନ କରାଯାଇଥିଲା |ପୁଣି ଏକ କମିଟୀରେ ଲଟେରୀର ଆୟୋଜନ କରାଯାଇଛି ,ତାପାଇଁ ଆକର୍ଷଣୀୟ ପୁରସ୍କାର ରଖାଯାଇଛି |ରାଇରଙ୍ଗପୁର ପୋଲିସପ୍ରଶାସନ ସ୍ଥାନେ ସ୍ଥାନେ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ |ସନ୍ଧ୍ୟା ସମୟରେ କମିଟୀ ପକ୍ଷରୁ ବିଭିନ୍ନ ପରିପାଟୀରେ ଆଖଡା ବାହାରି ସହର ପରିକ୍ରମା କରିବେ ବୋଲି ସୂଚନା ମିଳିଛି |ଦୀର୍ଘ ଦୁଇ ବର୍ଷ କୋରନାରେ ଭକ୍ତମାନଙ୍କର ପୂଜାପର୍ବପର୍ବାଣି ଠପ୍ ହୋଇଯାଇଥିବା ବେଳେ ଆଜି ପୁଣି ଥରେ ଲୋକେ ଆନନ୍ଦ ଉତ୍ସାହରେ ପୂଜାପର୍ବାଣି ପାଳନ କରୁଛନ୍ତି |ପ୍ରଭୁଙ୍କର ଆଶିଷପ୍ରାପ୍ତ କରି ନିଜକୁ ଧନ୍ୟ ମନେକରୁଛନ୍ତି |ମନ୍ଦିରମଧ୍ୟ ଲୋକମାନଙ୍କପାଇଁ ଲୋକାରଣ୍ୟ ଦେଖାଯାଇପାରିଛି /

ଏହି ପୋଷ୍ଚଟି ପଢି ଆପଣମାନଙ୍କୁ କେମିତି ଲାଗିଲା ଆପଣମାନେ କମେଣ୍ଚ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଚକୁ ଫ୍ରେଣ୍ଡ ସହିତ ସେୟାର କରିଦେବେ ।

Leave a Comment

Read More