୧୯୩୬ ମସିହା ଏପ୍ରିଲ ୧ ତାରିଖ ଉତ୍କଳ ଦିବସ |ପୂର୍ବର ଉତ୍କଳ,କଳିଙ୍ଗ,ତୋଷଣ,ଉଡ୍ର ପରିବର୍ତ୍ତିତ ହୋଇ ଆଜି ଓଡିଶା ହୋଇଛି |ଆମେ ଗର୍ବିତ କାରଣ ଓଡିଆ ମାଟିର ବୀର ସନ୍ତାନମାନଙ୍କର ସାଧନା,ତ୍ୟାଗ,ବଳିଦାନ ଓ ଦେଶପ୍ରେମ ପାଇଁ ଆମ ଜାତି ଆଜି ସ୍ବତନ୍ତ୍ର ପରିଚୟ ଲାଭକରିପାରିଛି |ସେମାନଙ୍କ ମଧ୍ୟରେ ଉତ୍କଳ ଗୌରବ ମଧୁସୂଦନ ଦାସ,ଉତ୍କଳ ମଣି ଗୋପବନ୍ଧୁ ଦାସ,ପଣ୍ଡିତ ନୀଳକଣ୍ଠ ଦାସ,ବ୍ୟାସକବି ଫକୀର ମୋହନ,ସ୍ବଭାବ କବି ଗଙ୍ଗାଧର ମେହେର,ମହାରାଜା କୃଷ୍ଣଚନ୍ଦ୍ର ଗଜପତି,ପାଇକବୀର ବକ୍ସି ଜଗବନ୍ଧୁ ପ୍ରମୁଖ |୧୯୦୩ରେ ଉତ୍କଳ ସମ୍ମିଳନୀ ଗଠନର ୩୩ ବର୍ଷର ଅକ୍ଳାନ୍ତ ପରିଶ୍ରମ ପରେ ଇଂରେଜଙ୍କୁ ବାଧ୍ୟ କରିଥିଲା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବାକୁ,ଓଡିଆ ଜାତିର ମାନ୍ୟତା ପାଇଲେ |ଏହି ଅବସରରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଖଣ୍ଡସ୍ତରୀୟ ଓଡିଶା ଦିବସ ଉପଜିଲ୍ଲାପାଳ ସରୋଜ କୁମାର ଦାସଙ୍କ ସଭାପତିତ୍ବରେ ପାଳିତ ହେବା ସହ ସେ ଓଡିଆ ଜାତିର ଅସ୍ମିତାର ରୂପରେଖ ଓଡିଶା ଦିବସ ବୋଲି ଅବିହୀତ କରିଥିଲେ |ଏଥିରେ ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଧକ୍ଷ୍ୟ ଅଭିଶେକ ପଟ୍ଟନାୟକ,ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ଧମେନ୍ଦ୍ର ଶତପଥୀ,ତହସିଲଦାର ଚିତ୍ତରଂଜନ ମହାନ୍ତ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାଗର ଚନ୍ଦ୍ର ମୁର୍ମୁ ଓ ଉପଖଣ୍ଡ ଥାନା ଅଧିକାରୀ ଗୋକୁଳାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ରହି କିପରି ଓଡିଆ ଜାତି ସ୍ବତନ୍ତ୍ର ପ୍ରଦେଶ ଗଠନ କରିପାରିଲେ,ତାହା କେବଳ ମାତ୍ର ମହାମନିଷୀମାନଙ୍କର ତପସ୍ୟାର ଫଳ ବୋଲି ବିସ୍ତୁତ ଆଲୋଚନା ରଖିଥିଲେ |ଏହି ଉପଲକ୍ଷେ ବିଦ୍ୟାଳୟମାନଙ୍କରେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିବୃନ୍ଦ ପୁରସ୍କୃତ କରିଥିଲେ |ଏହି କାର୍ଯ୍ୟକ୍ରମରେ ଶିକ୍ଷକ ରଂଜନ କୁମାର ନନ୍ଦ ସଭା ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ |ଏଥିରେ ବରିଷ୍ଠ ଆଇନଜୀବୀ ରସାନନ୍ଦ ଲେଙ୍କା,ଧୀରଜଲାଲ କଲେଜ ଅଧକ୍ଷ୍ୟ ହିମାଂଶୁ ଶେଖର ପଟ୍ଟନାୟକ,ବିଜୟ ରାମ,ଡଃ ଦିଗମ୍ବର ଗିରି,ତିମିର ରଂଜନ ପଣ୍ଡା,ଦୁଷ୍ମନ୍ତ ବସା,ଦିଲ୍ଲୀପ କୁମାର ମହାନ୍ତି,ଏବିଓ କାର୍ତ୍ତିକ ଚନ୍ଦ୍ର କାରୁଆ,ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି ପ୍ରମୁଖ ସହ ଶିକ୍ଷାବିତ୍ ,ବୃଦ୍ଧିଜୀବୀ,ବିଭିନ୍ନ ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତଥିଲେ |









