Search
Close this search box.

ମେଟ୍ରୋ ଟ୍ରେନ ଗଡିବ କଟକ ରୁ ଭୁବନେଶ୍ୱର ॥

ଆପଣମାନଙ୍କୁ ଆମର ଜନସ୍ୱର ନିୟୁଜ ପୋର୍ଟାଲକୁ ସ୍ୱାଗତ କରୁଛୁ ବନ୍ଧୁଗଣ ଭୁବନେଶ୍ୱରରେ ଗଡିବ ମେଟ୍ରୋ ସେଥିପାଇଁ ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ ପାଇଁ ସର୍ବେ ଆରମ୍ଭ ହୋଇଯାଇଛି , ଯେଉଁ ରୁଟ ଵାଟେ ମେଟ୍ରୋ ଯିବ ସେ ସମସ୍ତ ରୁଟର ରିଭ୍ୟୁ ଚାଲିଛି , ଟ୍ରାଫିକ ବ୍ୟବସ୍ଥା ଠାରୁ ଆରମ୍ଭ କରି ପାର୍କିଂ ବ୍ୟବସ୍ଥା ପର୍ଯ୍ୟନ୍ତ ଏହି ଦିଗକୁ ନଜରରେ ରଖି ରିଭ୍ୟୁ କରାଯାଉଛି ।

ଭୁବନେଶ୍ୱର ବିମାନ ବନ୍ଦର ଠାରୁ ଆରମ୍ଭ କରି କଟକର ତ୍ରିଶୂଳିଆ ପର୍ଯ୍ୟନ୍ତ କରାଯିବ ଏକ ମେଟ୍ରୋ ଲାଇନ୍ , ସେଥିପାଇଁ ସମସ୍ତ ଜାଗା ଦେଖିବା ସହ ପ୍ରସ୍ତୁତ ହୋଇଛି ଏହି ଗ୍ରୁପ୍ । ଵିଜୁ ପଟ୍ଟନାୟକ ବିମାନ ବନ୍ଦର ଠାରୁ ଭୁବନେଶ୍ଵରର ରେଲୱେ ଷ୍ଟେସନ ବାଣୀବିହାର , ଜୟଦେବ ଵିହାର, ପଟିଆ , ନନ୍ଦନକାନନ ଏବଂ ତ୍ରିଶୂଳିଆ ରେ ରିଭ୍ୟୁ କରାଯାଇଛି । ମୁଖ୍ୟ ଶାସକ ସଚିବ ପ୍ରଦୀପ ଜେନା , ଆପି ସଚିବ ଵିଜ୍ଞ ପାଣ୍ଡିଆନ , ପରିବହନ ସଚ୍ଚିଵ ଉଷା ପାଢ଼ୀ , ଗୃହ ଓ ନଗର ଉନ୍ନୟନ ସଚିବ ଜି ମାଚ୍ୟ ମାଥନ , ଆଇଟି ପ୍ରମୁଖ ମନୋଜ ମିଶ୍ର , ପ୍ରମୁଖ ଯାଇ ସର୍ଭେ କରିଛନ୍ତି ।


କଟକ ତ୍ରିଶୂଳିଆ ଠାରେ ପହଞ୍ଚିଵା ପରେ ଜିଲ୍ଲା ପାଳ ଓ ଅନ୍ୟ ଅଧିକାରୀମାନେ ରୁଟ ଚାର୍ଟ ର ନକସା ଦେଖାଇଥିଲେ , କାମ କିଭଳି ହେବ ଏବଂ କେଉଁ ରୁଟ ଦେଇ ମେଟ୍ରୋ ଚାଲିଵ , ଏ ନେଇ ଆଲୋଚନା ହୋଇଥିଲା । ଏହି ପୋଷ୍ଚଟି ପଢି ଆପଣମାନଙ୍କୁ କେମିତି ଲାଗିଲା ଆପଣମାନେ କମେଣ୍ଚ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଚକୁ ଫ୍ରେଣ୍ଡ ସହିତ ସେୟାର କରିଦେବେ ।

Leave a Comment

Read More