Search
Close this search box.

ଓଡିଶା ପ୍ରଦେଶ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ସଦସ୍ୟତା ଅଭିଯାନ

ନିର୍ବାଚନ ଯେତେ ପାଖେଇ ପାଖେଇ ଆସୁଛି,ବିଭିନ୍ନ ଦଳୀୟ କର୍ମକର୍ତ୍ତାମାନେ ସଦସ୍ୟତା ଅଭିଯାନ ଆରମ୍ଭକଲେଣି | ଆଜି ଓଡିଶା ପ୍ରଦେଶ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ଅଧକ୍ଷ୍ୟ ଶ୍ରୀମତୀ ଅଞ୍ଜଳି ସୋରେନଙ୍କ ନିର୍ଦ୍ଦେଶରେ ରାଇରଙ୍ଗପୁରସହରସ୍ତିତ ପିସିଏମ୍ କଲ୍ୟାଣମଣ୍ଡପଠାରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ଶ୍ରୀମତୀ ଅଞ୍ଜଳି ସୋରେନଙ୍କୁ ଦଳୀୟ କର୍ମକର୍ତ୍ତାଗଣ ବିପୁଳ ସ୍ବାଗତ ଜଣାଇଥିଲେ |ଉକ୍ତ ବୈଠକରେ ରାଜ୍ୟ ସମ୍ପାଦକ ଦୁବରାଜ ନାଗ,ରାଜ୍ୟ ଉପସଭାପତି ଦିଲ୍ଲୀପ ଦାସ,ରାଜ୍ୟ କୋଷାଧକ୍ଷ୍ୟ ରଣଜିତ ସିଂ,ରାଜ୍ୟ ପ୍ରବକ୍ତା ଶିବାଜୀ ମଲ୍ଲିକ,ସୁନିଲ ମାଝୀ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସାଲୁ କିସ୍କୁ,କେନ୍ଦ୍ରିୟ ସଦସ୍ୟ ପବନ କୁମାର,ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି ସନାତନ ମୁଣ୍ଡା,ପୂର୍ବ ଜିଲ୍ଲା ସମ୍ପାଦକ ପୃଥୂ ହାଁସଦାଃ,ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ମହିଳା ସଭାନେତ୍ରୀ ଆଦରାଣୀ ବେଶ୍ରା ମାର୍ଣ୍ଡି, ସଭାପତି ଏସ୍ କେ ସାନୁୱାର,ଉପସଭାପତି ଏମ୍ ଡି ଜାହିଦ ଏବଂ ଦଳୀୟ ବହୁ କାର୍ଯ୍ୟକାରୀସଦସ୍ୟଗଣ ଉପସ୍ଥିତ ଥିଲେ |

Leave a Comment

Read More