Search
Close this search box.

ଓଲଟିଲା ଅଙ୍ଗୁର ବୋଝେଇ ଟ୍ରକ ଲୁଟିନେଲେ ଅଙ୍ଗୁର

ଆଜି ସଖାଳୁ ସଖାଳୁ 49 ନଂ ଜାତୀୟ ରାଜପଥ ର ଯଶିପୁର ନିକଟ ଗହିରା ଟର୍ନିଙ୍ଗ ନିକଟରେ ଏକ ଅଙ୍ଗୁର ବୋଝୋଇ 16 ଚକିଆ ଟ୍ରକ ଯାହାର ନମ୍ବର WB-23-F-7666 ଓଲଟି ପଡିବାରୁ ଡ୍ରାଇଭ ଏବଂ ହେଲ୍ପର ଆହତ ହୋଇଛନ୍ତି ତାସହିତ ଟ୍ରକଟି ଭାଙ୍ଗି ସମ୍ପୂର୍ଣ ନୋଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି ତେବେ ଅଙ୍ଗୁର ଟ୍ରକଟି ଓଲଟି ଯିବା ଫଳରେ ଅଙ୍ଗୁର ନେବା ପାଇଁ ଲୋକଙ୍କର ଭିଡ ମଧ୍ୟ ଦେଖିବାକୁ ମିଳିଥିଲା |ଏବିଷୟ ରେ ଯଶିପୁର ପୋଲିସ ସୂଚନା ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ଆହତ ହୋଇଥିବା ଉଭୟ ଡ୍ରାଇଭ ଏବଂ ହେଲ୍ପରଙ୍କୁ ଉଦ୍ଧାର କରି ପ୍ରଥମେ ଯଶିପୁର ଡାକ୍ତରଖାନା ରେ ଚିକିତ୍ସା ନିମନ୍ତେ ଭର୍ତି କରାଯାଇଥିଲା ପରେ ସେମାନଙ୍କୁ କରଞ୍ଜିଆ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି |ତାସହିତ କେମିତି ଏବଂ କୋଉ କାରଣ ପାଇଁ ଟ୍ରକଟି ଓଲଟି ପଡିଲା ତାକୁ ନେଇ ପୋଲିସ ତଦନ୍ତ କରୁଛି |

Leave a Comment

Read More