Search
Close this search box.

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରେ ବାର୍ଷିକ ଉତ୍ସବ ୨୦୨୩ ॥

କଟକ ବିଡାନାସୀ ବସୁନ୍ଧରା ଲେନ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବାର୍ଷିକ ଉତ୍ସବ ଗତ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଅନୁଷ୍ଠାନରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ କୃତି ପିଲାମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ବହୁ ସଂଖ୍ୟାର ଅଭିଭାବକ , ନିକଟସ୍ଥ ଜନସାଧାରଣ ଓ ପିଲାମାନେ ଏଠାରେ ଯୋଗଦେଇଥିଲେ । ପ୍ରତିଯୋଗିତା ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ଅତିଥିବୃନ୍ଦ ମଧ୍ୟରେ ମୁଖ୍ୟ ଅତିଥି ଭାବେ କଟକ ବାରବାଟି ମାନନୀୟ ବିଧାୟକ ଶ୍ରୀଯୁକ୍ତ ଇଂ ମହମ୍ମଦ ମୋକିମ୍ , ସମ୍ମାନିତ ଅତିଥି କଟକ ସଦର ବି ଇ ଓ ଶ୍ରୀମତୀ ସରସ୍ଵତୀ କାନୁନଗୋ , ମୁଖ୍ୟବକ୍ତା ଡକ୍ଟର ବିଷ୍ଣୁପ୍ରସାଦ ରଥ , ଉଦଘାଟକ ଶ୍ରୀଯୁକ୍ତ ଦେବାଶିଷ ଦାସ , ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ଭାନୁ ସେନାପତି , ଲେଖକ ଶ୍ରୀଯୁକ୍ତ ବିଜୟ ମଲ୍ଲ ଓ ଶ୍ରୀଯୁକ୍ତ ଅରୁଣ ମନ୍ତ୍ରୀ , ପ୍ରାଦେଶିକ ଶୈଖିକ ପ୍ରମୁଖ ଶ୍ରୀଯୁକ୍ତ ଲକ୍ଷ୍ମୀଧର ଆଚାର୍ଯ୍ୟ , ଅଭିନେତା ଶ୍ରୀଯୁକ୍ତ ଗୌରବ ମହାନ୍ତି ଓ ଶ୍ରୀଯୁକ୍ତ ସନ୍ଦୀପ ମିଶ୍ର , କବି ଶ୍ରୀଯୁକ୍ତ କୁଳମଣୀ ବିଶ୍ଵାଳ ଓ ସମ୍ପାଦିକା ଶ୍ରୀମତୀ ଲିପି ପୁଷ୍ପା ଦାସଙ୍କ ଦ୍ଵାରା ସଭା ପରିଚାଳନା କରାଯାଇଥିଲା । ପ୍ରତିଯୋଗିତା ଶେଷରେ କୃତି ପ୍ରତିଯୋଗୀଙ୍କୁ ଆକର୍ଷଣୀୟ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା ।

Leave a Comment

Read More