ଆପଣମାନଙ୍କୁ ଆମର ଜନସ୍ୱର ନିୟୁଜ ପୋର୍ଟାଲକୁ ସ୍ୱାଗତ କରୁଛୁ ବନ୍ଧୁଗଣ ଗଞ୍ଜାମ ବର୍ତମାନ ବିକାଶ କ୍ଷେତ୍ରରେ ରାଜ୍ୟର ଏକ ଆଗୁଆ ଜିଲ୍ଲା ଭାବେ ପରିଗଣିତ ହୋଇଛି । ଏହି ଜିଲ୍ଲାକୁ ଦେଶର ଏକ ନମ୍ବର ଜିଲ୍ଲା କରିବାକୁ ହେଲେ ସମସ୍ତଙ୍କ ସାହାଯ୍ୟ ନିତ୍ୟାନ୍ତ ଆବଶ୍ୟକ , ଆର୍ଥିକ ଓ ସାମାଜିକ ବିକାଶ ରେ ରାଜ୍ୟର ମିଶନ ଶକ୍ତି ମହିଳାମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆର୍ଥିକ ବ୍ୟବସ୍ଥା ର ବିକାଶ ପାଇଁ ମିଶନ ଶକ୍ତିକୁ ରାଜ୍ୟ ସରକାର ସମସ୍ତ ପ୍ରକାର ସାହାଯ୍ୟ ଦେଉଛନ୍ତି ଓ ଆଗକୁ ମଧ୍ୟ ଦେବେ ବୋଲି କହିଛନ୍ତି ।

ମୁଖ୍ୟ ମନ୍ତ୍ରୀ ଆଜି ଗଞ୍ଜାମ ଗସ୍ତ କରି ୨୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଛତ୍ରପୁର ରେ ୧୦୦୦ କୋଟି, ହିଞ୍ଜିଳି ରେ ୫୯୦ କୋଟି , ଓ କବିସୂର୍ଯ୍ୟ ନଗରରେ ୩୧୬ କୋଟି ରୁ ଅଧିକ ପ୍ରକଳ୍ପ ର ଶୁଭାରମ୍ଭ କରାଯାଇଥିଲା । ସେହିପରି ମୁଖ୍ୟ ମନ୍ତ୍ରୀ ଜିଲ୍ଲାର ୨୦ ହଜାର ଲୋକଙ୍କୁ ଗ୍ରାମ ବଣ୍ଟନ ଜମି ପଟ୍ଟା ବଣ୍ଟନ କରିଥିଲେ । ଛତ୍ରପୁର ରେ ୩୫୦୦ ପଟ୍ଟା ଓ ହିଞ୍ଜିଳି ରେ ୪୫୦୦ ଓ କବିସୂର୍ଯ୍ୟ ନଗରରେ ୧୧୦୦୦ ରୁ ଅଧିକ ପଟ୍ଟା ବଣ୍ଟନ କରାଯାଇଥିଲା, ସେହିପରି ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଓ 5T ସ୍କୁଲ ରୂପାନ୍ତରଣ ରାଜ୍ୟ ସରକାର ଙ୍କ ଦିଇଟି ସଫଳତା ଥିଲା ।

ଏହି ଯୋଜନା ଦ୍ଵାରା ଗଞ୍ଜାମ ରେ ୫୦ ହଜାର ଲୋକ ଚିକିତ୍ସା ସୁବିଧା ପାଉଛନ୍ତି । ଏଥିପାଇଁ ରାଜ୍ୟ ସରକାର ୧୯୦ କୋଟି ରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । କୃଷୀ ବିକାଶ କୁ ପ୍ରାଧାନ୍ୟ ଦେଇ ବିନା ସୁଧରେ ୧ ଲକ୍ଷ ଟଙ୍କା ଋଣ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହ ଅନ୍ୟ ଯୋଜନା ଓ ବ୍ୟବସ୍ଥା କୁ ଆହୁରି ପ୍ରାଧାନ୍ୟ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ॥

ଏହି ପୋଷ୍ଚଟି ପଢି ଆପଣମାନଙ୍କୁ କେମିତି ଲାଗିଲା ଆପଣମାନେ କମେଣ୍ଚ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଚକୁ ଫ୍ରେଣ୍ଡ ସହିତ ସେୟାର କରିଦେବେ ।









