Search
Close this search box.

ବର୍ଷା ଅଲର୍ଟ ଓଡ଼ିଶାକୁ ହେଲା ୟେଲୋ ୱାର୍ଣ୍ଡିଂ ॥

ଆପଣମାନଙ୍କୁ ଆମର ଜନସ୍ୱର ନିୟୁଜ ପୋର୍ଟାଲକୁ ସ୍ୱାଗତ କରୁଛୁ ବନ୍ଧୁଗଣ ଓଡ଼ିଶାରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ ଏପରି ଝଡ଼ ବର୍ଷା ହେବାର ସମ୍ଭାବନା ରହିଛି । ୨୯ ତାରିଖ ରାତିରୁ ଦେଶର ଉତ୍ତର ପଶ୍ଚିମ ଭାଗକୁ ପ୍ରଭାବିତ କରିବ ଅନ୍ୟ ଏକ ପଶ୍ଚିମ ଝଡ଼ । ଏହା ପ୍ରଭାବରେ ୩୧ ତାରିଖ ଦିନ ଓଡ଼ିଶାରେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣି ପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳୁଛି ,

ଆସନ୍ତା କାଲି ଗଜପତି, ଗଞ୍ଜାମ , ରାୟଗଡ଼ା , କୋରାପୁଟ, କନ୍ଧମାଳ , ନୟାଗଡ଼ , ଅନୁଗୋଳ , ଯାଜପୁର , ଢେଙ୍କାନାଳ , କଟକ , ଆଦି ୧୦ଟି ଜିଲ୍ଲାର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେଵ । ପବନର ବେଗ ଘଣ୍ଟା ପ୍ରତି ୩୦ ରୁ ୪୦ କିମି ରହିବ । ୨୯ ତାରିଖ ଦିନ ରାଜ୍ୟରେ ପାଗ ଶୁଖିଲା ରହିବ ଓ ଖରାଟିଆ ହେବ ।

୩୦ ତାରିଖ ଦିନ ପୁଣି ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ବିଜୁଳି ଘଡଘଡି ସହ ଝଡ ବର୍ଷା ହେଵ ଓ ପବନର ବେଗ ୩୦ ରୁ ୪୦ କିମି ରହିବ । ନବରଙ୍ଗପୁର, ନୂଆପଡ଼ା , କଳାହାଣ୍ଡି , ବଲାଙ୍ଗୀର , ବରଗଡ଼ , କନ୍ଧମାଳ , ଝାରସୁଗୁଡ଼ା , ସମ୍ବଲପୁର , ସୁନ୍ଦରଗଡ଼ , ଦେବଗଡ଼ , ମୟୁରଭଞ୍ଜ , ବାଲେଶ୍ଵର , ଆଦି ଜିଲ୍ଲାରେ ବର୍ଷା ସମ୍ଭାବନା ରହୁଛି । ୩୧ ତାରିଖ ଦିନ ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ଅଳ୍ପ ବର୍ଷା ହୋଇପାରେ । କଟକ ଯାଜପୁର , ଢେଙ୍କାନାଳ, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲାରେପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ୭୦ ରୁ ୧୧୦ କିମି ଯାଏ ବର୍ଷା ସମ୍ଭାବନା ରହିଛି । ଏହି ସାରା ଓଡ଼ିଶାକୁ ପାଣି ପାଗ କେନ୍ଦ୍ର ପକ୍ଷରୁ ୩୧ ତାରିଖ ନିମନ୍ତେ ୟେଲୋ ୱାର୍ଣ୍ଡିଂ ଜାରି କରାଯାଇଛି ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ॥

ଏହି ପୋଷ୍ଚଟି ପଢି ଆପଣମାନଙ୍କୁ କେମିତି ଲାଗିଲା ଆପଣମାନେ କମେଣ୍ଚ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଚକୁ ଫ୍ରେଣ୍ଡ ସହିତ ସେୟାର କରିଦେବେ ।

Leave a Comment

Read More