ଭୁବନେଶ୍ୱର କୋଭିଡ ପରେ ଯକ୍ଷ୍ମା ରୋଗୀମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି , ୨୦୨୧ ମସିହାରେ ଭୁବନେଶ୍ୱର ଏମ୍ସ ମେଡିକାଲ ରୁ ୫୨୧ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଥିବା ବେଳେ ୨୦୨୨ ମସିହାରେ ଏହାର ସଂଖ୍ୟା ୧୩୫ ବୃଦ୍ଧି ହୋଇ ୬୭୪ରେ ପହଞ୍ଚିଛି । ନିର୍ଦେଶକ ଡକ୍ଟର ଆଶୁତୋଷ ବିଶ୍ଵାସ କହିଛନ୍ତି

ଯଦି ଠିକ୍ ସମୟରେ ରୋଗୀର ଚିହ୍ନଟ ହୋଇ ପାରିବ ଏବଂ ଚିକିତ୍ସା ଠିକ ହେଲେ ତେବେ ଯକ୍ଷ୍ମା ମାରାତ୍ମକ ହୋଇ ରହିବ ନାହିଁ , ପ୍ରଧାନମନ୍ତ୍ରୀ ଟିଭି ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଯକ୍ଷ୍ମା ରୋଗୀ ମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି , ନି-କ୍ଷୟ ଯୋଜନା ଅନୁସାରେ ଯକ୍ଷ୍ମା ପୀଡ଼ିତ ମାନଙ୍କୁ ଚିକିତ୍ସା ଚାଲିଥିବା ପର୍ଯ୍ୟନ୍ତ ମାସିଅ ୫୦୦ ଟଙ୍କା ପ୍ରଦାନ କରାଯାଉଛି । ପଲ୍ୟୁନାରୀ ମେଡିସିନ ବିଭାଗଙ୍କ ମୁଖ୍ୟ ଡକ୍ଟର ପିଆର ମହାପାତ୍ର କହିଛନ୍ତି ବିଶ୍ଵରେ ଯକ୍ଷ୍ମା ସର୍ବୋଚ୍ଚ ସଂକ୍ରମଣ ରୋଗ ଭାବେ ଅପକ୍ଷତି ଅର୍ଜନ କରିଛି ।

ଏହି ରୋଗରେ ପ୍ରାୟ ୧.୬ ନିୟୁତ ଲୋକଙ୍କ ମୃତ୍ୟୁ ହୋଇଛି । ଭୁବନେଶ୍ୱର ଏମ୍ସ କମ୍ୟୁନିଟି ଏବଂ ଫେମିଲି ମେଡିସିନ ବିଭାଗ ପକ୍ଷରୁ ଯକ୍ଷ୍ମା ଦୂରୀକରଣ ପାଇଁ ନୂଆ ପଲି ଅନ୍ତର୍ଗତ ବେହେରା ବସ୍ତିରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଡକ୍ଟର ଵିନୋଦ ବେହେରା ଓ ଡକ୍ଟର ପ୍ରଜ୍ଞା ପରମିତା ଗିରି କାର୍ଯ୍ୟ କ୍ରମ ପରିଚାଳନା କରିବା ସହ ଯକ୍ଷ୍ମା ରୋଗ ଉପରେ ବିସ୍ତୃତ ଭାବେ ବୁଝାଇ ଥିଲେ ।









