Search
Close this search box.

ରଜାବନ୍ଧ ବାସିନ୍ଦାଙ୍କ ଦାବି ଶୁଣିଲେ ସରକାର Big Breaking News | Odisha Top News | Janaswaranews

ଦୀର୍ଘ ବର୍ଷ ହେବ ସଂଘର୍ଷ କରି ଆସୁଥିବା କରଞ୍ଜିଆର ୱାର୍ଡ ନମ୍ବର 3 ଏବଂ 4 ଯାହାକି ରଜାବନ୍ଧ ସାହି ବାସିନ୍ଦାଙ୍କ ଦାବୀ ଶୁଣିଲେ ସରକାର ତେବେ କରଞ୍ଜିଆ ଏନଏସି ର ସର୍ବପୁରାତନ ଓ ସର୍ବବୃହତ ପୋଖରୀ କୁହାଯାଉଥିବା ରଜାବନ୍ଧ ଏହି ବନ୍ଧ ଉପରେ କରଞ୍ଜିଆ ର ବହୁ ଲୋକ ଭରସା କରନ୍ତି |ପୂଜା ଅର୍ଚନା ଠୁ ଆରମ୍ଭ କରି ସୁଧକ୍ରିୟା କାମ ମଧ୍ୟ ଏଠାରେ କରିଥାନ୍ତି | ତେବେ କିଛି ବର୍ଷ ହେବ ବନ୍ଧ ଏତେ ଅପରିଷ୍କାର ହଇଛିଯେ ଏ ବନ୍ଧ ଟି କିଛି କାମରେ ଲାଗୁନଥିଲା |ତେବେ ଏ ବନ୍ଧ ର ପୂର୍ଣ୍ଣଉଦ୍ଧାର ପାଇଁ ବାରମ୍ବାର ଦାବୀପତ୍ର ଦେବାସହିତ ଆନ୍ଦଳନ କରୁଥିଲେ ସୁଦ୍ଧା କେବଳ ପ୍ରତିଶୃତି ମିଳିଥାଏ ହେଲେ କୌଣସି ସୁଫଳ ମିଳୁ ନଥାଏ | ହେଲେ ବସ୍ତି ବାସିନ୍ଦାଙ୍କ ସଂଘର୍ଷ ଚାଲିଥିଲା |ଶେଷରେ ଏମାନଙ୍କ ସଂଘର୍ଷ ଆଗରେ ହାରମାନିଲେ ସରକାର |ଏହାର ପୂର୍ଣ୍ଣଉଦ୍ଧାର ପାଇଁ ରଜାବନ୍ଧ ପୋଖରୀ ନିକଟରେ ଅନୁଷ୍ଠିତ ଶୁଭ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Get latest updates on news, politics, sports, business, current affairs, entertainment, technology, health updates from Janaswara News. janaswara news is one of the best Odia news portal in Odisha. Get all the news updates in Odia.


ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ତଥା କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ କରଞ୍ଜିଆ ଏନଏସି ଅଧ୍ୟକ୍ଷା ପପି ପୃଷ୍ଟି, ଉପାଧକ୍ଷ ସ୍ୱରୂପ ପରିଜା, ରାଜ୍ୟ ବିଜୁସେତୁ ଓ ଏସସିବି ମେଡିକାଲ ଉପଦେଷ୍ଟା ଦିଲ୍ଲୀପ ସାହୁ, କ୍ଷୁଦ୍ର ଜଳସେଚନ ବିଭାଗ ମୁଖ୍ୟ ଯନ୍ତ୍ରୀ ବସନ୍ତ ରାଉତ ,ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରମେଶ କୁମାର ସାବଦ, କାଉନସିଲର ଅନିତା ଚାତାର,ବିଶ୍ୱଜିତ ଚୌଧୁରୀ, ବିବେକାନନ୍ଦ ଦାସ ଅଧିକ୍ଷଣ ଯନ୍ତ୍ରୀ ଶଙ୍କର ପ୍ରସାଦ କାଲାମୋରୀ ଓ ସମସ୍ତ କାଉନସିଲର ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ।

Leave a Comment

Read More