Search
Close this search box.

ହୁ ହୁ ହୋଇ ବଢୁଛି ପେଟ୍ରୋଲ ଦର !‌
ଲୋକେ ଜାଣିବା ଦରକାର ଦାୟୀ କିଏ ?

ପେଟ୍ରୋଲ ଓ ଡିଜେଲ ଦରକୁ ନେଇ ମୁଣ୍ଡରେ ହାତ ଦେଇଛନ୍ତି ଓଡ଼ିଶା ବାସୀ , ଓଡ଼ିଶାରେ ମଧ୍ୟମ ସ୍ତରରେ ଲୋକମାନେ ବାସ କରୁଥିବାରୁ କ୍ରମେ କ୍ରମେ ଵଢୁଥିବା ପେଟ୍ରୋଲ ଦର ସେମାନଙ୍କୁ ପ୍ରଭାବିତ କରୁଅଛି , ଏବେ ପ୍ରଶ୍ନ ଆସୁଛି ପେଟ୍ରୋଲ ଦର ବଢିବାର କାରଣ କ’ଣ ? ଏବଂ ପେଟ୍ରୋଲ ର ମୂଳ ଦର କେତେ ?

ସୂଚନାରୁ ଜଣାପଡୁଛି ପେଟ୍ରୋଲ ର ମୂଳ ଦର ୩:୫୦ ପଇସା ହୋଇଥିଵା ବେଳେ ଲୋକମାନଙ୍କ ପାଖରେ ପହଞ୍ଚିଵା ବେଳେ ଏହା ୯୦:୦୫ ପଇସା ହେଉଛି ବାକି ୫୯ ଟଙ୍କା ଓ ୫୫ ପଇସା ଯାଉଛି କେଉଁଆଡେ , ଏହା ସମସ୍ତେ ନିଶ୍ଚୟ ଜାଣିବା ଜରୁରୀ , ୧୬:୫୦ ପଇସା କେନ୍ଦ୍ର ସରକାରଙ୍କ ଦ୍ଵାରା ୩୮:୫୫ ପଇସା ରାଜ୍ୟ ସରକାରଙ୍କ ଦ୍ଵାରା ଓ ବାକି ୬:୫୦ ପଇସା ଡିଲର ଙ୍କ କମିଶନ୍ ରେ ଖର୍ଚ୍ଚ ହେଉଛି ।

ଏହି ଗଣନାଟି ସମଗ୍ର ଓଡ଼ିଶାଙ୍କୁ ଜଣାଇବା ନିହାତି ଜରୁରୀ , ଯାହା ଦ୍ଵାରା ସମସ୍ତ ଉପଭୋକ୍ତା ଜାଣି ପାରିବେ ପେଟ୍ରୋଲ ଦର ଵଢିବା ପାଇଁ ଦାୟୀ କିଏ ଏହି ଘଟଣାକୁ ଆଖି ଆଗରେ ରଖି ପେଟ୍ରୋଲ ଗଣନା ବୋର୍ଡ ସବୁ ପେଟ୍ରୋଲ ପମ୍ପ ରେ ରହିବା ଆବଶ୍ୟକ ।

Leave a Comment

Read More