ମୁଖ୍ୟମନ୍ତ୍ରୀଙ୍କ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରବିବାର ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଵେ ଏଥିପାଇଁ ପ୍ରସାସନ ପକ୍ଷରୁ ଚାଲିଛି ଜୋରଦାର ପ୍ରସ୍ତୁତି ସୁରକ୍ଷା ବ୍ୟବସ୍ଥାକୁ ଅଧିକା ଧ୍ୟାନ ଦିଆଯାଇଛି , ମୁଖ୍ୟମନ୍ତ୍ରୀ ହିଞ୍ଜିଳି , କବିସୂର୍ଯ୍ୟ ନଗର ଓ ଛତ୍ରପୁରରେ ସାଧାରଣ ସଭାରେ ଉଦବୋଧନ ଦେବା ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ପଟା ବଣ୍ଟନ କରିବେ ,

ଜିଲ୍ଲାରେ ୧୮୫୨୮୯ କୋଟି ଟଙ୍କାର ୮୨୫ଟି ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ , ୨୨ ହଜାର ୨୦୦ ସ୍ଵୟଂସହାୟକ ଗୋଷ୍ଠୀର ୨.୨୪ ଲକ୍ଷ ମିଶନ ଶକ୍ତି ମହିଳାଙ୍କୁ ୬୧୯ କୋଟି ଟଙ୍କାର ଵିନା ସୁଦ୍ଧରେ ଋଣ ପ୍ରଦାନ କରିବେ , ଏହି କାର୍ଯ୍ୟକ୍ରମ ପାଇଁ ସୁରକ୍ଷା କଡାକଡି କରିବା ସହିତ ୩ ଜଣ ଏସ୍ ପି ଙ୍କୁ ବ୍ୟବସ୍ଥା ଦାୟିତ୍ବ ପ୍ରଦାନ କରାଯାଇଛି ଏଥି ସହ ୧୫୦ ରୁ ଉର୍ଦ୍ଧ୍ବ ସିନିୟର ପୋଲିସ ଅଫିସର, ୪୮ ପ୍ଲାଟୁନ ପୋଲିସ ଫୋର୍ସ ସୂଚନାରୁ ଜାଣାଯାଇଛି ,

ଦିନ ୧୧ଟା ରେ ମୁଖ୍ୟମନ୍ତ୍ରୀ କବିସୂର୍ଯ୍ୟ ନଗରେ ପହଞ୍ଚିଵା ସହ ଅପରାହ୍ନ ୪ଟା ରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ବୋଲି ଲୋକ ସଂପର୍କ କାର୍ଯ୍ୟାଳୟ ପକ୍ଷରୁ ଜଣାପଡ଼ିଛି ॥









