Search
Close this search box.

କଂଗ୍ରେସ ର ଜଵାଵ ॥

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ପ୍ରସଂଗକୁ ନେଇ ଆଜି ଦେଶ ବ୍ୟାପୀ ସତ୍ୟାଗ୍ରହ କରିବ କଂଗ୍ରେସ । ରାହୁଲ ଗାନ୍ଧୀ ମାନହୀନ ମାମଲାରେ ଦୋଷୀ ସାବ୍ୟସ୍ତ ହେଲା ପରେ ତାଙ୍କ ଲୋକସଭା ସଦସ୍ୟତା ରଦ୍ଦ କରାଯାଇଥିଲା ଏହାର ପ୍ରତିବାଦରେ କଂଗ୍ରେସ ରବିବାର ଦିନ ତମାମ ଦେଶର ସମସ୍ତ ରାଜ୍ୟ ଓ ଜିଲ୍ଲା ସଦର ମହକୁମାରେ ସତ୍ୟାଗ୍ରହ କରିବାକୁ ନିଷ୍ପତ୍ତି ନେଇଛନ୍ତି ,

ସତ୍ୟାଗ୍ରହ ଦିନ ୧୦ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ନୂଆ ଦିଲ୍ଲୀର ରାଜଘାଟ ଠାରେ ଅନୁଷ୍ଠିତ ହେବାକୁ ଥିବା ସତ୍ୟାଗ୍ରହରେ କଂଗ୍ରେସ ଅଧ୍ୟକ୍ଷା ମଲ୍ଲିକା ଅର୍ଜୁନ ଖାର୍ଗେ ଏବଂ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଯୋଗ ଦେବେ , କଂଗ୍ରେସ କହିଛି ଏହି ଲଢେଇରେ କଂଗ୍ରେସ ଏକା ନାହିଁ କଂଗ୍ରେସ ସହ ଲକ୍ଷ ଲକ୍ଷ ଜନସାଧାରଣ ମଧ୍ୟ ଛିଡ଼ା ହୋଇଛନ୍ତି ।

ସବୁ ଜିଲ୍ଲାର ଗାନ୍ଧୀ ମୂର୍ତ୍ତୀ ନିକଟରେ ଦିବସ ବ୍ୟାପୀ ସତ୍ୟାଗ୍ରହ ଆୟୋଜନ କରିବାକୁ କଂଗ୍ରେସ କମିଟିକୁ କୁହାଯାଇଛି ବୋଲି ସୂଚନା ମିଳିଛି

Leave a Comment

Read More