Search
Close this search box.

ମହାନଦୀରେ ବୁଡି ଜଣେ ଯୁବକ ନିଖୋଜ | ଜଣେ ଉଦ୍ଧାର |

ଜଗତପୁର ସ୍ଥିତ ଡିଗିସାହି ପାର୍ଶ୍ୱ ମହାନଦୀରେ ଶୁକ୍ରବାର ଦୁଇଜଣ ଯୁବକ ଗାଧୋଉଥିବା ସମୟରେ ଜଣେ ଯୁବକ ନିଖୋଜ ହୋଇଯାଇଥିବା ବେଳେ ଦଣେ ଯୁବକକୁ ଉଦ୍ଧାପ କରାଯାଇଛି | ନିଖୋଜ ଯୁବକ ହେଲେ ଜଗତପୁର ଚମ୍ପତ୍ତି ପଞ୍ଚାୟତ ଡିଗିସାହି ଗ୍ରାମର ଆସିତ ମହାନ୍ତି(୨୨)| ସେ ଜଣେ ଡିପଲୋମା ଛାତ୍ର | ଉଦ୍ଧାର ହୋଇଥିବା ଯୁବକ ହେଲେ ବୁଟୁ | ପ୍ରକାଶ ଯେ ଡିଗିସାହି ଗ୍ରାମର ତିନିଜଣ ଯୁବକ ସାଙ୍ଗ ହୋଇ ପୁର୍ବାହ୍ନ ୧୦ଟା ସମୟରେ ମହାନଦୀକୁ ହାଧୋଇବାକୁ ଯାଇଥିଲେ |

ଆସିତ ଓ ବୁଟୁ ଗାଧୋଉଥିବା ବେଳେ ଅନ୍ୟ ଯୁବକଟି କୂଳରେ ବସିଥିଲେ | ହଠାତ୍ ମହାନଦୀରେ ଜଳ ସ୍ରୋତ ବଢିବାରୁ ଆସିତ୍ ପାଣିରେ ବୁଡିଯାଇଥିଲେ | ବୁଟୁ ନିଜ ଜିବନକୁ ବଞ୍ଚାଇବାକୁ ଯାଇ କୁଳକୁ ଚାଲିଆସିଥିଲେ | ବୁଟୁ ଓ ଅନ୍ୟ ଯୁବକ ଜଣକ ନୂଆସାହି ବସ୍ତି ଓ ତାଙ୍କ ପରିବାର ଲୋକଙ୍କୁ ଏ ସମ୍ପର୍କରେ ଜଣାଇଥିଲେ |ସ୍ଥନୀୟ ଲୋକେ ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ |

ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଅଗ୍ନିଶମ ବାହିନୀ ବିଳମ୍ବରେ ପହଞ୍ଚିବା ଓ ତାଙ୍କ ବୋଟ ମେସିନ ଅଚଳ ଯୋଗୁଁ କିଛି ସମୟ ପାଇଁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା | ଜଗତପୁର ଥାନା ଅଧିକାରୀ ରବିନ୍ଦ୍ର ନାଥ ମେହେର ଓଡ୍ରାଫ ଟିମକୁ ଡକାଇଥିଲେ | ଓଡ୍ରାଫ ଟିମ୍, ଅଗ୍ନିଶମ ବାହିନୀ ଓ ସ୍କୁବା ଦଳ ମିଳିତ ଭାବେ ବହୁ ସମୟ ଖୋଜାଖୋଜି କରିଥିଲେ ମଧ୍ୟ ସଂଧ୍ୟା ପର୍ଯ୍ୟନ୍ତ ନିଖୋଜ ଯୁବକଙ୍କର ପତ୍ତା ମଳିପାରିନାହିଁ |

Leave a Comment

Read More