Search
Close this search box.

ଝିଅ ଦେଖିବାକୁ ଆସି ନଦୀରେ ବୁଡି ଚାଲିଗଲ ଜୀବନ । came to see girl for marriage .

ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ରାମତୀର୍ଥ କୁମ୍ଭୀର ପ୍ରକଳ୍ପ ନିକଟରେ ବୋହି ଯାଇଥିବା ଖଇରୀ-ଭଣ୍ଡନ ନଦୀରେ ବୁଡି ଜଣେ ଯୁବକ ମୃତ୍ୟୁ ଘଟିଛି ତେବେ । ସୂଚନା ମୁତାବକ କି ମୃତ ଯୁବକ ଜଣକ ହେଲେ ବାଦାମ-ପାହାଡ଼ ଥାନା ଅନ୍ତର୍ଗତ ମଝିଗାଁ ଗ୍ରାମର ସୁବାସ ମହାନ୍ତ ।ତେବେ ସୁବାସ ଯଶିପୁର ନିକଟସ୍ଥ ବଡ଼-ଝୁଣପୋଶି ଗ୍ରାମକୁ ଝିଅ ଦେଖିବାକୁ ଆସି ରାମତୀର୍ଥ କୁମ୍ଭୀର ପ୍ରକଳ୍ପକୁ ବୁଲିବାକୁ ଯାଇଥିବା ସମୟରେ ନଦୀରେ ପଡି ଯାଇଥିଲେ ।
ତେବେ ନଦୀରେ ବୁଡି ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏ ସମ୍ପର୍କରେ ଯଶିପୁର ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ସହିତ ଅଗ୍ନିଶମ ବିଭାଗର କର୍ମଚାରୀ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଥିଲେ ତେବେ ଅଗ୍ନିଶମ ବିଭାଗର କର୍ମଚାରୀ ଏବଂ ସ୍ଥାନୀୟ ଲୋକେ ନଦୀରୁ ମୃତ ଦେହକୁ ଉଦ୍ଧାର କରି ଥିଲେ। ତେବେ ଏ ସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇ ଥିବା ବେଳେ ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି। ମୃତ ଦେହକୁ ପୋଲିସ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଚଳାଇ ଥିବା ସୂଚନା ।

https://youtu.be/O6-5tunjiZk

Leave a Comment

Read More