Get latest updates on news, politics, sports, business, current affairs, entertainment, technology, health updates from Janaswara News. janaswara news – https://janaswara.in/ twitter – https://twitter.com/janaswaranews linkid .in – https://www.linkedin.com/in/janaswara… instagrama – https://www.instagram.com/janaswaranews/
କଟକ ଜିଲ୍ଲା ଆଠଗଡ ରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ସହିଦ୍ ଦିବସ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ସମ୍ମାନୀତ ଅତିଥି ଭାବରେ ପ୍ରଗତିଶୀଳ ଛାତ୍ର ମନୋଜ କର, ମାନବାଧିକାର ସଦସ୍ୟ ଦେବବ୍ରତ ବେହେରା ଏବଂ ପ୍ରାଧ୍ୟାପକ ପ୍ରଶାନ୍ତ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ଓଡିଶାର କୃଷି ମନ୍ତ୍ରୀ ତଥା ଆଠଗଡ ବିଧାୟକ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ଵାଇଁ। ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ସମସ୍ତ ସମ୍ମାନୀତ ଅତିଥି ମାନେ ସହିଦ୍ ଭଗତ ସିଂହ ଙ୍କ ଜୀବନୀ ଉପରେ ବକ୍ତବ୍ୟ ରଖିଥିଲେ ଏବଂ ତାଙ୍କର ଜୀବନୀ ଓ କାର୍ଯ୍ୟଧାରା ସେତେବେଳେ ସମଗ୍ର ଯୁବ ସମାଜ କୁ ବହୁଳ ଭାବରେ ଉଦବୁଧ କରିଥିବା ବିଷୟ ରେ ଅତିଥି ମାନେ ଉଦବୋଧନ ଦେଇଥିଲେ।









